ଟ୍ରେନରେ ଚଢିବା ବେଳେ ଅଘଟଣ : ଚକା ତଳେ ପଡି ଦୁଇ ମହିଳାଙ୍କ ମୃତ୍ୟୁ

ଵ୍ରହ୍ମପୁର ୧୫/୧୨(ସୁବାସ ଚନ୍ଦ୍ର ପାଢ଼ୀ) ରେଳଷ୍ଟେସନ ପ୍ଲାଟଫର୍ମ ଚଡ଼ିବା ବେଳେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଟ୍ରେନରେ ଚଢୁଥିବା ବେଳେ ଚକା ତଳେ ପଡି ଦୁଇଜଣ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲା ଚିକିଟି ବ୍ଲକ ପିତାତଳି ପଞ୍ଚାୟତ ଜଗନ୍ନାଥ ପୁର ଗ୍ରାମର ଦୁଇ ଜଣ ମହିଳା ଭୁବନେଶ୍ୱର ଆନ୍ଦୋଳନ ଜାରି ରଖିଥିବା ପାଚିକା ସଙ୍ଘର ସଭାରେ ଯୋଗ ଦେବାକୁ ଯିବାପାଇଁ ସୁରଳ ରେଳ ଷ୍ଟେସନ ରେଳଧାରଣା ପାର ହେଉ ଥିବାବେଳେ ଠିକ୍ ସକାଳ ୫.୪୧ମିନଟ ସମୟରେ ପାଲାସା କଟକ ମେମୁ ଟ୍ରେନ୍ ଟି ଆସିଯାଇଥିଲା। ଷ୍ଟେସନ୍ ପ୍ଲାଟ ଶେଷ ପଟକୁ ଦୁହେଁ ପ୍ଲାଟ୍ ଫାର୍ମ ଶେଷ ଆଡ଼କୁ ଚଢ଼ୁ ଥିବା ବେଳେ ପ୍ଲାଟ୍ ଫାର୍ମ ଉଚ୍ଚା ହେତୁ ଉଭୟେ ଉପରକୁ ଉଠି ପାରିନଥିଲେ। ଏହି ସମୟରେ ଟ୍ରେନ୍ ଟି ଧକ୍କା ଦେଇଥିଲା। କଡ଼ରେ ପଡ଼ିଯାଇଥିଲେ ଓ ଉଭୟଙ୍କର ଶୋଚନୀୟ ମୃତ୍ୟୁ ହୋଇଛି, ଉଭୟ ମହିଳା ଜଗନ୍ନାଥପୁର ସ୍କୁଲର ପାଚିକା ସହାୟିକା ଭାବେ କାର୍ଯ୍ୟ କରୁଥୁଲେ। ଉଭୟଙ୍କ ପରିଚୟ ଜଗନ୍ନାଥପୁର ଗାଁର ପାର୍ବତୀ ଗୌଡ଼(୫୯) ଝୁନୁ ଗୌଡ  (୬୨)ଟ୍ରେନ୍ ଧକ୍କା ରେ ମୃତ୍ୟୁ। ଘଟଣା ସ୍ଥଳରେ ପରିବାର ଓ ଗ୍ରାମର ବ୍ୟକ୍ତିମାନେ ପହଞ୍ଚି ରେଳବାଇ ପୋଲିସ ଙ୍କ ସହଯୋଗରେ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।ଏନେଇ ରେଳବାଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।ଏହି ଖବର ସାରା ଚିକିଟି ବ୍ଲକ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ତାରିଣୀ ପୀଠର ବିକାଶ ପାଇଁ କଲେ ବଡ଼ ଘୋଷଣା

କେନ୍ଦୁଝର,୭ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଆସି ଘଟଗାଁରେ ପହଞ୍ଚିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ...

ରେକର୍ଡ ଭାଙ୍ଗୁଛି ଶୀତ, ରାଜ୍ୟର ସବୁଠୁ ଥଣ୍ଡା ସହର ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୭ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଶୀତର ଲହରି ରେକର୍ଡ ଭାଙ୍ଗିଛି। ଦିନକୁ ଦିନ ତାପମାତ୍ରା ହ୍ରାସ ପାଇ ରବିବାର ସକାଳ ସୁଦ୍ଧା ୭.୫...

ବିଦ୍ୟାଳୟରେ ପାଇଖାନା ନ ଥିବା ଘଟଣାକୁ ସହୃଦୟର ସହ ନେଲେ ବିଡିଓ, କହିଲେ ୩ ମାସରେ…

ଦାରିଙ୍ଗବାଡି,୭।୧୨ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ ୬...

ମୋଦିଙ୍କୁ ପାକିସ୍ତାନୀ ମହିଳାଙ୍କ ଚିଠି, କହିଲେ ମୋ ସ୍ୱାମୀ ଧୋକା ଦେଇଛି…

ନୂଆଦିଲ୍ଲୀ,୭।୧୨: ପାକିସ୍ତାନୀ ମହିଳା ନିକିତା ନାଗଦେବଙ୍କ ଏକ ଭିଡିଓ ସମ୍ପ୍ରତି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ, ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ନ୍ୟାୟ ପାଇଁ...

୬୫ ବର୍ଷ ବିଦ୍ୟାଳୟରେ ପାଇଖାନା କି ମୌଳିକ ସୁବିଧା ନାହିଁ:  ପିଲାଙ୍କ ପାଇଁ ପାହାଡ ଜଙ୍ଗଲ ହିଁ ଭରସା 

ଦାରିଙ୍ଗବାଡି,୭।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ...

ଭୁବନେଶ୍ୱରରେ ଖୋଲିବ ଆଉ ଦୁଇ ତହସିଲ୍, ଜମି କିଣାବିକା ପାଇଁ…

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ଆଉ ୨ ନୂଆ ତହସିଲ ଅଫିସ୍‌ ପ୍ରସ୍ତୁତ ହେବାକୁ ଯାଉଛି । ପୁରୁଣା ଭୁବନେଶ୍ବରରେ ଥିବା ତହସିଲ ଅଫିସ୍‌ରେ କ୍ରମାଗତ ଭାବେ ଚାପ ବଢ଼ିବାରେ...

ମୋବାଇଲ ଆପ ସତର୍କ ସଙ୍କେତରେ ଛାତ୍ରଙ୍କ ସଫଳତା

ନୂଆପଡ଼ା,୭।୧୨ (ମକାରୁ ବେମାଲ): ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ପରିଚାଳିତ ଅଟଳ ଟିଙ୍କରୀଙ୍କ ଲ୍ୟାବମାନଙ୍କର ଅନ୍‌ଲାଇନ ମାଧ୍ୟମରେ ଓସିଏସି ଦ୍ୱାରା...

Featured Video Play Icon

ଧରିତ୍ରୀ, ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ‘ଶିକ୍ଷିତ ନିବେଶକ ବିକଶିତ ଭାରତ’ କର୍ମଶାଳା

କଟକ,୭ା୧୨(କାର୍ତ୍ତିକ ସାହୁ): ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜର ଅର୍ଜିତ ଅର୍ଥକୁ ଖର୍ଚ୍ଚ କରିବା ଜରୁରୀ। ବିଶେଷକରି ପ୍ରଥମେ ସଞ୍ଚୟ ଏବଂ ପରେ ଖର୍ଚ୍ଚ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri