Posted inଜାତୀୟ

ଯୌତୁକ ନିରୋଧୀ ଆଇନର ଦୁରୁପଯୋଗ ବଢ଼ୁଛି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୨ା୧୨: ମହିଳାମାନଙ୍କ ଦ୍ୱାରା ଯୌତୁକ ନିରୋଧୀ ଆଇନର ଦୁରୁପଯୋଗ ବଢ଼ିବାରେ ଲାଗିଛି। ସେମାନେ ଶାଶୁଘରର ନିରୀହ ଲୋକ ଏବଂ ସମ୍ପର୍କୀୟଙ୍କ ବିରୋଧରେ ଏହି ଆଇନକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ନେଇ ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି। ନିର୍ଦ୍ଦିଷ୍ଟ ଅଭିଯୋଗ ବିନା କୌଣସି ଆବେଦନ ଦାଖଲ ହେଲେ ଖାରଜ କରିଦିଆଯିବା ଜରୁରୀ। ସ୍ତ୍ରୀ ଓ ତାଙ୍କ ବାପଘର ଲୋକଙ୍କ ଦ୍ୱାରା ଯୌତୁକ ନିରୋଧୀ ଆଇନକୁ ଅସ୍ତ୍ର କରିବା ପାଇଁ ଅନୁମତି ଦିଆଯିବା ଉଚିତ ନୁହେଁ ବୋଲି ସର୍ବୋଚ୍ଚ ଅଦାଲତ ମଙ୍ଗଳବାର କହିଛନ୍ତି। ବେଙ୍ଗାଲୁରୁରେ ଅତୁଲ ସୁଭାଷ ନାମକ ଜଣେ କମ୍ପାନୀ କାର୍ଯ୍ୟନିର୍ବାହୀ ସ୍ତ୍ରୀ ଓ ତାଙ୍କ ବାପଘର ଲୋକଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇ ଆତ୍ମହତ୍ୟା କରିବା ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ସୁପ୍ରିମକୋର୍ଟ ଏଭଳି ଟିପ୍ପଣୀ ଦେଇଛନ୍ତି।

ମହିଳାମାନଙ୍କୁ ଶାଶୁଘର ଲୋକଙ୍କ ନିଷ୍ଠୁରତାରୁ ସୁରକ୍ଷା ଦେବା ପାଇଁ ଯୌତୁକ ନିରୋଧୀ ଆଇନ ଅଣାଯାଇଥିଲା। ତଣୁ ଯୌତୁକ ନିର୍ଯାତନା ମାମଲାର ବିଚାର କଲାବେଳେ ନିରୀହ ଲୋକେ ଯେପରି ଅକାରଣରେ ନିର୍ଯାତିତ ନ ହୁଅନ୍ତି, ସେଥିପ୍ରତି କୋର୍ଟଗୁଡ଼ିକ ସତର୍କତାର ସହ କାର୍ଯ୍ୟକରିବା ଆବଶ୍ୟକ ବୋଲି ଜଷ୍ଟିସ୍‌ ବି.ଭି. ନାଗରତ୍ନା ଏବଂ ଏନ୍‌. କୋଟିଶ୍ୱର ସିଂଙ୍କ ଖଣ୍ଡପୀଠ କହିଛନ୍ତି। ସାଧାରଣରେ ଦେଖାଯାଇଛି ଯେ, ବୈବାହିକ ଜୀବନରେ କଳହ ଦେଖାଦେଲେ ଘରୋଇ ବିବାଦ ଅଭିଯୋଗରେ ସ୍ବାମୀଙ୍କ ପରିବାରର ସବୁ ସଦସ୍ୟଙ୍କୁ ଅଭିଯୁକ୍ତ କରାଇବା ଏକ ଧାରାରେ ପରିଣତ ହୋଇଗଲାଣି। ବଳିଷ୍ଠ ତଥ୍ୟ ପ୍ରମାଣ ନ ଥାଇ ଏଭଳି ସାଧାରଣ ଅଭିଯୋଗଗୁଡ଼ିକୁ ଆପରାଧିକ ମକଦ୍ଦମାର ଆଧାର କରାଯାଇପାରିବ ନାହିଁ ବୋଲି ଅଦାଲତ କହିଛନ୍ତି। ସ୍ବାମୀ ଓ ତାଙ୍କ ପରିବାର ଦ୍ୱାରା ମହିଳାଙ୍କ ଉପରେ ନିଷ୍ଠୁରତା ରୋକିବା ଲାଗି ଯୌତୁକ ଆଇନରେ ସଂଶୋଧନ କରାଯାଇ ଆଇପିସିର ଧାରା ୪୯୮ଏ ସଂଯୋଗ କରାଯାଇଥିଲା। ତେବେ ନିକଟ ଅତୀତରେ ବୈବାହିକ ବିବାଦ ମାମଲା ବହୁତ ବଢ଼ିବା ସହ ଏହି ଧାରାର ଦୁରୁପଯୋଗ ମାନସିକତା ବୃଦ୍ଧିପାଇଛି। ମହିଳାମାନେ ସ୍ବାମୀ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ବ୍ୟକ୍ତିଗତ ପ୍ରତିଶୋଧ ପାଇଁ ଏଭଳି ବ୍ୟବସ୍ଥାକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ଖଣ୍ଡପୀଠ କହିଛନ୍ତି। ଜଣେ ବ୍ୟକ୍ତି, ତାଙ୍କ ମାଆବାପା ଓ ପରିବାରର ଅନ୍ୟ ସଦସ୍ୟଙ୍କ ବିରୋଧରେ ଅଣାଯାଇଥିବା ଯୌତୁକ ନିର୍ଯାତନା ମାମଲାକୁ ଖାରଜ କରିବା ପାଇଁ ତେଲଙ୍ଗାନା ହାଇକୋର୍ଟ ମନା କରିବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସର୍ବୋଚ୍ଚ ଅଦାଲତ ହାଇକୋର୍ଟଙ୍କ ରାୟକୁ ଖାରଜ କରିଦେବା ଅବସରରେ ଏହା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

ମଦ ଦୋକାନରେ ଗଣ୍ଡଗୋଳ, ଯୁବକଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ; ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଯୁବକ ଏସ. ରାଜୀବ ରେଡ୍ଡୀ ଚୈତନ୍ୟପୁର ଗ୍ରାମର ଦେବ ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ କରି…

ବଲାଙ୍ଗୀରରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅଫିସ ଷ୍ଟାଫ୍ କ୍ବାର୍ଟରରେ…

ବଲାଙ୍ଗୀର,୨୦।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଫରେଷ୍ଟ ରେଞ୍ଜ ଅଫିସ ପଛପଟେ ଥିବା ଷ୍ଟାଫ କ୍ବାଟରୁ ଫରେଷ୍ଟରଙ୍କ ମୃତଦେହ ଉଦ୍ଧାର ହୋଇଛି । ଝୁଲନ୍ତା ଅବସ୍ଥାରେ ତାଙ୍କ…

SIR ନୋଟିସ୍‌: ଜୟଶଙ୍କରଙ୍କଠାରୁ ଆଡଭାନିଙ୍କ ପର୍ଯ୍ୟନ୍ତ, ତାଲିକାରେ ଅନେକ VVIP ଭୋଟର

ନୂଆଦିଲ୍ଲୀ,୨୦।୯: ଦିଲ୍ଲୀରେ ଚାଲିଥିବା ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ଅନେକ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?