Posted inଖେଳ

ଅଭିଷେକ, ବିଶ୍ୱଭୂଷଣ, ଦିବ୍ୟଶକ୍ତିଙ୍କ ଶତକ

ଭୁବନେଶ୍ୱର,୧୯ା୩(ସରୋଜ ଜେନା): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ ଆରମ୍ଭ ହୋଇଥିବା ସିନିୟର ଆନ୍ତଃଜିଲା କଳାହାଣ୍ଡି କପ୍‌ କ୍ରିକେଟର ଦ୍ୱିତୀୟ ଦିନରେ ଭୁବନେଶ୍ୱର ଏ, ଇକୋର୍ସା, ଖୋର୍ଦ୍ଧା, କଟକ ଏ’ ରାଉରକେଲା ଓ ବାଲେଶ୍ୱର ବିଜୟୀ ହୋଇଛନ୍ତି। ଡାଇମଣ୍ଡ ଏ ଓ ବି ଗ୍ରୁପ୍‌ର ୬ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ଅଭିଷେକ ଯାଦବ, ବିଶ୍ୱଭୂଷଣ ବିହାରୀ ଓ ଦିବ୍ୟଶକ୍ତି ଚକ୍ରବର୍ତ୍ତୀ ଶତକ ହାସଲ କରିଛନ୍ତି।
ଡ୍ରିମ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚ୍‌ରେ ଭୁବନେଶ୍ୱର ଏ’ ୧୦ ଉଇକେଟରେ କଟକ ବି’କୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା କଟକ ୩୨.୨ ଓଭରରେ ୧୨୦ ରନ୍‌ କରି ସମସ୍ତ ଉଇକେଟ ହରାଇଥିଲା। ଅନିଲ ପରିଡା ୩୪ ରନ୍‌ କରିଥିବା ବେଳେ ରୀତେଶ ଓ ଅଂଶୁମାନ ୩ ଉଇକେଟ ଲେଖାଏ ନେଇଥିଲେ। ଜବାବରେ ଶାନ୍ତନୁ ମିଶ୍ରଙ୍କ ୫୯* ଓ ରଘୁନାଥ ମଲ୍ଲଙ୍କ ୫୩* ରନ୍‌ ବଳରେ ଭୁବନେଶ୍ୱର ୧୦ ଉଇକେଟରେ ମ୍ୟାଚକୁ ଜିତି ନେଇଥିଲା।
ଏମ୍‌ଜିଏମ୍‌ ସ୍ପୋଟର୍‌ସ ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚ୍‌ରେ ଇକୋର୍ସା ୧୫୪ ରନ୍‌ରେ ସୁନ୍ଦରଗଡକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଇକୋର୍ସା ପକ୍ଷରୁ ଅଭିଷେକ ଯାଦବ ୧୩୪ ଓ ସୁଜିତ ଲେଙ୍କା ୯୭ ରନ୍‌ କରିଥିବା ବେଳେ ଦଳ ୩୩୧ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା। ସ୍ବସ୍ତିକ ସାମଲ ଓ ସାହିଲ ପ୍ରସାଦ ୩ଟି ଲେଖାଏ ଉଇକେଟ ନେଇଥିଲେ। ଜବାବରେ ସୁନ୍ଦରଗଡ ୧୭୭ ରନ୍‌ରେ ଅଲଆଉଟ ହୋଇଥିଲା। ବିଭାସ ଶ’ ୫୧ ରନ୍‌ କରିଥିବା ବେଳେ ଜୟନ୍ତ ବେହେରା ୫ ଉଇକେଟ ନେଇଥିଲେ।
ସନ୍‌ସାଇନ୍‌ ଗ୍ରାଉଣ୍ଡରେ ଖୋର୍ଦ୍ଧା ୪୧ ରନ୍‌ରେ ସମ୍ବଲପୁରକୁ ପରାସ୍ତ କରିଛି। ବିଶ୍ୱଭୂଷଣ ବିଦ୍ୟାର୍ଥୀଙ୍କ ୧୦୨ ଓ ଆର୍ଯ୍ୟଶ୍ରୀ ଭଟ୍ଟଙ୍କ ୭୨ ରନ୍‌ ବଳରେ ୩୦୮ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା। ହ୍ରିତିକ ପଟେଲ ଓ ଦିନା ଦାସ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଜବାବରେ ସମ୍ବଲପୁର ୨୬୭ ରନ୍‌ରେ ଅଲଆଉଟ ହୋଇଥିଲା। ଦଳ ପକ୍ଷରୁ ଋଷି ମେହେରା ୭୩ ଓ ସୟଦ ଜାକି ୭୧ ରନ୍‌ ସ୍କୋର କରିଥିଲେ। ଖୋର୍ଦ୍ଧା ପକ୍ଷରୁ ଜ୍ୟୋତି ବେହେରା ୩ ଓ ସନ୍ଦୀପ ଚୌହାନ ୨ ଉଇକେଟ ନେଇଥିଲେ।
ରେଭେନ୍ସା ଗ୍ରାଉଣ୍ଡ-୧ରେ ଖେଳା ଯାଇଥିବା ମ୍ୟାଚରେ କଟକ ଏ’ ୪ ଉଇକେଟରେ ଯାଜପୁରକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଯାଜପୁର ୪୬.୨ ଓଭରରେ ୨୧୩ ରନ୍‌ କରି ସମସ୍ତ ଉଇକେଟ ହରାଇଥିଲା। ସୟଦ ଇଜହାରୁଦ୍ଦିନ ୮୭ ଓ ସାଓ୍ବନ ପାହଡିୟା ୪୫ ରନ୍‌ କରିଥିଲେ। କଟକ ପକ୍ଷରୁ ଜାମଳ ମହାପାତ୍ର ୩ ଓ ରାମଚନ୍ଦ୍ର ବେହେରା ୨ ଉଇକେଟ ନେଇଥଲେ। ଜବାବରେ କଟକ ୪୪.୩ ଓଭରରେ ୬ ଉଇକେଟ ହରାଇ ୨୧୪ ରନ୍‌ କରିଥିଲା। ବିଶ୍ୱ ସ୍ବାଗତ ଭଟ୍ଟାଚାର୍ଯ୍ୟ ୫୦ ଓ ଅଭିଷେକ ରାଉତ ୪୮ ରନ୍‌ ସ୍କୋର କରିଥିଲେ। ଯାଜପୁର ପକ୍ଷରୁ ଶିବସୁନ୍ଦର ଦାସ ଓ ଏସ୍‌ କେ ଆଝାରୁଦ୍ଦିନ ୩ଟି ଲେଖାଏ ଉଇକେଟ ନେଇଥିଲେ।
ନିମପୁର ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚ୍‌ରେ ରାଉରକେଲା ୮୩ ରନ୍‌ରେ ଝାରସୁଗୁଡାକୁ ପରାସ୍ତ କରିଛି। ସ୍ବରୂପ ଭୂୟଁାଙ୍କ ୭୭ ଓ ଜ୍ଞାନ ରଞ୍ଜନ ନାୟକଙ୍କ ୬୦ ରନ୍‌ ବଳରେ ରାଉରକେଲା ୯ ଉଇକେଟରେ ୩୨୧ ରନ୍‌ କରିଥିଲା। ଝାରସୁଗୁଡା ପକ୍ଷରୁ ଶୁଭମ୍‌ ସିଂ ୪ ଉଇକେଟ ନେଇଥିଲେ। ଜବାବରେ ଝାରସୁଗୁଡା ୫୦ ଓଭରରେ ୮ ଉଇକେଟରେ ୨୩୮ ରନ୍‌ କରିଥିଲା। ଏମ୍‌ଡି ଅର୍ମାନ ୫୯ ରନ୍‌ କରିଥିଲେ।
ବାରବାଟୀ ଷ୍ଟାଡିୟମରେ ଦିବ୍ୟଶକ୍ତି ଚକ୍ରବର୍ତ୍ତୀଙ୍କ ଶତକ ଓ ସର୍ବେଶ୍ୱର ମହାନ୍ତିଙ୍କ ଅଲରାଉଣ୍ଡ ସଫଳତା ବଳରେ ବାଲେଶ୍ୱର ୧୪୪ ରନ୍‌ରେ ଢେଙ୍କାନାଳକୁ ହରାଇଛି। ପ୍ରଥମେ ବ୍ୟାଟିଂ କରି ଦିବ୍ୟଶକ୍ତି ଚକ୍ରବର୍ତ୍ତୀଙ୍କ ୧୦୦ ଓ ସର୍ବେଶ୍ୱରଙ୍କ ୫୬ ରନ୍‌ ବଳରେ ବାଲେଶ୍ୱର ୯ ଉଇକେଟରେ ୨୫୦ ରନ୍‌ କରିଥିଲା। ଜବାବରେ ଢେଙ୍କାନାଳ ୧୦୬ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା। ସର୍ବେଶ୍ୱର ଓ ଜ୍ଞାନେନ୍ଦ୍ର ୩ଟି ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ବୋଲର, ବ୍ୟାଟରଙ୍କ ଖରାପ ପ୍ରଦର୍ଶନ: ଦ୍ୱିତୀୟ T20ରେ ଭାରତର ଶୋଚନୀୟ ପରାଜୟ

ମୁଲାନପୁର,୧୧ା୧୨: ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ ୫୧ ରନରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। ପ୍ରଥମେ ବୋଲର ଏବଂ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ T20I: ଡି’ କକ୍‌ଙ୍କ ବିସ୍ଫୋରକ ଇନିଂସ୍; ଭାରତ ଆଗରେ ବିଶାଳ ଲକ୍ଷ୍ୟ

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20Iରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’ କକ୍‌ଙ୍କ ବିସ୍ଫୋରକ ବ୍ୟାଟିଂ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri