ବାଣପୁର,୨୮।୫( ଦିଲ୍ଲୀପ କୁମାର ସ୍ବାଇଁ) ଖୋର୍ଦ୍ଧା ଜିଲା ନାଚୁଣୀ ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ପୋଲିସ ବିଟହାଉସ ନିକଟସ୍ଥ କଉଡ଼ିଆ ଛକ ପେଟ୍ରୋଲ ପମ୍ପ ଠାରେ ବୁଧବାର ଦୂର୍ଘଟଣା ଘଟିଛି। ଏଥିରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ବାଣପୁର ଥାନା ନରେନ୍ଦ୍ରପୁର ପଞ୍ଚାୟତ ଅଧୀନ ବେରୁଆଁ ବାଡ଼ିଗ୍ରାମର ନିଲୁ ସ୍ବାଇଁଙ୍କ ପୁଅ ଅରୁଣ(୨୧) ବୁଧବାର ଏକ ମଟର ସାଇକେଲ ଯୋଗେ ଭୋର ୫ ଟା ସମୟରେ ଖୋର୍ଦ୍ଧାର ଏକ ଘରୋଇ କଲେଜ ପରୀକ୍ଷା ଥିବାରୁ ଯାଉଥିବା ସମୟରେ ଉକ୍ତ ପେଟ୍ରୋଲ ପମ୍ପଠାରେ ଏକ ଗଛରେ ମାଡ ହୋଇ ପଡିଥିଲେ। ପରେ ସ୍ଥାନୀୟ ଲୋକ ଆମ୍ବୁଲାନ୍ସରେ ତାଙ୍କୁ ବାଣପୁର ହସ୍ପିଟାଲକୁ ପଠାଇଥିଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଞ୍ଚଳରେ ଶୋକର ଛାୟା ଖେଳିଯିବା ସହିତ ପରିବାରର ସମସ୍ତ ସଦସ୍ୟ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତ।

