ରାଜ୍‌ ଇଲେକ୍ଟ୍ରୋନିକ୍ସରେ ଏସି ମହା ସଞ୍ଚୟ ସେଲ୍‌

ଭୁବନେଶ୍ୱର,୧୨ା୧,(ଅନୁରାଧା ମହାରଣା): ରାଜ୍‌ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର(ଏସି) ମହା ସଞ୍ଚୟ ସେଲ୍‌ ଘୋଷଣା କରାଯାଇଛି। ଖରାଦିନ ଆରମ୍ଭ ହେଲେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମୂଲ୍ୟରେ ବୃଦ୍ଧିର ପ୍ରଭାବ ପଡ଼ିବା ସମ୍ଭାବନା ରହିଥିବାବେଳେ ବର୍ତ୍ତମାନଠାରୁ ଏସିର ଚାହିଦା ବୃଦ୍ଧି ପାଇବା ଆରମ୍ଭ ହୋଇଯାଇଛି। ମାର୍ଚ୍ଚ ଶେଷ ବେଳକୁ ମୂଲ୍ୟ ୧୫ରୁ ୨୦% ପର୍ଯ୍ୟନ୍ତ ବଢ଼ିଯିବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ମାର୍କେଟରେ କପର, ଆଲୁମିନିୟମର ମୂଲ୍ୟ ଉଲ୍ଲେଖନୀୟ ଭାବେ ବଢ଼ିବା ସହ କଞ୍ଚାମାଲର ମୂଲ୍ୟ ବଢ଼ିବା ଓ ପେଣ୍ଟ୍‌ ପ୍ଲାଷ୍ଟିକ୍‌ ଭଳି ଉତ୍ପାଦ ପ୍ରତ୍ୟକ୍ଷ ଭାବେ ମୂଲ୍ୟ ବୃଦ୍ଧି ହୋଇଛି। ଏହାର ପ୍ରଭାବ ମଧ୍ୟ ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ଉତ୍ପାଦ ଉପରେ ଦେଖିବାକୁ ମିଳୁଛି। ଏହି ବର୍ଷ ଏସି ଷ୍ଟାର ରେଟିଂ ପରିବର୍ତ୍ତନ ହେବାକୁ ଯାଉଥିବାରୁ କମ୍ପାନୀର ଉତ୍ପାଦନ ଖର୍ଚ୍ଚ ବଢ଼ିବାର ପ୍ରଭାବ ଉପଭୋକ୍ତାଙ୍କ ଉପରେ ପଡ଼ିବାକୁ ଯାଉଛି। ଏହି ଦରବୃଦ୍ଧି ସମୟରେ ରାଜ୍‌ ଇଲେକ୍ଟ୍ରୋନିକ୍ସ ଗ୍ରାହକଙ୍କୁ କମ୍‌ ମୂଲ୍ୟରେ ଏସି ଯୋଗାଇଦେବା ପାଇଁ ମହାସେଲ୍‌ ଘୋଷଣା କରିଛି। ବିଭିନ୍ନ କମ୍ପାନୀର ଏସିରେ ଭରପୂର ଶୋ’ରୁମ୍‌ରୁ ଗ୍ରାହକମାନେ କିଣିବାର ସୁଯୋଗ ପାଇବେ । ନଗଦ ଭାବେ ନ ଦେଇ ସବୁଠୁ କମ୍‌ ଡାଉନ୍‌ମେଣ୍ଟରେ ୦% ସୁଧ ଓ ସହଜ କିସ୍ତିରେ ଗ୍ରାହକମାନେ ଏସି କିଣିବାର ଲାଭ ଏବେ ନେଇପାରିବେ।
ଏହି ପରିପ୍ରେକ୍ଷୀରେ ରାଜ୍‌ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ପ୍ରକାଶ କୁମାର ବିଶାଳ କୁହନ୍ତି, ଏସି ଏକ ଦୀର୍ଘସ୍ଥାୟୀ ଉପଭୋକ୍ତା ସାମଗ୍ରୀ । ତେଣୁ ଖରାଦିନ ଆସିବା ପୂର୍ବରୁ ଗ୍ରାହକମାନେ ବର୍ତ୍ତମାନ ମୂଲ୍ୟରେ ଏସି କିଣି ଘରେ ଲଗାଇବ ସହ ଖରାଦିନେ ତାତିରୁ ଆରାମ ପାଇପାରିବେ ବୋଲି ସେ ମତ ଦେଇଛନ୍ତି। ରାଜ୍‌ ଇଲେକ୍ଟ୍ରୋନିକ୍ସ କେଉଁ ଘର ପାଇଁ କି ପ୍ରକାର ଏସି ଆବଶ୍ୟକ ସେ ସମ୍ପର୍କରେ ମଧ୍ୟ ଗ୍ରାହକଙ୍କୁ ଶୋ’ରୁମ୍‌ରେ ଅଭିଜ୍ଞ ସେଲ୍‌ସମ୍ୟାନ୍‌ ସଚେତନ କରାଉଛନ୍ତି। ତେଣୁ ଦରବୃଦ୍ଧିକୁ ଅପେକ୍ଷା ନ କରି ଗ୍ରାହକମାନେ ଏବେ ରାଜ୍‌ ଇଲେକ୍ଟ୍ରୋନିକ୍ସରୁ ସୁଲଭ ମୂଲ୍ୟରେ ସବୁ ନାମୀଦାମୀ ବ୍ରାଣ୍ଡ୍‌ର ଏସି କିଣିବାର ସୁଯୋଗ ନେବେ ବୋଲି ବିଶ୍ବାଳ ଆଶାବ୍ୟକ୍ତ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri