Posted inଖେଳ

ଅଭିଷେକ, ବିଶ୍ୱଭୂଷଣ, ଦିବ୍ୟଶକ୍ତିଙ୍କ ଶତକ

ଭୁବନେଶ୍ୱର,୧୯ା୩(ସରୋଜ ଜେନା): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ ଆରମ୍ଭ ହୋଇଥିବା ସିନିୟର ଆନ୍ତଃଜିଲା କଳାହାଣ୍ଡି କପ୍‌ କ୍ରିକେଟର ଦ୍ୱିତୀୟ ଦିନରେ ଭୁବନେଶ୍ୱର ଏ, ଇକୋର୍ସା, ଖୋର୍ଦ୍ଧା, କଟକ ଏ’ ରାଉରକେଲା ଓ ବାଲେଶ୍ୱର ବିଜୟୀ ହୋଇଛନ୍ତି। ଡାଇମଣ୍ଡ ଏ ଓ ବି ଗ୍ରୁପ୍‌ର ୬ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ଅଭିଷେକ ଯାଦବ, ବିଶ୍ୱଭୂଷଣ ବିହାରୀ ଓ ଦିବ୍ୟଶକ୍ତି ଚକ୍ରବର୍ତ୍ତୀ ଶତକ ହାସଲ କରିଛନ୍ତି।
ଡ୍ରିମ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚ୍‌ରେ ଭୁବନେଶ୍ୱର ଏ’ ୧୦ ଉଇକେଟରେ କଟକ ବି’କୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା କଟକ ୩୨.୨ ଓଭରରେ ୧୨୦ ରନ୍‌ କରି ସମସ୍ତ ଉଇକେଟ ହରାଇଥିଲା। ଅନିଲ ପରିଡା ୩୪ ରନ୍‌ କରିଥିବା ବେଳେ ରୀତେଶ ଓ ଅଂଶୁମାନ ୩ ଉଇକେଟ ଲେଖାଏ ନେଇଥିଲେ। ଜବାବରେ ଶାନ୍ତନୁ ମିଶ୍ରଙ୍କ ୫୯* ଓ ରଘୁନାଥ ମଲ୍ଲଙ୍କ ୫୩* ରନ୍‌ ବଳରେ ଭୁବନେଶ୍ୱର ୧୦ ଉଇକେଟରେ ମ୍ୟାଚକୁ ଜିତି ନେଇଥିଲା।
ଏମ୍‌ଜିଏମ୍‌ ସ୍ପୋଟର୍‌ସ ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚ୍‌ରେ ଇକୋର୍ସା ୧୫୪ ରନ୍‌ରେ ସୁନ୍ଦରଗଡକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଇକୋର୍ସା ପକ୍ଷରୁ ଅଭିଷେକ ଯାଦବ ୧୩୪ ଓ ସୁଜିତ ଲେଙ୍କା ୯୭ ରନ୍‌ କରିଥିବା ବେଳେ ଦଳ ୩୩୧ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା। ସ୍ବସ୍ତିକ ସାମଲ ଓ ସାହିଲ ପ୍ରସାଦ ୩ଟି ଲେଖାଏ ଉଇକେଟ ନେଇଥିଲେ। ଜବାବରେ ସୁନ୍ଦରଗଡ ୧୭୭ ରନ୍‌ରେ ଅଲଆଉଟ ହୋଇଥିଲା। ବିଭାସ ଶ’ ୫୧ ରନ୍‌ କରିଥିବା ବେଳେ ଜୟନ୍ତ ବେହେରା ୫ ଉଇକେଟ ନେଇଥିଲେ।
ସନ୍‌ସାଇନ୍‌ ଗ୍ରାଉଣ୍ଡରେ ଖୋର୍ଦ୍ଧା ୪୧ ରନ୍‌ରେ ସମ୍ବଲପୁରକୁ ପରାସ୍ତ କରିଛି। ବିଶ୍ୱଭୂଷଣ ବିଦ୍ୟାର୍ଥୀଙ୍କ ୧୦୨ ଓ ଆର୍ଯ୍ୟଶ୍ରୀ ଭଟ୍ଟଙ୍କ ୭୨ ରନ୍‌ ବଳରେ ୩୦୮ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା। ହ୍ରିତିକ ପଟେଲ ଓ ଦିନା ଦାସ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଜବାବରେ ସମ୍ବଲପୁର ୨୬୭ ରନ୍‌ରେ ଅଲଆଉଟ ହୋଇଥିଲା। ଦଳ ପକ୍ଷରୁ ଋଷି ମେହେରା ୭୩ ଓ ସୟଦ ଜାକି ୭୧ ରନ୍‌ ସ୍କୋର କରିଥିଲେ। ଖୋର୍ଦ୍ଧା ପକ୍ଷରୁ ଜ୍ୟୋତି ବେହେରା ୩ ଓ ସନ୍ଦୀପ ଚୌହାନ ୨ ଉଇକେଟ ନେଇଥିଲେ।
ରେଭେନ୍ସା ଗ୍ରାଉଣ୍ଡ-୧ରେ ଖେଳା ଯାଇଥିବା ମ୍ୟାଚରେ କଟକ ଏ’ ୪ ଉଇକେଟରେ ଯାଜପୁରକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଯାଜପୁର ୪୬.୨ ଓଭରରେ ୨୧୩ ରନ୍‌ କରି ସମସ୍ତ ଉଇକେଟ ହରାଇଥିଲା। ସୟଦ ଇଜହାରୁଦ୍ଦିନ ୮୭ ଓ ସାଓ୍ବନ ପାହଡିୟା ୪୫ ରନ୍‌ କରିଥିଲେ। କଟକ ପକ୍ଷରୁ ଜାମଳ ମହାପାତ୍ର ୩ ଓ ରାମଚନ୍ଦ୍ର ବେହେରା ୨ ଉଇକେଟ ନେଇଥଲେ। ଜବାବରେ କଟକ ୪୪.୩ ଓଭରରେ ୬ ଉଇକେଟ ହରାଇ ୨୧୪ ରନ୍‌ କରିଥିଲା। ବିଶ୍ୱ ସ୍ବାଗତ ଭଟ୍ଟାଚାର୍ଯ୍ୟ ୫୦ ଓ ଅଭିଷେକ ରାଉତ ୪୮ ରନ୍‌ ସ୍କୋର କରିଥିଲେ। ଯାଜପୁର ପକ୍ଷରୁ ଶିବସୁନ୍ଦର ଦାସ ଓ ଏସ୍‌ କେ ଆଝାରୁଦ୍ଦିନ ୩ଟି ଲେଖାଏ ଉଇକେଟ ନେଇଥିଲେ।
ନିମପୁର ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚ୍‌ରେ ରାଉରକେଲା ୮୩ ରନ୍‌ରେ ଝାରସୁଗୁଡାକୁ ପରାସ୍ତ କରିଛି। ସ୍ବରୂପ ଭୂୟଁାଙ୍କ ୭୭ ଓ ଜ୍ଞାନ ରଞ୍ଜନ ନାୟକଙ୍କ ୬୦ ରନ୍‌ ବଳରେ ରାଉରକେଲା ୯ ଉଇକେଟରେ ୩୨୧ ରନ୍‌ କରିଥିଲା। ଝାରସୁଗୁଡା ପକ୍ଷରୁ ଶୁଭମ୍‌ ସିଂ ୪ ଉଇକେଟ ନେଇଥିଲେ। ଜବାବରେ ଝାରସୁଗୁଡା ୫୦ ଓଭରରେ ୮ ଉଇକେଟରେ ୨୩୮ ରନ୍‌ କରିଥିଲା। ଏମ୍‌ଡି ଅର୍ମାନ ୫୯ ରନ୍‌ କରିଥିଲେ।
ବାରବାଟୀ ଷ୍ଟାଡିୟମରେ ଦିବ୍ୟଶକ୍ତି ଚକ୍ରବର୍ତ୍ତୀଙ୍କ ଶତକ ଓ ସର୍ବେଶ୍ୱର ମହାନ୍ତିଙ୍କ ଅଲରାଉଣ୍ଡ ସଫଳତା ବଳରେ ବାଲେଶ୍ୱର ୧୪୪ ରନ୍‌ରେ ଢେଙ୍କାନାଳକୁ ହରାଇଛି। ପ୍ରଥମେ ବ୍ୟାଟିଂ କରି ଦିବ୍ୟଶକ୍ତି ଚକ୍ରବର୍ତ୍ତୀଙ୍କ ୧୦୦ ଓ ସର୍ବେଶ୍ୱରଙ୍କ ୫୬ ରନ୍‌ ବଳରେ ବାଲେଶ୍ୱର ୯ ଉଇକେଟରେ ୨୫୦ ରନ୍‌ କରିଥିଲା। ଜବାବରେ ଢେଙ୍କାନାଳ ୧୦୬ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା। ସର୍ବେଶ୍ୱର ଓ ଜ୍ଞାନେନ୍ଦ୍ର ୩ଟି ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri