ରହସ୍ୟ ଘେରରେ ଅବିନାଶଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୧।୫(ବ୍ୟୁରୋ): ଇନ୍‌ଫୋସିଟି ଥାନା ଅନ୍ତର୍ଗତ ଶିଖରଚଣ୍ଡୀ ପାହାଡ଼ ଉପରେ ଇଞ୍ଜିନିୟର ଅବିନାଶ ପ୍ରଧାନ ଜଳିଯିବା ଘଟଣାକୁ ନେଇ ରହସ୍ୟ ଲାଗିରହିଛି। ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଥିବାବେଳେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛନ୍ତି ସେନେଇ ଚର୍ଚ୍ଚା ଜାରି ରହିଛି। ମୃତ୍ୟୁର ପ୍ରକୃତ କାରଣ ଜାଣିବାକୁ ପୋଲିସ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି। ଅପରପକ୍ଷରେ ପୋଲିସ ଘଟଣାର ବିଭିନ୍ନ ଦିଗକୁ ନେଇ ଅନୁସନ୍ଧାନ ଜାରି ରଖିଛି। ଘଟଣା ପୂର୍ବରୁ ଜଣେ ଯୁବତୀଙ୍କୁ ଅବିନାଶ ବାରମ୍ବାର କଲ୍‌ କରିଥିଲେ ବୋଲି ମୋବାଇଲ କଲ୍‌ ଡିଟେଲ୍ସରୁ ଜଣାପଡ଼ିଥିଲା। ତା’ଛଡ଼ା ଅପରାହ୍ନରୁ ବୁଧବାର ରାତି ୯ଟା ପର୍ଯ୍ୟନ୍ତ ଅବିନାଶ ଆଉ କାହା ସହ କେଉଁ ବିଷୟରେ କଥା ହୋଇଥିଲେ, ତାହା ଜାଣିବାକୁ କଲ୍‌ ଡିଟେଲ୍ସ ରିପୋର୍ଟ(ସିଡିଆର୍‌) ଯାଞ୍ଚ କରୁଛି ପୋଲିସ। ଅନ୍ୟପଟେ ଶିଖରଚଣ୍ଡୀ ପାହାଡ଼ ଉପରକୁ ଯାଇଥିବା ରାସ୍ତା ଆରମ୍ଭରେ ଲାଗିଥିବା ସିସିଟିଭିର ଫୁଟେଜକୁ ପୋଲିସ ଜବତ କରି ଯାଞ୍ଚ କରୁଛି। ତେବେ ତଦନ୍ତ ଚାଲିଥିବା କହି ପୋଲିସ ତଥ୍ୟ ଦେବାକୁ ଇଚ୍ଛା ପ୍ରକାଶ କରୁ ନ ଥିଲେ ମଧ୍ୟ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ବୁଧବାର ସାରେ ଅବିନାଶ ବାଇକ୍‌ରେ ଶିଖରଚଣ୍ଡୀ ମନ୍ଦିରକୁ ଲମ୍ବିଥିବା ରାସ୍ତାରେ ଉପରକୁ ଯାଉଥିବା ଦୃଶ୍ୟ ସିସିଟିଭି ଫୁଟେଜରେ ରହିଛି। ଏଥିସହ ରାତି ପ୍ରାୟ ୮ଟା ୪୫ରେ ପିସିଆର୍‌ ପୋଲିସ ଅବିନାଶଙ୍କୁ ଉଦ୍ଧାର କରି ଆଣୁଥିବା ଦେଖିବାକୁ ମିଳିଛି। ତେବେ ସନ୍ଧ୍ୟାରୁ ଏହି ସମୟ ଭିତରେ ମୋଟ ୩ଟି ବାଇକ ଯାଇଥିଲା। ୨ଟି ଫେରି ଆସିଥିବାବେଳେ ଅନ୍ୟ ବାଇକଟି ଫେରି ନ ଥିଲା। ପାହାଡ଼ ଉପରେ ରହିଯାଇଥିବା ଉକ୍ତ ବାଇକ ଅବିନାଶଙ୍କର ବୋଲି ପୋଲିସ ସନ୍ଦେହ କରୁଛି। ତେବେ ଏନେଇ ପୋଲିସ ସ୍ପଷ୍ଟ କରି ନାହିଁ କି ଆମର ଉକ୍ତ ସିସିଟିଭି ଫୁଟେଜ ହସ୍ତଗତ ହୋଇପାରି ନାହିଁ। ଅବିନାଶଙ୍କ ବାପା ହତ୍ୟା ଅଭିଯୋଗ ଆଣିଛନ୍ତି। ତେଣୁ ପ୍ରେମଜନିତ କାରଣ ପାଇଁ ଉକ୍ତ ଦୁଇ ବାଇକରେ ଥିବା କେହି ଦୁର୍ବୃତ୍ତ ଅବିନାଶଙ୍କୁ ପେଟ୍ରୋଲ ଢାଳି ଆତ୍ମହତ୍ୟାର ରୂପ ଦେଇପାରିଥାନ୍ତି ବୋଲି ଚର୍ଚ୍ଚା ହେଉଛି।
ନନ୍ଦନକାନନ ଥାନା ବାଲିପଡ଼ା ଗ୍ରାମର ସଫ୍ଟଓ୍ବେର ଇଞ୍ଜିନିୟର ଅବିନାଶ ବୁଧବାର ପଟିଆସ୍ଥିତ ତାଙ୍କ ଅଫିସକୁ ଆସି ଆଉ ଘରକୁ ଫେରି ନ ଥିଲେ। ବୁଧବାର ରାତି ପ୍ରାୟ ୯ଟାରେ ଶିଖରଚଣ୍ଡୀ ପାହାଡ଼ ଉପରେ ଅବିନାଶ ଜଳିଯାଉଥିବାବେଳେ ପିସିଆର୍‌ ପୋଲିସ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri