ରାସ୍ତାରେ ଅଟକି ଥିଲା ଟ୍ରକ୍‌, ପଛରୁ ଆସି ପିଟିଲା ବାଇକ୍‌;ଘରକୁ ଫେରିଲେନି…

କୋକସରା,୧୧।୩(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ ଡଙ୍ଗରିଗୁଡା ଫୁଟବଲ ପଡ଼ିଆ ନିକଟରେ ଶୁକ୍ରବାର ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇ ରହିଥିବା ଏକ ଟ୍ରକ୍‌କୁ ପଛ ପଟୁ ଦ୍ରୁତଗତିରେ ଆସି ବାଇକ୍‌ ଧକ୍କା ଦେବାରୁ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଧର୍ମାନନ୍ଦ ନାଏକ (୪୮)। ତାଙ୍କ ଘର କୋକସରା ବ୍ଲକ ଚିକିଲି ଗ୍ରାମରେ ହୋଇଥିବା ବେଳେ ଧର୍ମାନନ୍ଦ କୁସୁମଖୁଣ୍ଟି ଗ୍ରାମରେ ନିଜ ପରିବାର ସହ ରହୁଥିଲେ। ଟ୍ରକ ନଂ. (ଓ ୦୭ ଏ.ଜେ ୨୫୮୫) ରାସ୍ତା କଡ଼ରେ ଚକ ଫାଟିବା ଯୋଗୁ ଗୁରୁବାରଠାରୁ ଅଟକି ରହିଥିଲା। ଧର୍ମାନନ୍ଦ କଣସି କାମରେ କୋକସରା ଆସି ଘରକୁ ଫେରୁଥିବା ବେଳେ ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଧର୍ମାନନ୍ଦଙ୍କୁ ଉଦ୍ଧାର କରି କୋକସରା ହସ୍ପିଟାଲରେ ଭର୍ତ୍ତିି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ମୋଟେର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁକରି ତଦନ୍ତ ଚଳାଇଛି।