ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ବିଧାୟକ ନାୟକ କହିଥିଲେ ଯେ, ଏହିଭଳି ଏକ କେନ୍ଦ୍ର ମେଡ଼ିକାଲ ପରିସରରେ ଖୋଲିବା ଦ୍ୱାରା ନିର୍ଯାତିତ ମହିଳାମାନେ ଏଣିକି ନୂତନ ଜୀବନର ଆଶା ପାଇବେ । ଏହି କେନ୍ଦ୍ର ମାଧ୍ୟମରେ ନିର୍ଯାତିତ ମହିଳାମାନେ ଆଇନଗତ, ଚିକିତ୍ସା ପ୍ରମୁଖ ସୁବିଧା ପାଇପାରିବେ। ଆଜିର ସମାଜରେ ଦୁଃଖୀ, ନିର୍ଯାତିତ ମହିଳା ଓ କନ୍ୟା ଶିଶୁମାନଙ୍କ ପାଇଁ ଏପରି ଏକ ସେବାକେନ୍ଦ୍ର ନିହାତି ଆବଶ୍ୟକ ଥିଲା। ଗୋଟିଏ ଛାତ ତଳେ ଚିକିତ୍ସା ସହାୟତା, ବିଭିନ୍ନ ପରାମର୍ଶ, ପୋଲିସ ସହଯୋଗ, ଆଇନଗତ ସହାୟତା ଓ ଅସ୍ଥାୟୀ ଆଶ୍ରୟ ମିଳିବା ଦ୍ୱାରା ପୀଡ଼ିତାମାନେ ନୂତନ ଜୀବନର ଆଶା ପାଇ ପାରୁଛନ୍ତି। ଗଞ୍ଜାମ ଜିଲାରେ ପୂର୍ବରୁ ବ୍ରହ୍ମପୁରରେ ଏଭଳି ଗୋଟିଏ କେନ୍ଦ୍ର ଥିଲା। ଭଞ୍ଜନଗରରେ ଏହାର ଆବଶ୍ୟକତା ଅନୁଭବ କରି ସରକାର ଦ୍ୱିତୀୟ କେନ୍ଦ୍ର ଆଜି ଖୋଲିଛନ୍ତି। ଯାହାର ସୁଫଳ ଅଞ୍ଚଳବାସୀ ପାଇବେ ବୋଲି ବିଧାୟକ ନାୟକ କହିଥିଲେ। ଏହି କେନ୍ଦ୍ର ୨୪ ଘଣ୍ଟିଆ ଖୋଲା ରହିବ ମହିଳାମାନଙ୍କ ସେବାରେ। ଜିଲା ପ୍ରଶାସନ ଏବଂ ସ୍ବେଚ୍ଛାସେବୀ ସଂଗଠନ ଆଇଏସଆରଡିଏ ମିଳିତ ସହଯୋଗରେ ଏହି କେନ୍ଦ୍ର ପରିଚାଳିତ ହେବ। ଘରୋଇ ହିଂସା, ଆର୍ଥିକ ହିଂସା, ଯୌନ ନିର୍ଯାତନା ସମେତ ଯେ କୌଣସି ନିର୍ଯାତନାର ମହିଳାମାନେ ଶିକାର ହୁଅନ୍ତି , ତେବେ ଏହି ସହାୟତା କେନ୍ଦ୍ରର ଆଶ୍ରୟ ନେଇ ନ୍ୟାୟ ପାଇପାରିବେ ବୋଲି ବକ୍ତାମାନେ କହିଥିଲେ। ଏହି ଅବସରରେ ଜିଲାପାଳ ଭି କୀର୍ତ୍ତି ବାସନ, ଉପଜିଲାପାଳ ଉମାଶଙ୍କର ବେହେରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ,ମେଡିକାଲ ଅଧିକ୍ଷକ ଡାକ୍ତର ସିତାନ୍ସୁ ଶେଖର ଶତପଥୀ, ଜିଲା ସମାଜ ମଙ୍ଗଳ ଅଧିକାରୀଣୀ ବିଜୟଲକ୍ଷ୍ମୀ ବେହେରା, ଜିଲା ସୁରକ୍ଷା ଅଧିକାରୀଣୀ ଡି ନାଗୁରତ୍ନମ, ଭଞ୍ଜନଗର ସିଡିପିଓ ମିଲିମା କୁମାରୀ ପଣ୍ଡା, ଦୀପକ କୁମାର ମିଶ୍ର , ମେଡ଼ିକାଲ ପରିଚାଳକ ପାଣିଗ୍ରାହୀ, ଏମପି ପ୍ରତିନିଧି ସନ୍ତୋଷ ତିଆଡି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏନଜିଓ ନିର୍ଦ୍ଦେଶକ ସୁଧିର ସାବତ ସ୍ବାଗତ ଭାଷଣରେ ୱାନ ଷ୍ଟପ ସେଣ୍ଟରର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ମହିଳା ସୁରକ୍ଷା ଦିଗରେ ଏହାର ଭୂମିକା ବିଷୟରେ କହିଥିଲେ। ଅନ୍ୟାନ୍ୟ ଅତିଥିମାନେ ତାଙ୍କର ଭାଷଣରେ କହିଥିଲେ ଯେ, ଭଞ୍ଜନଗର ସବଡିଭିଜନ ଅଞ୍ଚଳରେ ଏହି ୱାନ ଷ୍ଟପ ସେଣ୍ଟର ଆଗାମୀ ଦିନରେ ମହିଳା ଓ କନ୍ୟା ଶିଶୁମାନଙ୍କ ପାଇଁ ଏକ ଭରସାଯୋଗ୍ୟ ସହାୟତା କେନ୍ଦ୍ର ଭାବେ କାମ କରିବ। ସମସ୍ତ ମହିଳା ଓ କନ୍ୟାଶିଶୁ ଯେଉଁମାନେ ଶାରୀରିକ, ମାନସିକ, ଯୌନ କିମ୍ବା ଘରୋଇ ହିଂସାରେ ପୀଡ଼ିତ, ସେମାନେ ନିର୍ଭୟରେ ଏହି ସେବା ଗ୍ରହଣ କରିପାରିବେ। ସମାଜରେ ହିଂସାକୁ ମୂଳରୁ ଶେଷ କରିବା ପାଇଁ ସରକାରୀ ବିଭାଗ, ସ୍ବେଚ୍ଛାସେବୀ ସଂସ୍ଥା ଓ ସାଧାରଣ ଜନସାଧାରଣଙ୍କ ସାମୂହିକ ପ୍ରୟାସ ଅତ୍ୟାବଶ୍ୟକ। ଏହି ୱାନ ଷ୍ଟପ ସେଣ୍ଟର ମାଧ୍ୟମରେ ମହିଳାମାନେ ଆତ୍ମବିଶ୍ୱାସୀ ହୋଇ ନିଜ ଅଧିକାର ପାଇଁ ଆଗେଇ ଆସିବେ ବୋଲି ଅତିଥିମାନେ ଆଶା ବ୍ୟକ୍ତ କରିଥିଲେ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri