ବ୍ରିଜ୍‌କୁ ପିଟି ହୋଇ ଓଲଟିଲା କାର୍‌, ବୃଦ୍ଧାଙ୍କ ଜୀବନ ଗଲା

ବେଗୁନିଆପଡ଼ା,୧୭।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡାଠାରୁ ଭେଜିପୁଟ ରାସ୍ତାର ସୁମଣ୍ଡଳ ନିକଟସ୍ଥ ମା’ କାଳୀ ମନ୍ଦିର ପାଖରେ ଥିବା ବ୍ରିଜରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ କାର୍‌ ଭାରସାମ୍ୟ ହରାଇ ବ୍ରିଜକୁ ଧକ୍କା ଦେବା ପରେ ରାସ୍ତା ପାର୍ଶ୍ୱରେ ଯାଉଥିବା ଜଣେ ବୃଦ୍ଧାଙ୍କୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ସୁମଣ୍ଡଳ ପଞ୍ଜାବୀ ସାହିର ତ୍ରିନାଥ ସ୍ବାଇଁଙ୍କ ସ୍ତ୍ରୀ ଶିଶୁଳା ସ୍ବାଇଁ(୬୦)।

ମିଳିଥିବା ସୂଚନା ଅନୁଯାୟୀ, ବେଗୁନିଆପଡା ପଟୁ ଏକ କାର୍‌ (ନମ୍ବର-ଓଡି୦୨ବିସି୭୯୬୨) ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ବ୍ରିଜ୍‌ର ଡାହାଣ ପାର୍ଶ୍ୱରେ ଖୁବ ଜୋରରେ ଧକ୍କା ଦେଇ ଓଲଟି ପଡିଥିଲା । ଏହି ସମୟରେ ରାସ୍ତାରେ ଆସୁଥିବା ଶିଶୁଳା ମଧ୍ୟ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଖଲ୍ଲିକୋଟ ମେଡିକାଲକୁ ନିଆଯାଇଥିଲା। ପରେ ଅବସ୍ଥା ଗୁରୁତର ହେବା ଯୋଗୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବେଗୁନିଆପଡା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିବା ସହ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ସରକାରୀ ବିଦ୍ୟାଳୟରୁ ହେଉଥିଲା ଚାଉଳ ଚୋରି: ମାଡ଼ିବସିଲେ ଗାଁ ଲୋକେ, ଆଉ ତା’ପରେ…

ଲାଞ୍ଜିଗଡ଼,୯।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ଼ସ୍ଥିତ ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟଠାରେ ସ୍କୁଲ ପାଚେରି ଭିତରେ ପ୍ରାୟ ୭ କୁଇଣ୍ଟାଲ ଚାଉଳ ଚୋରି…

ମହାଶିବରାତ୍ରି ପାଇଁ ଶୈବ ପୀଠ ଚଳଚଞ୍ଚଳ: ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଚାଲିଛି ପ୍ରସ୍ତୁତି

ଗଞ୍ଜାମ,୯।୨(ବିଦ୍ୟାଧର ସାହୁ): ଆସନ୍ତା ୧୫ରେ ମହାଶିବରାତ୍ରି। ଏଥିପାଇଁ ଗଞ୍ଜାମ ବ୍ଲକ ଅଞ୍ଚଳରେ ଥିବା ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇ ଉଠିଥିବା ଦେଖିବାକୁ ମିଳିଛି l ବିଭିନ୍ନ ଶୈବ…

ଘରେ କେହି ନ ଥିବାବେଳେ ତିଦ୍ଦଦୀୟ ନାବାଳିକାଙ୍କୁ ବଳାତ୍କାର କଲେ ନାବାଳକ, ଡାକ୍ତରୀ ପରୀକ୍ଷା ପରେ…

ଗଜପତି,୯ା୨(ଗିରିଧାରୀ ପରିଛା): ଗଜପତି ଜିଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଅଞ୍ଚଳରେ ଜଣେ ୭ ବର୍ଷର ତିବ୍ଦତୀୟ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ପରିବାର ଲୋକେ…

ବିପଦପୂର୍ଣ୍ଣ ଭାବେ ଓହଳିଛି: ଯାତାୟାତରେ ସମସ୍ୟା

ଦାରିଙ୍ଗବାଡି,୯।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ପଞ୍ଚାୟତ ଡାବୁଲୁମାହା ଗ୍ରାମଠାରୁ ତେରବାଡି ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ଆରପାରରେ ବିଦ୍ୟୁତ…

ଡଙ୍କାରୀରେ ହେବ ତୈଳ ପ୍ରକଳ୍ପ, ବିଧାୟକଙ୍କୁ ଚିଠି

ଧର୍ମଶାଳା,୯ା୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଡଙ୍କାରୀଠାରେ ହେବାକୁ ଥିବା ତୈଳ ପ୍ରକଳ୍ପକାର୍ଯ୍ୟ ତ୍ୱରାନ୍ବିତ ପାଇଁ ଭାରତୀୟ ଷ୍ଟାଟଜୀ ପେଟ୍ରୋଲିୟମ ରିଜର୍ଭ ଲିମିଟେଡ଼ ଆଇଏସ୍‌ପିଆର୍‌ଏଲ ପକ୍ଷରୁ ଚିଠି…

ପ୍ରେମ କରୁଥିଲେ ଝିଅ; ମାଡ଼ ଖାଇଲେ ମା’-ମାଉସୀ

ଭଦ୍ରକ,୯।୨(ସନାତନ ରାଉତ):ପ୍ରେମ ବିବାହକୁ ବିରୋଧ କରିବାରୁ ଝିଅର ଶାଶୁଘର ଲୋକଙ୍କଠାରୁ ମାଡ଼ ଖାଇଲେ ମା’ ଓ ମାଉସୀ। ଅକ୍ରମଣରେ ମା’, ମାଉସୀଙ୍କ ସମେତ ୪ଜଣ ଆହତ ହୋଇଛନ୍ତି।…

ସଡ଼କ ଦୁର୍ଘଟଣାରେ ଧରିତ୍ରୀ କର୍ମଚାରୀ ମୃତ

ରାୟଗଡ଼ା,୯।୨(ଆଶିଷ ରଞ୍ଜନ ପଣ୍ଡା):ସଡ଼କ ଦୁର୍ଘଟଣାରେ ଧରିତ୍ରୀ ରାୟଗଡ଼ା ସଂସ୍କରଣର ପ୍ରିଣ୍ଟ ଷ୍ଟେଶନରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ରବିବାର ସନ୍ଧ୍ୟାରେ ମୃତ୍ୟୁ ଘଟିଛି। ମୃତକ ହେଲେ ରାୟଗଡା ସଦର…

ମିଠା ପ୍ରସ୍ତୁତ ମେଶିନରେ ପଶିଗଲା ନାବାଳକଙ୍କ ହାତ, ଆଉ ତା’ ପରେ…

ଦିଗପହଣ୍ଡି,୯ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରେଡ୍ଡୀ ସାହିରେ ରବିବାର ରାତିରେ ଏକ ଅଘଟଣ ଘଟିଛି। ରେଡ୍ଡୀ ସାହିରେ ଥିବା ସିଙ୍ଗପୁର ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri