ଐଶ୍ୱର୍ଯ୍ୟାଙ୍କ ନାଁ ନେଇ ଦୁଃଖ ବଖାଣିଲେ ଅଭିଷେକ ବଚ୍ଚନ: କହିଲେ, ସେ ମୋଠାରୁ ଅଧିକ…

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଅଭିନେତା ଅଭିଷେକ ବଚ୍ଚନ ଅନେକ ହିଟ ଫିଲ୍ମ ଦେଇଛନ୍ତି। ୧୯୭୬ ମସିହା ଫେବ୍ରୁଆରୀ ୫ ତାରିଖରେ ଜନ୍ମଗ୍ରହଣ କରିଥିବା ଅଭିଷେକ ଆଜି ତାଙ୍କର ୪୯ତମ ଜନ୍ମଦିନ ପାଳନ କରୁଛନ୍ତି। ଅଭିଷେକ ତାଙ୍କ ଫିଲ୍ମ କ୍ୟାରିୟର ଯାତ୍ରାରେ ସ୍ତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ସହ କିଛି ଫିଲ୍ମ ମଧ୍ୟ କରିଛନ୍ତି। ଏକ ସାକ୍ଷାତକାରରେ ଅଭିଷେକ ଥରେ କହିଥିଲେ ଯେ, ସେ ତାଙ୍କ ପତ୍ନୀଙ୍କ ସହ କରିଥିବା ସମସ୍ତ ଫିଲ୍ମ ରେ ତାଙ୍କୁ ସବୁବେଳେ କମ ଟଙ୍କା ମିଳିଥାଏ। ଅନ୍ୟ ଏକ ଫିଲ୍ମରେ ତାଙ୍କୁ ନାୟିକାଙ୍କ ଠାରୁ କମ ଦରମା ମିଳିଥିଲା।
ପ୍ରାୟ ୬ ବର୍ଷ ପୂର୍ବେ ଅଭିଷେକ ବଚ୍ଚନ ଏକ ସାକ୍ଷାତକାର ଦେଇଥିଲେ। ଐଶ୍ୱର୍ଯ୍ୟା ରାୟଙ୍କ ସହ କାମ କରିଥିଲେ କିନ୍ତୁ ତାଙ୍କୁ କମ ଫି’ ମିଳିଥିଲା। ସେ ଐଶ୍ୱର୍ଯ୍ୟାଙ୍କ ସହ ପ୍ରାୟ ୯ଟି ଫିଲ୍ମ କରିଥିଲେ, ସେଥିମଧ୍ୟରୁ ୮ଟି ଫିଲ୍ମରେ ଐଶ୍ୱର୍ଯ୍ୟାଙ୍କୁ ଅଭିଷେକଙ୍କ ଠାରୁ ଅଧିକ ଫି’ ମିଳିଥିଲା। ଏନେଇ ନିଜେ ଅଭିଷେକ ଉଲ୍ଲେଖ କରିଛନ୍ତି। ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ଅଭିଷେକଙ୍କଠାରୁ ଐଶ୍ୱର୍ଯ୍ୟା ଅଧିକ ଧନୀ। ଐଶ୍ୱର୍ଯ୍ୟାଙ୍କ ସମ୍ପତ୍ତି ୨୫୯ କୋଟି ଥିବା ବେଳେ ଅଭିଷେକଙ୍କ ସମ୍ପତ୍ତି ମାତ୍ର ୨୨୨ କୋଟି ରହିଛି।
ଅଭିଷେକ ଏବଂ ଐଶ୍ୱର୍ଯ୍ୟା ପ୍ରଥମେ ୨୦୦୦ରେ ଫିଲ୍ମ ‘ଢାଇ ଅକ୍ଷର ପ୍ରେମ କେ’ରେ ଏକାଠି କାମ କରିଥିଲେ । ଏହାପରେ ସେମାନେ କୁଛ ନା କହୋ, ଗୁରୁ, ଧୁମ-୨, ରାବଣ, ଉମରାଓ ଜାନ, ବଣ୍ଟି ଓର ବବଲି ଓ ସରକାର ରାଜ ଭଳି ଫିଲ୍ମରେ ଏକାଠି କାମ କରିଥିଲେ। ଅଭିଷେକ ଏବଂ ଐଶ୍ୱର୍ଯ୍ୟା ଏକାଠି ଏକ ଫିଲ୍ମରେ ନଜର ଆସିବାର ଅନେକ ଦିନ ହୋଇଗଲାଣି । ଗତ ମାସରେ ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ଛାଡ଼ପତ୍ରକୁ ନେଇ ଜୋରଦାର ଗୁଜବ ଉଠିଥିଲା, କିନ୍ତୁ ଅଭିଷେକ କିମ୍ବା ଐଶ୍ୱର୍ଯ୍ୟା ଏ ନେଇ କୌଣସି ବୟାନ ଦେଇନାହାନ୍ତି। ପରେ ଉଭୟ ଝିଅ ଆରାଧ୍ୟାଙ୍କ ସ୍କୁଲର ବାର୍ଷିକ ଉତ୍ସବରେ ଏକାଠି ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ ପୂର୍ବରୁ ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର: ଖୋଲିଗଲା ପାକିସ୍ତାନର ପୋଲ୍‌

ଇସଲାମାବାଦ୍‌,୩୦।୧: ଭାରତରେ ଫେବୃଆରୀ ୭ରୁ ଆରମ୍ଭ ହେଉଥିବା T20 ବିଶ୍ୱକପ ପୂର୍ବରୁ ପଡ଼ୋଶୀ ପାକିସ୍ତାନ ନିପା ଭାଇରସ ସମ୍ପର୍କରେ ଭାରତ ବିରୋଧରେ ଏକ ନକଲି ଅଭିଯାନ ଚଳାଇଛି।…

ଭାଜପା ଏମ୍‌ପିଙ୍କ ବଡ଼ ବୟାନ, ‘ଯଦି ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ଦିଆଯାଏ, ତା’ହେଲେ…’

ନୂଆଦିଲ୍ଲୀ,୩୦।୧: ଅଜିତ ପାୱାରଙ୍କ ଦେହାନ୍ତ ପରେ ଦୁଇ ଏନସିପି ଗୋଷ୍ଠୀ ଏକାଠି ହେବାର ଆଲୋଚନା ହୋଉଛି। ଏହି ସମୟରେ, ଭାଜପା ରାଜ୍ୟ ସଭା ଏମ୍‌ପି ଧନଞ୍ଜୟ ମହାଦିକ…

ଆଧାରକାର୍ଡ କରିଦେବେ କହି ଦିବ୍ୟାଙ୍ଗଙ୍କ ନାଁରେ ଲୋନ କରି କିଣିନେଲେ ଗାଡ଼ି, ସରକାରୀ ସାହାଯ୍ୟ ଦେବା ଆଶାରେ…

ଧର୍ମଶାଳା,୩୦।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଚାନ୍ଦପୁର ଗ୍ରାମର ଅନଗ୍ରସର ବ୍ୟକ୍ତି ଦୁର୍ଯ୍ୟୋଧନ ମଳିକ ଠକାମିର ଶିକାର ହୋଇଥିବା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ…

ସ୍କୁଲରେ ଝିଅମାନଙ୍କ ପାଇଁ ଅଲଗା ଶୌଚାଳୟ, ସାନିଟାରୀ ପ୍ୟାଡ ରହିବା ଜରୁରୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୧: ସୁପ୍ରିମକୋର୍ଟ ସ୍କୁଲରେ ଝିଅମାନଙ୍କ ପାଇଁ ପୃଥକ ଶୌଚାଳୟ ଏବଂ ସାନିଟାରୀ ପ୍ୟାଡ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ ସମସ୍ତ ସରକାରୀ ଏବଂ…

କାର୍‌ ରେସିଂର କରୁଣ ପରିଣତି: ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କାଦେଇ ବାଇକ୍‌, ସ୍କୁଟି ଉପରକୁ ମାଡ଼ିଗଲା କାର୍‌

ସମ୍ବଲପୁର,୨୪୧(ପ୍ରମୋଦ ବହିଦାର): ସମ୍ବଲପୁର ଅଇଁଠାପାଲି ବଜାର ଛକରେ ଶୁକ୍ରବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର(ନଂ.ଓଡି୧୫ଇ-୫୩୫୪) ଦ୍ରୁତଗତିରେ ଆସି ଅଇଁଠାପାଲି ଦୈନିକ ବଜାର ଛକ ରାସ୍ତା…

ଚଢାଉ କରି ବିପୁଳ ପରିମାଣର କାଠ ଜବତ କଲା ବନବିଭାଗ, କାଠର ଆନୁମାନିକ ମୂଲ୍ୟ ହେବ…

ମୋହନା,୩୦।୧( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରି ବନାଞ୍ଚଳ ପକ୍ଷରୁ ଚଢ଼ାଉ କରି ବିପୁଳ ପରିମାଣର ମୂଲ୍ୟବାନ କାଠ ଗଣ୍ଡି ଜବତ ହୋଇଛି। ଗୁରୁବାର ବିଳମ୍ବିତ…

ଖରାଦିନ ଆରମ୍ଭରୁ ସମସ୍ୟା: ୧୦ ହଜାରରୁ ଊର୍ଦ୍ଧ୍ୱ ଟ୍ୟୁବ୍‌ୱେଲରୁ ବାହାରୁଛି ଲୁଣାପାଣି

କେନ୍ଦ୍ରାପଡ଼ା,୩୦ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ୯ଟି ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଅବଧି ବହୁ ପୂର୍ବରୁ ସରିଛି। ମାତ୍ର ଗୋଟିଏ ବି ପ୍ରକଳ୍ପ ଅଦ୍ୟାବଧି ସମ୍ପୂର୍ଣ୍ଣ…

BJB ହଷ୍ଟେଲ ଖାଦ୍ୟରେ ପୋକ: ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ

ଭୁବନେଶ୍ୱର, ୩୦।୧: BJB ଯୁକ୍ତ ଦୁଇ କଲେଜ ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ। ଏକାଧିକ ବାର ହଷ୍ଟେଲ ଖାଦ୍ୟରୁ ପୋକ ବାହାରୁଥିବା ଅଭିଯୋଗ ହୋଇଛି । ହଷ୍ଟେଲ ଅଧୀକ୍ଷକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri