Posted inଜାତୀୟ

ଯୌତୁକ ନିରୋଧୀ ଆଇନର ଦୁରୁପଯୋଗ ବଢ଼ୁଛି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୨ା୧୨: ମହିଳାମାନଙ୍କ ଦ୍ୱାରା ଯୌତୁକ ନିରୋଧୀ ଆଇନର ଦୁରୁପଯୋଗ ବଢ଼ିବାରେ ଲାଗିଛି। ସେମାନେ ଶାଶୁଘରର ନିରୀହ ଲୋକ ଏବଂ ସମ୍ପର୍କୀୟଙ୍କ ବିରୋଧରେ ଏହି ଆଇନକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ନେଇ ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି। ନିର୍ଦ୍ଦିଷ୍ଟ ଅଭିଯୋଗ ବିନା କୌଣସି ଆବେଦନ ଦାଖଲ ହେଲେ ଖାରଜ କରିଦିଆଯିବା ଜରୁରୀ। ସ୍ତ୍ରୀ ଓ ତାଙ୍କ ବାପଘର ଲୋକଙ୍କ ଦ୍ୱାରା ଯୌତୁକ ନିରୋଧୀ ଆଇନକୁ ଅସ୍ତ୍ର କରିବା ପାଇଁ ଅନୁମତି ଦିଆଯିବା ଉଚିତ ନୁହେଁ ବୋଲି ସର୍ବୋଚ୍ଚ ଅଦାଲତ ମଙ୍ଗଳବାର କହିଛନ୍ତି। ବେଙ୍ଗାଲୁରୁରେ ଅତୁଲ ସୁଭାଷ ନାମକ ଜଣେ କମ୍ପାନୀ କାର୍ଯ୍ୟନିର୍ବାହୀ ସ୍ତ୍ରୀ ଓ ତାଙ୍କ ବାପଘର ଲୋକଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇ ଆତ୍ମହତ୍ୟା କରିବା ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ସୁପ୍ରିମକୋର୍ଟ ଏଭଳି ଟିପ୍ପଣୀ ଦେଇଛନ୍ତି।

ମହିଳାମାନଙ୍କୁ ଶାଶୁଘର ଲୋକଙ୍କ ନିଷ୍ଠୁରତାରୁ ସୁରକ୍ଷା ଦେବା ପାଇଁ ଯୌତୁକ ନିରୋଧୀ ଆଇନ ଅଣାଯାଇଥିଲା। ତଣୁ ଯୌତୁକ ନିର୍ଯାତନା ମାମଲାର ବିଚାର କଲାବେଳେ ନିରୀହ ଲୋକେ ଯେପରି ଅକାରଣରେ ନିର୍ଯାତିତ ନ ହୁଅନ୍ତି, ସେଥିପ୍ରତି କୋର୍ଟଗୁଡ଼ିକ ସତର୍କତାର ସହ କାର୍ଯ୍ୟକରିବା ଆବଶ୍ୟକ ବୋଲି ଜଷ୍ଟିସ୍‌ ବି.ଭି. ନାଗରତ୍ନା ଏବଂ ଏନ୍‌. କୋଟିଶ୍ୱର ସିଂଙ୍କ ଖଣ୍ଡପୀଠ କହିଛନ୍ତି। ସାଧାରଣରେ ଦେଖାଯାଇଛି ଯେ, ବୈବାହିକ ଜୀବନରେ କଳହ ଦେଖାଦେଲେ ଘରୋଇ ବିବାଦ ଅଭିଯୋଗରେ ସ୍ବାମୀଙ୍କ ପରିବାରର ସବୁ ସଦସ୍ୟଙ୍କୁ ଅଭିଯୁକ୍ତ କରାଇବା ଏକ ଧାରାରେ ପରିଣତ ହୋଇଗଲାଣି। ବଳିଷ୍ଠ ତଥ୍ୟ ପ୍ରମାଣ ନ ଥାଇ ଏଭଳି ସାଧାରଣ ଅଭିଯୋଗଗୁଡ଼ିକୁ ଆପରାଧିକ ମକଦ୍ଦମାର ଆଧାର କରାଯାଇପାରିବ ନାହିଁ ବୋଲି ଅଦାଲତ କହିଛନ୍ତି। ସ୍ବାମୀ ଓ ତାଙ୍କ ପରିବାର ଦ୍ୱାରା ମହିଳାଙ୍କ ଉପରେ ନିଷ୍ଠୁରତା ରୋକିବା ଲାଗି ଯୌତୁକ ଆଇନରେ ସଂଶୋଧନ କରାଯାଇ ଆଇପିସିର ଧାରା ୪୯୮ଏ ସଂଯୋଗ କରାଯାଇଥିଲା। ତେବେ ନିକଟ ଅତୀତରେ ବୈବାହିକ ବିବାଦ ମାମଲା ବହୁତ ବଢ଼ିବା ସହ ଏହି ଧାରାର ଦୁରୁପଯୋଗ ମାନସିକତା ବୃଦ୍ଧିପାଇଛି। ମହିଳାମାନେ ସ୍ବାମୀ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ବ୍ୟକ୍ତିଗତ ପ୍ରତିଶୋଧ ପାଇଁ ଏଭଳି ବ୍ୟବସ୍ଥାକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ଖଣ୍ଡପୀଠ କହିଛନ୍ତି। ଜଣେ ବ୍ୟକ୍ତି, ତାଙ୍କ ମାଆବାପା ଓ ପରିବାରର ଅନ୍ୟ ସଦସ୍ୟଙ୍କ ବିରୋଧରେ ଅଣାଯାଇଥିବା ଯୌତୁକ ନିର୍ଯାତନା ମାମଲାକୁ ଖାରଜ କରିବା ପାଇଁ ତେଲଙ୍ଗାନା ହାଇକୋର୍ଟ ମନା କରିବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସର୍ବୋଚ୍ଚ ଅଦାଲତ ହାଇକୋର୍ଟଙ୍କ ରାୟକୁ ଖାରଜ କରିଦେବା ଅବସରରେ ଏହା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ଦେଶ ଭାବେ ସୋସିଆଲ ମିଡିଆ ବ୍ୟାନ କଲା ଅଷ୍ଟ୍ରେଲିଆ, ଏତିକି ବର୍ଷରୁ କମ୍ ପିଲା…

ନୂଆଦିଲ୍ଲୀ,୯।୧୨: ପିଲାମାନଙ୍କୁ ସୋସିଆଲ ମିଡିଆର କୁପ୍ରଭାବରୁ ରକ୍ଷା କରିବା ପାଇଁ ଅଷ୍ଟ୍ରେଲିଆ ଏକ ଐତିହାସିକ ପଦକ୍ଷେପ ନେଇଛି। ବୁଧବାର ମଧ୍ୟରାତ୍ରିରୁ ଅଷ୍ଟ୍ରେଲିଆ ୧୬ ବର୍ଷରୁ କମ୍...

ବାରବାଟୀରେ ଭାରତର ବଡ଼ ବିଜୟ! ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ‘ସୂର୍ଯ୍ୟ’ ଟିମ୍

କଟକ,୯।୧୨: ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକାକୁ ୧୦୧ ରନର...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri