ଗଞ୍ଜାମ, ୧୫/୧୦ (ଅନାଥ ତରାଇ): ଛାତ୍ର ସଂସଦ ନିର୍ବାଚନରେ ଗଞ୍ଜାମ ମହାବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସମର୍ଥିତ ପ୍ରାର୍ଥୀମାନେ ବିଭିନ୍ନ ପଦବୀରେ ବିଜୟୀ ହୋଇଛନ୍ତି । ସଭାପତି ପଦରେ ଯୁକ୍ତ ତିନି ଦ୍ୱିତୀୟ ବର୍ଷ ବିଜ୍ଞାନ ଛାତ୍ର ଗୋପାଳ କୃଷ୍ଣ ଚୌଧୁରୀ ବିଜୟୀ ହୋଇଥିବାବେଳେ ଉପସଭାପତି ପଦରେ ଜଗନ୍ନାଥ ବେହେରା, ସାଧାରଣ ସମ୍ପାଦକ ପଦରେ ଯୁକ୍ତ ତିନି ଦ୍ୱିତୀୟ ବର୍ଷ କଳା ଛାତ୍ର ସାହିଲ ବିଶ୍ୱାଳ, କ୍ରୀଡ଼ା ସମ୍ପାଦକ ପଦରେ ଏମ୍. ଅଜୟ ଏବଂ ନାଟ୍ୟ ସମ୍ପାଦକ ପଦରେ ଜି. ଜଗଦୀଶ କୁମାର ବିଜୟୀ ହୋଇଛନ୍ତି । ସମସ୍ତ ବିଜୟୀ ପ୍ରାର୍ଥୀ ଶହେରୁ ଅଧିକ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀମାନେ ପରାଜୟ ବରଣ କରିଛନ୍ତି।
ମହାବିଦ୍ୟାଳୟରେ ଗାର୍ଲ୍ସ କମନ୍ ରୁମ୍ ସମ୍ପାଦକ ପଦରେ ଲିପ୍ସା ବେହେରା, ବଏଜ୍ କମନ୍ ରୁମ୍ ସମ୍ପାଦକ ପଦରେ ଦେବୀ ପ୍ରସାଦ ଶତପଥୀ ଏବଂ ଡିଏସ୍ଇ ସମ୍ପାଦକ ପଦରେ ରୁଦ୍ର ପ୍ରସାଦ ବେହେରା ପୂର୍ବରୁ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ ।