Posted inଖେଳ

ଟିମ୍‌ ଇଣ୍ଡିଆରୁ ବହିଷ୍କୃତ ହେବା ପରେ ନାୟରଙ୍କୁ ମିଳିଲା ଆଉ ଏକ ଚାକିରି, ହେଲେ ଏହି ଟିମ୍‌ର ମେଣ୍ଟର

ନୂଆଦିଲ୍ଲୀ,୨୭।୪: ଟିମ୍‌ ଇଣ୍ଡିଆର ପୂର୍ବତନ ସହାୟକ ପ୍ରଶିକ୍ଷକ ଅଭିଷେକ ନାୟାର ଏବେ ପ୍ରଶିକ୍ଷକ ଦଳର ଅଂଶ ନୁହଁନ୍ତି। ନିକଟରେ ବିସିସିଆଇ ତାଙ୍କୁ ଚାକିରିରୁ ବହିଷ୍କାର କରିଥିଲା। ହେଲେ ଦଳରୁ ବାଦ ପଡ଼ିବା ପରେ ଟି-୨୦ ଲିଗରେ ତାଙ୍କର ଚାହିଦା ବଢ଼ିଯାଇଛି। କିଛିଦିନ ପୂର୍ବେ ନାୟାର ଆଇପିଏଲ୍‌କୁ ଫେରି ପୂର୍ବତନ ଫ୍ରାଞ୍ଚାଇଜ କୋଲକାତା ନାଇଟ ରାଇଡର୍ସରେ ଯୋଗ ଦେଇଥିଲେ। ଏସବୁ ମଧ୍ୟରେ ଏବେ ତାଙ୍କୁ ଆଉ ଏକ ଚାକିରି ମିଳିଛି। ମୁମ୍ବାଇ ଦକ୍ଷିଣ କେନ୍ଦ୍ରୀୟ ମରାଠା ରୟାଲ୍ସ ତାଙ୍କୁ ଟି-୨୦ ମୁମ୍ବାଇ ଲିଗର ତୃତୀୟ ସଂସ୍କରଣ ପାଇଁ ନିଜର ମେଣ୍ଟର(ମାର୍ଗଦର୍ଶକ) କରିଛି। ଏହାର ଅର୍ଥ ହେଉଛି IPL ସରିବା ପରେ ସେ ଏହି ଲିଗ୍‌ରେ ପ୍ରମୁଖ ଦାୟିତ୍ୱ ତୁଲାଇବେ।

ଟି-୨୦ ମୁମ୍ବାଇ ଲିଗରେ ଦୁଇଟି ନୂତନ ଦଳକୁ ସାମିଲ କରାଯାଇଛି। ମୁମ୍ବାଇ ଦକ୍ଷିଣ କେନ୍ଦ୍ରୀୟ ମରାଠା ରୟାଲ୍ସ ମଧ୍ୟ ସେମାନଙ୍କ ମଧ୍ୟରୁ ଗୋଟିଏ। ୨୦୨୫ ଆଇପିଏଲ୍‌ ଶେଷ ହେବା ପରେ, ୨୬ ମଇରେ ଆରମ୍ଭ ହେବାକୁ ଥିବା ଏହି ଲିଗ୍‌ରେ ନାୟାରଙ୍କୁ ମେଣ୍ଟର ଭୂମିକାରେ ଦେଖିବାକୁ ମିଳିବ। ସେ ପୂର୍ବତନ ମୁମ୍ବାଇ ଦ୍ରୁତ ବୋଲର ଏବଂ ଦଳର ମୁଖ୍ୟ ପ୍ରଶିକ୍ଷକ ଅମିତ ଦାନିଙ୍କ ସହ କାମ କରିବେ। ନାୟାର ୭ ମଇରେ ହେବାକୁ ଥିବା ନିଲାମ ସମୟରେ ଦଳକୁ ସାହାଯ୍ୟ କରିବେ। ଅନ୍ୟପକ୍ଷରେ ପୂର୍ବତନ ଟିମ ଇଣ୍ଡିଆ ବୋଲିଂ ପ୍ରଶିକ୍ଷକ ପାରସ ମାହାମ୍ବରେ ଏଆର୍‌ସିଏସ୍‌ ଅନ୍ଧେରୀ ଦଳରେ ମେଣ୍ଟର ଭାବରେ ଯୋଗ ଦେଇଛନ୍ତି। ବର୍ତ୍ତମାନ ସେ IPLରେ ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ ପ୍ରଶିକ୍ଷକ ଅଛନ୍ତି।

ନାୟାର ୨୦୨୪ ମସିହାରେ କୋଲକାତାର ଟାଇଟଲ ଜିତିଥିବା କୋଚିଂ ଷ୍ଟାଫ୍ର ଅଂଶ ଥିଲେ। ତା’ପରେ ଦଳ ଆଇପିଏଲ ଚାମ୍ପିଅନ ହେବା ପରେ, ମେଣ୍ଟର ଗୌତମ ଗମ୍ଭୀରଙ୍କୁ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ କରାଯାଇଥିଲା। ତାଙ୍କ ସହିତ ନାୟରଙ୍କୁ ମଧ୍ୟ ସହାୟକ ପ୍ରଶିକ୍ଷକ ଭାବରେ ଟିମ ଇଣ୍ଡିଆରେ ସାମିଲ କରାଯାଇଥିଲା। କିନ୍ତୁ ୧୦ ମାସରୁ କମ ସମୟ ମଧ୍ୟରେ ତାଙ୍କୁ ଦଳରୁ ବାହାର କରିଦିଆଯାଇଥିଲା। ଜାନୁଆରୀରେ ବିସିସିଆଇ ସମୀକ୍ଷା ବୈଠକ ପରେ ନାୟାରଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri