ବନ କର୍ମଚାରୀଙ୍କୁ ମିଳିଲା ବନ୍ଧୁକ ଚଳାଇବା କ୍ଷମତା

ଭୁବନେଶ୍ୱର,୫ା୭(ଅସମାପିକା): ଆଜିଠାରୁ ଅର୍ଥାତ୍‌ ୫ ଜୁଲାଇ ୨୦୨୩ରୁ ଓଡ଼ିଶାର ବନ କର୍ମଚାରୀମାନଙ୍କୁ ବହୁ ପ୍ରତିକ୍ଷୀତ ବନ୍ଧୁକ ଚଳାଇବା ପାଇଁ ଆଇନଗତ କ୍ଷମତା ପ୍ରଦାନ କରାଯାଇଛି। ସଂରକ୍ଷିତ ଜଙ୍ଗଲ ବା ଅଭୟାରଣ୍ୟ ଭିତରେ ଶିକାରୀମାନେ ଆଉ ବନ କର୍ମଚାରୀମାନଙ୍କୁ ବେଆଇନ ବନ୍ଧୁକ ଦେଖେଇ ଡରେଇ ଖସି ପାରିବେ ନାହିଁ। ଏଥର ବେଆଇନ ବନ୍ଧୁକ ଗୁଳିର ଜବାବ ଦେବା ପାଇଁ ବନ କର୍ମଚାରୀମାନଙ୍କୁ ଧରେଇ ଦିଆଯିବ ସରକାରୀ ବନ୍ଧୁକ ଓ ଗୁଳିଗୋଳା। ଶିକାରୀ ଯଦି ମରି ବି ଯାଏ, ଆଉ ଚିନ୍ତା କରିବାର କାରଣ ନାହିଁ । କାରଣ ଓଡ଼ିଶାର ଫରେଷ୍ଟ ଗାର୍ଡ ଏବଂ ତଦୁର୍ଦ୍ଧ ସମସ୍ତ ବନ ଅଧିକାରୀଙ୍କୁ ବନ୍ଧୁକ ଚାଳନା କ୍ଷମତା ପ୍ରଦାନ କରିଛି ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ । ରାଜ୍ୟପାଳଙ୍କ ନିର୍ଦ୍ଦେଶରେ ବୁଧବାର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି କ୍ଷମତା ବଳରେ ଯଦି କେହି ବନ ଅଧିକାରୀ ଶିକାରୀ ବା ଅନ୍ୟ କେହି ଦୁର୍ବୃତ୍ତଙ୍କୁ ଗୁଳି ମାରିଲେ, ଆଉ ପୋଲିସ ସିଧା ସେମାନଙ୍କୁ ଗିରଫ କରି ପାରିବ ନାହିଁ । ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ସ୍ତରୀୟ ତଦନ୍ତ ହେବା ପରେ ଯଦି ସଂପୃକ୍ତ ବନ ଅଧିକାରୀ ଦୋଷୀ ସାବ୍ୟସ୍ତ ହେବେ, ତେବେ ଯାଇ ପୋଲିସ ବନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ତଦନ୍ତ ନ ସାରି ସଂପୃକ୍ତ ବନ ଅଧିକାରୀ ଦୋଷୀ ସାବ୍ୟସ୍ତ ନ ହେବା ପର୍ଯ୍ୟନ୍ତ ନିର୍ଦ୍ଦୋଷ ବୋଲି ବିବେଚନା କରାଯିବ ଏବଂ ପୋଲିସ ତାଙ୍କୁ ଗିରଫ କରି ପାରିବ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

ଟ୍ରକ ନେଲା ୨ବାଇକ୍‌ ଆରୋହୀଙ୍କ ଜୀନନ

କୋକସରା/ବେହେରା,୭।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ଭୂପେଶ ତିୱାରୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସୱେ ବେହେରା ବିଦେଶୀ ମଦ ଦୋକାନ ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ…

T20 World Cup: ଆରମ୍ଭରୁ ଆଣ୍ଠେଇଲାଣି ଟିମ୍‌ ଇଣ୍ଡିଆ, ବଡ଼ ସ୍କୋର କରିବା ମୁସ୍କିଲ; ବାଜି ମାରି ନେଇପାରେ USA 

ମୁମ୍ବାଇ,୭।୨ଁ: ଆରମ୍ଭ ହୋଇଛି ୨୦୨୬ ଟି୨୦ ବିଶ୍ୱକପ । ଟିମ ଇଣ୍ଡିଆ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଖେଳୁଛି। ଏଥିରେ ଆମେରିକା…

ରଙ୍ଗାରଙ୍ଗ ଉଦ୍‌ଘାଟନୀରେ ଟି୨୦ ବିଶ୍ୱକପ୍‌ ଆରମ୍ଭ

ମୁମ୍ବାଇ, ୭ା୨: ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ ଶନିବାର ସନ୍ଧ୍ୟାରେ ଓ୍ବାଙ୍ଖ୍‌ଡେ ଷ୍ଟାଡିୟମରେ ଏକ ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ସହ ଆରମ୍ଭ ହୋଇଛି। ଭାରତ ଓ ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri