ରହସ୍ୟ ଘେରରେ ଅବିନାଶଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୧।୫(ବ୍ୟୁରୋ): ଇନ୍‌ଫୋସିଟି ଥାନା ଅନ୍ତର୍ଗତ ଶିଖରଚଣ୍ଡୀ ପାହାଡ଼ ଉପରେ ଇଞ୍ଜିନିୟର ଅବିନାଶ ପ୍ରଧାନ ଜଳିଯିବା ଘଟଣାକୁ ନେଇ ରହସ୍ୟ ଲାଗିରହିଛି। ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଥିବାବେଳେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛନ୍ତି ସେନେଇ ଚର୍ଚ୍ଚା ଜାରି ରହିଛି। ମୃତ୍ୟୁର ପ୍ରକୃତ କାରଣ ଜାଣିବାକୁ ପୋଲିସ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି। ଅପରପକ୍ଷରେ ପୋଲିସ ଘଟଣାର ବିଭିନ୍ନ ଦିଗକୁ ନେଇ ଅନୁସନ୍ଧାନ ଜାରି ରଖିଛି। ଘଟଣା ପୂର୍ବରୁ ଜଣେ ଯୁବତୀଙ୍କୁ ଅବିନାଶ ବାରମ୍ବାର କଲ୍‌ କରିଥିଲେ ବୋଲି ମୋବାଇଲ କଲ୍‌ ଡିଟେଲ୍ସରୁ ଜଣାପଡ଼ିଥିଲା। ତା’ଛଡ଼ା ଅପରାହ୍ନରୁ ବୁଧବାର ରାତି ୯ଟା ପର୍ଯ୍ୟନ୍ତ ଅବିନାଶ ଆଉ କାହା ସହ କେଉଁ ବିଷୟରେ କଥା ହୋଇଥିଲେ, ତାହା ଜାଣିବାକୁ କଲ୍‌ ଡିଟେଲ୍ସ ରିପୋର୍ଟ(ସିଡିଆର୍‌) ଯାଞ୍ଚ କରୁଛି ପୋଲିସ। ଅନ୍ୟପଟେ ଶିଖରଚଣ୍ଡୀ ପାହାଡ଼ ଉପରକୁ ଯାଇଥିବା ରାସ୍ତା ଆରମ୍ଭରେ ଲାଗିଥିବା ସିସିଟିଭିର ଫୁଟେଜକୁ ପୋଲିସ ଜବତ କରି ଯାଞ୍ଚ କରୁଛି। ତେବେ ତଦନ୍ତ ଚାଲିଥିବା କହି ପୋଲିସ ତଥ୍ୟ ଦେବାକୁ ଇଚ୍ଛା ପ୍ରକାଶ କରୁ ନ ଥିଲେ ମଧ୍ୟ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ବୁଧବାର ସାରେ ଅବିନାଶ ବାଇକ୍‌ରେ ଶିଖରଚଣ୍ଡୀ ମନ୍ଦିରକୁ ଲମ୍ବିଥିବା ରାସ୍ତାରେ ଉପରକୁ ଯାଉଥିବା ଦୃଶ୍ୟ ସିସିଟିଭି ଫୁଟେଜରେ ରହିଛି। ଏଥିସହ ରାତି ପ୍ରାୟ ୮ଟା ୪୫ରେ ପିସିଆର୍‌ ପୋଲିସ ଅବିନାଶଙ୍କୁ ଉଦ୍ଧାର କରି ଆଣୁଥିବା ଦେଖିବାକୁ ମିଳିଛି। ତେବେ ସନ୍ଧ୍ୟାରୁ ଏହି ସମୟ ଭିତରେ ମୋଟ ୩ଟି ବାଇକ ଯାଇଥିଲା। ୨ଟି ଫେରି ଆସିଥିବାବେଳେ ଅନ୍ୟ ବାଇକଟି ଫେରି ନ ଥିଲା। ପାହାଡ଼ ଉପରେ ରହିଯାଇଥିବା ଉକ୍ତ ବାଇକ ଅବିନାଶଙ୍କର ବୋଲି ପୋଲିସ ସନ୍ଦେହ କରୁଛି। ତେବେ ଏନେଇ ପୋଲିସ ସ୍ପଷ୍ଟ କରି ନାହିଁ କି ଆମର ଉକ୍ତ ସିସିଟିଭି ଫୁଟେଜ ହସ୍ତଗତ ହୋଇପାରି ନାହିଁ। ଅବିନାଶଙ୍କ ବାପା ହତ୍ୟା ଅଭିଯୋଗ ଆଣିଛନ୍ତି। ତେଣୁ ପ୍ରେମଜନିତ କାରଣ ପାଇଁ ଉକ୍ତ ଦୁଇ ବାଇକରେ ଥିବା କେହି ଦୁର୍ବୃତ୍ତ ଅବିନାଶଙ୍କୁ ପେଟ୍ରୋଲ ଢାଳି ଆତ୍ମହତ୍ୟାର ରୂପ ଦେଇପାରିଥାନ୍ତି ବୋଲି ଚର୍ଚ୍ଚା ହେଉଛି।
ନନ୍ଦନକାନନ ଥାନା ବାଲିପଡ଼ା ଗ୍ରାମର ସଫ୍ଟଓ୍ବେର ଇଞ୍ଜିନିୟର ଅବିନାଶ ବୁଧବାର ପଟିଆସ୍ଥିତ ତାଙ୍କ ଅଫିସକୁ ଆସି ଆଉ ଘରକୁ ଫେରି ନ ଥିଲେ। ବୁଧବାର ରାତି ପ୍ରାୟ ୯ଟାରେ ଶିଖରଚଣ୍ଡୀ ପାହାଡ଼ ଉପରେ ଅବିନାଶ ଜଳିଯାଉଥିବାବେଳେ ପିସିଆର୍‌ ପୋଲିସ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବ କିଙ୍ଗ୍ସକକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

ରାସ୍ତା କଡ଼ ତାର ବାଡ଼ରେ ପିଟିହେଲା ବାଇକ୍‌, ଆଉ ତା’ପରେ…

କଳିଙ୍ଗନଗର,୨୨।୩(ଶୁଭାଶିଶ ରାଉତ): ଯାଜପୁର ଜିଲା କୋରାଇ ଥାନା ଅଧୀନ ଖମିଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ସ୍ଥାନୀୟ ପଛିକୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri