ପାଡୁଆରେ ଦୁର୍ଘଟଣା: ୪ ନାବାଳକଙ୍କ ଜୀବନଗଲା

କୋରାପୁଟ,୩।୭(ସ୍ବ.ପ୍ର.): କୋରାପୁଟ ଜିଲା ପାଡୁଆରେ ଗୁରବାର ବିଳମ୍ବିତ ରାତିରେ ଏକ ମୋଟରସାଇକେଲ ଦୁର୍ଘଟଣାରେ ୪ ନାବାଳକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ସେମାନେ ହେଲେ କୃଷ୍ଣ ହନ୍ତାଳ(୧୪), ଶଶୀକାନ୍ତ ଖିଲ(୧୭), ପଙ୍କଜ ମହାନ୍ତି(୧୪), ଏସ୍‌ ଖରା (୧୪)
ମିଳିଥିବା ସୂଚନାନୁଯାୟୀ, ଉକ୍ତ ୪ ନାବାଳକ ବାଇକ୍‌ (ନଂ.ଏପି ୩୧ ଟିଡବ୍ଲ୍ୟୁ୯୨୭୨) ଯୋଗେ ପାଡୁଆ ଯାଉଥିବାବେଳେ ସ୍ଥାନୀୟ ପୁର୍ତ୍ତବିଭାଗର ଡାକବଙ୍ଗଳା ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ ଖାଲ ମଧ୍ୟରୁ ଖସିପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ସମସ୍ତଙ୍କ ମୃତ୍ୟୁ ଘଟିଛି। ଖବରପାଇ ଶୁକ୍ରବାର ସକାଳେ ସ୍ଥାନୀୟ ପାଡୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପାଡୁଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିବାବେଳେ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛନ୍ତି।