ରିଷିଡା ୫।୧୦(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ସ୍ଥିତ ଅବୁଜବାହଳ ଠାରେ
୫ ବର୍ଷ ଆଗରୁ ସରକାରଙ୍କ ତରଫରୁ ଭାଲୁ ଡୁଗୁରି ଓ ମିନମାନ ଡୁଙ୍ଗୁରିର କିଛି ସ୍ଥାନରେ ବୃଷ ରୋପଣ କରାଯାଇଥିଲା। ବର୍ତମାନ ଖାଲି ଥିବା ସ୍ଥାନରେ ଗ୍ରାମବାସୀ ମିଳିତ ହୋଇ ଗାଁରେ ଏକ ବୈଠକ କରି ଗାଁ କମିଟିରୁ କିଛି ଅର୍ଥ ବାହାର କରି ଦେଓଗାଁ ବନବିଭାଗ ବଲାଙ୍ଗୀର ଜିଲା ଓ ମଦନପୁର ବନବିଭାଗ କଳାହାଣ୍ଡିରୁ ୧୦୦୦ ଗଛ ଆଣି ଖାଲି ଥିବା ସ୍ଥାନରେ ଦୁଇଦିନ ଧରି ବୃକ୍ଷ ରୋପଣ କରିଛନ୍ତି ।
ଏପରି କାର୍ଯ୍ୟ କରିଥିବାରୁ ଅଞ୍ଚଳର ଲୋକମାନେ ଧନ୍ୟବାଦ ଜଣାଇଛନ୍ତି। ଏଥିରେ ଭୁବନ ଭୋଇ, ହରେକୃଷ୍ଣ ସାହୁ, ବିରୋଜ ସାହୁ, ଗୋକୁଳ ମାଝୀ, ରଞ୍ଜନ ସାହୁ ସୁରୁବନ ଭୋଇ, ବିସିକେସନ ସେଠୀ, ଆନନ୍ଦ ସା, ଯୋଗେଶ୍ୱର ବାଗ, ବିଷ୍ଣୁ ସାହୁ ପ୍ରଦୀପ କୁମାର ସାହୁ,ହେମନ୍ତ ସାହଙ୍କ ସହିତ ଗ୍ରାମବାସୀ ସମସ୍ତେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ତେବେ ଆଗକୁ ଆହୁରି ଗଛ ଲଗାଇବା ପାଇଁ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି।

