ବାଙ୍କେଶ୍ୱରୀ ଘାଟିରେ ଦୁର୍ଘଟଣା, ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଅଟୋ

ଦିଗପହଣ୍ଡି,୧୨ା୨(ଅଶେଷ ନାଥ ମିଶ୍ର)-ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ଥିବା ମା’ ନିଜ ବାଙ୍କେଶ୍ୱରୀଙ୍କ ଘାଟିରେ ବୁଧବାର ଅପରାହ୍ନରେ ଏକ ଡାଲା ଅଟୋ (ନଂ. ଓଡ଼ି ୩୨ ଏଫ୍‌ ୧୦୩୬) ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୨ ଜଣ ଗୁରୁତର ଆହାତ ହୋଇଛନ୍ତି। ଆହାତ ଦ୍ୱୟ ହେଲେ ଗଞ୍ଜାମ ଜିଲା ଆସିକା ଥାନା ପଢାଳ ଜୟପୁର ଗ୍ରାମର ଦେବରାଜ ଲେଙ୍କା ଏବଂ ମହନ୍ତ ଲେଙ୍କା।

ସୂଚନାନୁଯାୟୀ, ମନ୍ଦିରରେ ପୂଜାର୍ଚ୍ଚନା ଓ ଭୋଜି ଖାଇ ଡାଲା ଅଟୋ ପଛରେ ବସି ଗ୍ରାମର କିଛି ବ୍ୟକ୍ତି ଘରକୁ ଫେରୁଥିବା ଅଟୋଟି ଭାରସାମ୍ୟ ରାଇ ଘାଟିରେ ଓଲଟି ପଡିଥିଲା। ଫଳରେ ଦେବରାଜ ଓ ମହନ୍ତ ଗୁରୁତର ଆହତ ହୋଇଥିଲେ। ଅନ୍ୟ ୫ ଜଣ ଅଳ୍ପକେ ବର୍ତ୍ତି ଯାଇଥିଲେ। ଦିଗପହଣ୍ଡିରୁ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚିବା ସହ କର୍ମଚାରୀମାନେ ଆହତମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଦେବରାଜ ଲେଙ୍କା ଏବଂ ତାଙ୍କ ପଡୋଶୀ ବାପୁଜୀ ନାହାକଙ୍କ ପରିବାର ଲୋକେ ମିଶି ବାଙ୍କେଶ୍ୱରୀ ପୀଠକୁ ଯାଇ ପୂଜାର୍ଚ୍ଚନା କରି ଭୋଜି କରିଥିଲେ। ପରେ ସେଠାରୁ ଫେରିବା ବାଟରେ ଏହି ଦୁର୍ଘଟଣା ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ଶ୍ରମିକଙ୍କ ପାଇଁ ଖୁସିଖବର: ଜିଲା ଭିତରେ ଯୋଗାଇ ଦିଆଯିବ କାମ, ମନ୍ତ୍ରୀ କହିଲେ…

ବଲାଙ୍ଗୀର, ୩୧/୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଏକ ଦାଦନ ପ୍ରବଣ ଜିଲା। ତଥ୍ୟ ଅନୁସାରେ ଜିଲାରୁ ୧୯ ହଜାର ଦାଦନ ଶ୍ରମିକ ନିଜ ଘରେ…

ଗଞ୍ଜାମବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ପଲ୍ଲୀଶ୍ରୀ ମେଳାକୁ ବୃଦ୍ଧି କରି କହିଲେ…

ଛତ୍ରପୁର,୩୧ା୧(ଦିଲ୍ଲୀପ ସାମଲ): ଗଞ୍ଜାମବାସୀଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶତାଧିକ କୋଟିର ପ୍ରକଳ୍ପ ସହିତ ଆଉ ଏକ ବଡ଼ ଉପହାର ଦେଇଛନ୍ତି। ଗୋପାଳପୁର ବେଳାଭୂମି…

ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ହାଇୱା, ଘଟଣାସ୍ଥଳରେ…

ଧର୍ମଶାଳା,୩୧।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ନାନପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

୧୫୩ ବର୍ଷରେ ଯୋରନ୍ଦା ମେଳା: ଜୀବଜଗତର ମଙ୍ଗଳ ପାଇଁ ଆଜି ଘୃତାହୁତି କରିବେ…

ଢେଙ୍କାନାଳ,୩୧ା୧(ରତନ ନାୟାର): ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ମହିମାଗାଦି ଯୋରନ୍ଦାରେ ପ୍ରସିଦ୍ଧ ମାଘମେଳା ଶନିବାର ଆରମ୍ଭ ହୋଇଛି। ଚଳିତ ବର୍ଷ ମେଳା ୧୫୩ ବର୍ଷରେ ପହଞ୍ଚିଛି। ସେହିପରି ଚଳିତ…

ପଥରରେ ପିଟି ହୋଇ ଖାଲକୁ ଖସିପଡ଼ିଲା ପୋଲିସ ଗାଡ଼ି, ମହିଳା ଏସ୍‌ଆଇଙ୍କ ସମେତ…

ଖଲ୍ଲିକୋଟ,୩୧ା୧(ପ୍ରଶାନ୍ତ କୁମାର ମିଶ୍ର): ଘନକୁହୁଡ଼ି ଯୋଗୁ ୧୬ ନମ୍ବର ଜାତୀୟ ରାଜପଥରେ ଶନିବାର ଏକ ଦୁର୍ଘଟଣା ଘଟିଛି। ରାସ୍ତା ଉପରେ ପଡ଼ିଥିବା ଗୋଟିଏ ପଥରରେ ପିଟି ହୋଇ…

ବିଶିଷ୍ଟ କବିଙ୍କ ପରଲୋକ: ଇଂରାଜୀ-ଓଡିଆ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତି

ପଦ୍ମପୁର,୩୧।୧(ପ୍ରଦୀପ୍ତ ଦାଶ):ଇଂରାଜୀ ସାହିତ୍ୟ ଜଗତର ଉଜ୍ଜ୍ୱଳ ତାରକା, ବିଶିଷ୍ଟ ଶିକ୍ଷାବିତ୍‌ ତଥା କବି ପ୍ରଫେସର ରାଜେନ୍ଦ୍ର କୁମାର ପାଢ଼ୀଙ୍କ ପଦ୍ମପୁରସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ…

ବାଲ୍ୟ ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି, ପହଞ୍ଚିଗଲା ପ୍ରଶାସନ: ଆଉ ତା’ପରେ…

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ନଅଗାଁ(କ) ଗ୍ରାମରେ ଫେବୃଆରୀ ୨ରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ଶନିବାର ରୋକିଛି ଜିଲା ପ୍ରଶାସନ। ଜିଲା…

ଫୁଲ ତୋଳିବା ପାଇଁ ଯାଇଥିଲେ ବୃଦ୍ଧା, ବାଟରେ ଘଟିଲା ବଡ଼ ଅଘଟଣ

ଦିଗପହଣ୍ଡି,୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଶନିବାର ଭୋର୍‌ ସମୟରେ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ବୃଦ୍ଧା ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri