୩ ଦିନରେ ୨କୋଟିର କାରବାର

ଭୁବନେଶ୍ୱର,୧୨।୧ (ଅଭୟ ଦାଶ): ପ୍ରଥମ ଥର ପାଇଁ ବୟନିକା ପକ୍ଷରୁ ଆରମ୍ଭ ହୋଇଥିତ୍ବା ରାତି ବଜାର ‘ବୟନିକା ନାଇଟ୍‌ ବଜାର’କୁ ଉଲ୍ଲେଖନୀୟ ସଫଳତା ମିଳିଛି। ଏପରିକି ମାତ୍ର ୩ ଦିନ ମଧ୍ୟରେ ପ୍ରାୟ ୨ କୋଟି ଟଙ୍କାର କାରବାର ହୋଇଛି। ୨୦୨୫ ଜାନୁୟାରୀ ୮ ରାତି ୧୧ ଘଟିକାରୁ ଆରମ୍ଭ ହୋଇଥିବା ଏହି ବଜାର ୧୧ ତାରିଖ ସକଳା ୧୦ ଘଟିକା ସୁଦ୍ଧା ମୋଟ ୧.୭୫ କୋଟି ଟଙ୍କାର କାରବାର କରିଛି। ବିଶେଷକରି ସୂତା ଶାଢ଼ିର ଚାହିଦା ବେଶ୍‌ ଅଧିକ ରହିଛି।
ଉଲ୍ଲେଖଯୋଗ୍ୟ, ରାଜ୍ୟର ପ୍ରମୁଖ ହସ୍ତତନ୍ତ୍ର ସଙ୍ଗଠନ ତଥା ଓଡ଼ିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିମିଟେଡ୍‌ ବା ବୟନିକାର ବହୁ ପ୍ରତୀକ୍ଷିତ ‘ବୟନିକା ନାଇଟ୍‌ ବଜାର’ ବୁଧବାର ଭୁବନେଶ୍ୱରର ଖାରବେଳନଗରସ୍ଥିତ ବୟନିକା ଭବନଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ସରକାରଙ୍କ ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ ବିଭାଗର ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାରଙ୍କ ସମେତ ସ୍ବତନ୍ତ୍ର ଶାସନ ସଚିବ ମଧୁମିତା ରଥ, ଅତିରିକ୍ତ ଶାସନ ସଚିବ ବିକ୍ରମାଦିତ୍ୟ ବାରିକ ଏବଂ ପରିଚାଳନା ନିର୍ଦ୍ଦେଶିକା ପ୍ରଣତୀ ଛୋଟରାୟ, ଅତିରିକ୍ତ ଶାସନ ସଚିବ ସୁଷମା ବାରିକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ବର୍ତ୍ତମାନ ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ବା ପିବିଡି-୨୦୨୫ର ଆୟୋଜନ କରାଯାଇଛି। ଏହି ସମୟରେ ଓଡ଼ିଶାର ହସ୍ତତନ୍ତ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ବୟନିକା ପକ୍ଷରୁ ଏହି ସ୍ବତନ୍ତ୍ର ରାତି ବଜାରର ଶୁଭାରମ୍ଭ କରାଯାଇଛି। ସେହିଭଳି ଭୁବନେଶ୍ୱରରେ ବୟନିକାର ତିନୋଟି ଶାଖାରେ ସ୍ବତନ୍ତ୍ର ରିହାତି ବିକ୍ରୟ ସୁବିଧା ସୀମିତ ସମୟ ପାଇଁ ଉପଲବ୍ଧ ରହିଛି। ଏହି ବଜାର ୨୦୨୫ ଜାନୁଆରୀ ୧୩ ପର୍ଯ୍ୟନ୍ତ ଚାଲିବ। ସେହିପରି ପିବିଡି ପାଇଁ ସ୍ବତନ୍ତ୍ର ରିହାତି ଦିଆଯାଉଛି। ଏପରିକି ଭୁବନେଶ୍ୱରର ସମସ୍ତ ଶାଖାରେ ୨୦% + ୧୦% + ୫% ରିହାତି ଅନ୍ତର୍ଭୁକ୍ତ ରହିଛି। ଏହି ଉତ୍ସାହକକୁ ଦ୍ୱିଗୁଣିତ କରିବା ପାଇଁ ଅତିରିକ୍ତ ୫% ରିହାତି ବୟନିକା ସ୍ବତନ୍ତ୍ର ନାଇଟ୍‌ ବଜାରରେ ଉପଲବ୍ଧ ରହିଛି। ଏହି ବଜାର ପ୍ରତିଦିନ ରାତି୧୧ଟା ରୁ ପରଦିନ ସକାଳ ୭ଟା ଯାଏ ସୀମିତ ଅବଧି ପର୍ଯ୍ୟନ୍ତ ଖୋଲା ଅଛି। ଏଥିରେ ପର୍ଯ୍ୟଟକ ଓ ଆଗନ୍ତୁକମାନଙ୍କୁ ରାତ୍ରି ସମୟରେ ମଧ୍ୟ ଓଡ଼ିଶା ହସ୍ତତନ୍ତ ସୃଷ୍ଟିର ଅନ୍ବେଷଣ କରିବାକୁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ। ଅପରପକ୍ଷରେ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ଐତିହ୍ୟକୁ ଅନୁଭବ କରିବାକୁ ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରବାସୀ ଭାରତୀୟ ତଥା ପ୍ରତିନିଧି ଓ ପରିଦର୍ଶକମାନଙ୍କୁ ବୟନିକା ଏହି ବଜାର ଜରିଆରେ ସ୍ବାଗତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?