ଅଭିଷେକଙ୍କୁ ହସ୍ପିଟାଲରୁ ଛୁଟି, କହିଲେ ମୁଁ ଘରକୁ ଯିବି ନାହିଁ

ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ପୁଅ ଅଭିଷେକ ବଚ୍ଚନ କରୋନା ଆକ୍ରାନ୍ତ ହୋଇ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏପଟେ ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଏବଂ ତାଙ୍କ ଆରାଧ୍ୟା ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇ ହୋମ ଆଇସୋଲେଶନରେ ଅଛନ୍ତି। ଏହି ସମୟରେ ବଚ୍ଚନ ପରିବାର ପାଇଁ ଏକ ଖୁସି ଖବର ହେଉଛି ଅଭିଷେକ ବଚ୍ଚନ ସୁସ୍ଥ ହେଉଛନ୍ତି। ତାଙ୍କୁ ହସ୍ପିଟାଲରୁ ଛୁଟି ଦିଆଯାଇଛି। କିନ୍ତୁ ସେ ଏବେ ଘରକୁ ଯିବେ ନାହିଁ ବୋଲି ମନା କରିଦେଇଛନ୍ତି। ମୁଁ ପିତାଙ୍କ ସହ ହସ୍ପିଟାଲରେ ରହିବି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ,ମହାମାରୀ କରୋନା ଏବେ ବଲିଉଡ୍‌ ମୁହାଁ ହୋଇଛି। ବିଗ ବି ଅମିତାଭ, ଅଭିଷେକ ବଚ୍ଚନ, ଐଶ୍ଚର୍ଯ୍ୟା ରାୟ ଏବଂ ତାଙ୍କ ଝିଅ ଆରାଧ୍ୟା କରୋନା ସଂକ୍ରମିତ ହୋଇଛନ୍ତି। ସେହିପରି ଅଭିନେତା ଅନୁପମ ଖେରଙ୍କ ମା’ଙ୍କ ସମେତ ୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏବେ ବଲିଉଡର ଅଭିନେତ୍ରୀ ରେଖାଙ୍କ ବାନ୍ଦ୍ରା ଫ୍ଲାଟର ସିକ୍ୟୁରିଟୀ ଗାର୍ଡ କରୋନା ପଜିଟିଭ ଚିହ୍ନଟ ହେବାପରେ ତାଙ୍କ ଏହାପରେ ବଙ୍ଗଳାକୁ ସିଲ କରିଦିଆଯାଇଛି। ଏବେ ରେଖାଙ୍କ କରୋନା ଟେଷ୍ଟ କରାଯିବ ବୋଲି ଜଣାପଡିଛି।

Share