ପୁଅର ମୁଣ୍ଡନ ପୂଜା ପାଇଁ ଯାଉଥିଲେ ଘଟିଲା ଭୟଙ୍କର ଦୁର୍ଘଟଣା: ୫ ଜଣଙ୍କ ଅବସ୍ଥା ଗୁରୁତର

ଦିଗପହଣ୍ଡି,୮|୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ପିଲିକାଢ଼ିଅ ଗ୍ରାମ ନିକଟ କେରାଣ୍ଡି ମାଳ ପାହାଡ଼ ବାଙ୍କେଶ୍ୱରୀ ଘାଟି ରାସ୍ତାରେ ରବିବାର ପୂର୍ବାହ୍ନ ପ୍ରାୟ ୧୦ ଟାରେ ଏକ ପିକ୍ଅପ୍ ଭ୍ୟାନ (ନଂ.ଓଆର୦୭ ଟି -୪୧୫୭)ନିୟନ୍ତ୍ରଣ ହରାଇ ରାସ୍ତାକଡକୁ ଓଲଟି ପଡ଼ିବାରୁ ୧୨ ଜଣ ଆହାତ ହୋଇଛନ୍ତି। ଆହାତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଗୁରୁତରମାନେ ହେଲେ ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ହରିଣା ଗ୍ରାମର ସୁବାସି ମହାଙ୍କୁଡ(୬୦),ଲକ୍ଷ୍ମୀ ମହାଙ୍କୁଡ(୫୦),ଶୁଭସ୍ମିତା ମହାଙ୍କୁଡ଼(୧୭), ସୁୁଦେଷ୍ଣା ଗୌଡ଼(୪୫) ଏବଂ ଧର୍ମପୁର ଗ୍ରାମର କୁନି ଗୌଡ଼(୫୦)।ସମସ୍ତ ଆହାତମାନଙ୍କୁ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ପ୍ରାଥମିକ ଚିକିତ୍ସା ପରେ ୫ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆହାତ ମାନଙ୍କ ପରିଚୟ ମିଳିପାରିନାହିଁ। ଧର୍ମପୁର ଗାଁର ଜଟିଆ ଗୌଡ଼ ତାଙ୍କ ପୁଅଙ୍କ ମୁଣ୍ଡନ ପୂଜା କାର୍ଯ୍ୟ ପାଇଁ କେରାଣ୍ଡିିମାଳ ପର୍ବତ ଶିଖରରେ ପୂଜା ପାଉଥିବା ମା’ ବାଙ୍କେଶ୍ୱରୀଙ୍କ ପୀଠକୁ ପରିବାର ଲୋକେ ବନ୍ଧୁବାନ୍ଧବଙ୍କ ସହ ଯାଇଥିଲେ। ସେଠାରେ ଅନୁଷ୍ଠିତ ହେଉଥିବା ଭୋଜିରେ ଯୋଗଦେବା ପାଇଁ ଜଟିଆଙ୍କ ବନ୍ଧୁ ବାନ୍ଧବ ପିକ୍ଅପ୍ ଭ୍ୟାନରେ ବସି ଯାଉଥିବା ବେଳେ ଚାଳକ ନିୟନ୍ତ୍ରଣ ହରାଇବାରୁ ଭ୍ୟାନଟି ରାସ୍ତାକଡକୁ ଓଲଟି ପଡ଼ିଥିଲା। ଚାଳକ ଭ୍ୟାନରୁ ଡେଇଁ ପଡ଼ିବାରୁ ସେ ଆହାତ ହୋଇ ନ ଥିବା ଜଣାପଡ଼ିଛି ।ଦିଗପହଣ୍ଡି ଥାନା ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗସ୍ତ ଭ୍ୟାନକୁ ଜବତ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ମହମ୍ମଦ ମୋକିମ୍‌, ଏହି ଦିନ ଲଞ୍ଚ କରିବେ ନୂଆ ଦଳ

ଭୁବନେଶ୍ବର,୮ା୩: ଏପ୍ରିଲ୍‌ ୮ରେ ମହମ୍ମଦ ମୋକିମ୍‌ ନୂଆ ଦଳ ଲଞ୍ଚ୍‌ କରିବେ । ନୂଆ ଦଳର ନାଁ ‘ଓଡ଼ିଶା ଜନତା କଂଗ୍ରେସ’ ରହିବ ବୋଲି ଘୋଷଣା କରିଛନ୍ତି…

‘ନାରୀ ଶିକ୍ଷିତ ହେଲେ ଆର୍ଥିକ କ୍ଷେତ୍ରରେ ପ୍ରଗତି ହୋଇପାରିବ’

ଭଞ୍ଜନଗର,୮ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଏବଂ ଘୁମୁସର ଗବେଷଣା ପ୍ରତିଷ୍ଠାନ(ଜିଜିପି) ପକ୍ଷରୁ…

ଫାଇନାଲ ମ୍ୟାଚରେ ହେବ ବର୍ଷା! ଜାଣନ୍ତୁ କେମିତି ରହିଛି ପାଗ

ନୂଆଦିଲ୍ଲୀ,୮।୩: ସେମିଫାଇନାଲରେ ଇଂଲଣ୍ଡକୁ ୭ ରନରେ ପରାସ୍ତ କରି ଟିମ ଇଣ୍ଡିଆ ୨୦୨୬ ଟି୨୦ ବିଶ୍ୱକପ ଫାଇନାଲରେ ପହଞ୍ଚିଛି। ଭାରତ ରବିବାର, ୮ ମାର୍ଚ୍ଚରେ ଅହମଦାବାଦର ନରେନ୍ଦ୍ର…

ଫାଇନାଲ ମ୍ୟାଚ ପୂର୍ବରୁ ୨ ଦିନ ହେବ ଶୋଇ ପାରି ନାହାଁନ୍ତି ଏହି ଗାୟିକା, କାହିଁକି? କହିଲେ ଏହାର କାରଣ

ନୂଆଦିଲ୍ଲୀ,୮।୩: ରବିବାରି, ୮ ମାର୍ଚ୍ଚରେ, ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ T20 ବିଶ୍ୱକପ ଫାଇନାଲ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଗାୟିକା ଫାଲଗୁନି ପାଠକ ସମାପନ ଉତ୍ସବରେ…

ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଲେ ଓଡ଼ିଶାର…

ବଲାଙ୍ଗୀର,୮ା୩(ସୁନିଲ କୁମାର ମହାନ୍ତି): ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରବିବାର ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଅଡିଟୋରିୟମରେ ବଲାଙ୍ଗୀର ଜିଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଉଦ୍‌ଘାଟିତ ହୋଇଛି।…

‘ଓ୍ବାର୍ଲଡ କପ ଆମର’, କିଏ ଆଉ କାହିଁକି କହିଲେ ଏମିତି? ଫାଇନାଲ ମ୍ୟାଚ ପୂର୍ବରୁ ଚର୍ଚ୍ଚାରେ ଏହି ବୟାନ

ନୂଆଦିଲ୍ଲୀ,୮।୩: ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ସା ୭ଟାରୁ ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ…

ଅନ୍ତର୍ଜାତୀୟ ମହିଳା ଦିବସରେ ଏକାଠି ହେଲେ ମହିଳା, ନିଜେ ସ୍ବାବଲମ୍ବୀ ହେବା ସହ…

ଦାରିଙ୍ଗବାଡ଼ି,୮ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସାରିଙ୍ଗିଇର୍ପି ଆମ୍ବ ବଗିଚାଠାରେ ରବିବାର ମଧ୍ୟାହ୍ନରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ପ୍ରରିପ୍ରେକ୍ଷୀରେ ନାରୀ ମହାସଂଘର…

ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ବେପରୁଆ ନୀତି : ବିଭାଗକୁ ସିଧା ସଳଖ ଦାୟୀ

ଗଞ୍ଜାମ,୮।୩(ବିଦ୍ୟାଧର ସାହୁ ): ଗଞ୍ଜାମ ଐତିହାସିକ ଦୋଳ ପୂର୍ଣ୍ଣମୀ ଯାତ୍ରା ସମାପନ ହେବା ପରେ ଆରମ୍ଭ ହୋଇଛି ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରା । ପ୍ରତି ବର୍ଷ ଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri