ଅଭିରାମଙ୍କ ୨ କିଡ୍‌ନୀ ନଷ୍ଟ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ରାଜକନିକା,୧ା୭(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଭାରିଗଦା ପଞ୍ଚାୟତ ଝରକଟା ଗାଁର ଅଭିରାମ ଧଳ(୪୫) ନିଜ ପରିବାରକୁ ଭଲରେ ଚଳାଇବା ପାଇଁ ଦୀର୍ଘ ୧୫ବର୍ଷ ହେବ ତାମିଲନାଡୁ କୋଇମ୍ବାଟୁରରେ ଏକ ସୂତାକଳରେ କାମ କରୁଥିଲେ। ପରିବାର କହିଲେ ସ୍ତ୍ରୀ କଳ୍ପନା, ଝିଅ ମନୀଷା (୧୯), ପୁଅ ଅରୁଣ (୧୭) ଓ ବୁଢ଼ୀ ମା’। ଅଭିରାମ ସ୍ତ୍ରୀ ଓ ଝିଅପୁଅ ତାମିଲନାଡୁରେ ୧୦ ବର୍ଷ ହେବ ରହୁଥିଲେ। ପରିବାର ବେଶ୍‌ ହସ ଖୁସିରେ ଚାଲିଥିଲା। ହେଲେ ମାସେ ହେବ ଅଭିରାମଙ୍କ ଦେହ ଖରାପ ହେଲା। ବାନ୍ତି ହେବା ସହ ପାଦ କୁଣ୍ଡାଇ ହେଲା। ତାମିଲନାଡୁରେ ଏକ ଘରୋଇ ଡାକ୍ତରଖାନରେ ସେ ଦେଖାଇଥିଲେ। ଡାକ୍ତର ତାଙ୍କର ଦୁଇଟି ଯାକ କିଡ଼ନୀ ନଷ୍ଟ ହୋଇଯାଇଥିବା କଥା କହିଥିଲେ। ଏକଥା ଶୁଣି ପୁରା ପରିବାର ଉପରେ ଦୁଃଖର ପାହାଡ଼ ଖସି ପଡିଥିଲା। କରଣ ଅଭିରାମ ପରିବାରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତାଙ୍କ ଉପରେ ନିର୍ଭର କରୁଥିଲେ ୫ ପ୍ରାଣୀ କୁଟୁମ୍ବ। ସେ ତାମିଲନାଡୁରୁ ୨୦ ଦିନ ହେବ ଗାଁକୁ ଆସି, କଟକ ବଡ଼ ମେଡିକାଲରେ ଡାକ୍ତରଙ୍କୁ ଦେଖାଇ ଥିଲେ। ପରୀକ୍ଷା ନିରୀକ୍ଷା ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ଗୋଟିଏ କିଡ଼ନୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜାଣିବାକୁ ପାଇଥିଲେ। ଆଉ ଗୋଟିଏ କିଡ଼ନୀ ୧୦ ଭାଗ ଭଲ ଅଛି। ଯଦି କିଡ଼ନୀ ପ୍ରତିରୋପଣ କରାଯାଏ ୧୫ ଲକ୍ଷ ଟଙ୍କା ଆବଶ୍ୟକ। ଏକଥା ଶୁଣି ପରିବାର ସଦସ୍ୟ ଚିନ୍ତାରେ ପଡିଛନ୍ତି। ଘରେ ଖାଇବା ପିଇବା ନାହିଁ। ପୁଅ ମୁଣ୍ଡ ପାଖରେ ବସି ବାହୁନି ବାହୁନି କାନ୍ଦୁଛି ବୁଢ଼ୀ ମା’ ଓ ସ୍ତ୍ରୀ। ଏବେ ବିଛଣାରେ ରୋଜଗାରିଆ ଅଭିରାମ। ଘରେ ଟଙ୍କାଟିଏ ନାହିଁ ଔଷଧ ଖାଇବାକୁ। ଧାର କରଜ ଓ ଗାଁ ଲୋକଙ୍କ ସାହାଯ୍ୟରେ ମେଡିକାଲ ଯାଇଥିଲେ। ଏକ ମାସ ପାଇଁ ଔଷଧ ଆଣିଥିଲେ। ଏମାନଙ୍କ ପାଖରେ ୧୫ ଲକ୍ଷ ଟଙ୍କା କେଉଁଠୁ ଆସିବ। ଏ ଦୁଃଖ ସମୟରେ ପାଠ ପଢ଼ିଲା ବୟସରେ ଝିଅ ଓ ପୁଅ ତାମିଲନାଡୁର ଏକ ସୂତାକଳରେ କାମ କରିବା ଆରମ୍ଭ କରିଛନ୍ତି। ଅଭିରାମଙ୍କୁ ଭଲ କରିବା ଲାଗି କାନ୍ଦି କାନ୍ଦି ବୁଢୀ ମା’ ଓ ସ୍ତ୍ରୀ ସାହାଯ୍ୟ ମାଗୁଛନ୍ତି। କୌଣସି ସହୃଦୟ ବ୍ୟକ୍ତି ସାହାଯ୍ୟ କଲେ ବଞ୍ଚତ୍ ଯାଆନ୍ତା ଅଭିରାମଙ୍କ ଜୀବନ ବୋଲି ପୁରା ପରିବାର ଆକୁଳ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଲୋକ ସଭାରେ ଏମିତି କହିଦେଲେ ଅମିତ ଶାହା: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୩୦।୩: ଲୋକ ସଭାରେ ‘ନକ୍ସଲମୁକ୍ତ ଭାରତ’ ସମ୍ପର୍କରେ ଆଲୋଚନାରେ ଭାଗ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ,…

ଶିମିଳିପାଳ ସୁରକ୍ଷା ପାଇଁ ଏକାଠି ହେଲେ ଗ୍ରାମବାସୀ

ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟ ବ୍ଲକ ଅଧୀନ ରଙ୍ଗମାଟିଆସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଶିମିଳିପାଳର ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।…

ତହସିଲଦାରଙ୍କୁ ବିଧାୟିକା ସ୍ବାମୀଙ୍କ ହତ୍ୟା ଧମକ ମାମଲା: ୱାରେଣ୍ଟ ପାଇଁ କୋର୍ଟରେ ଆବେଦନ କଲା ପୋଲିସ

ଭବାନୀପାଟଣା,୩୦।୩(ଉତ୍ତମ କୁମାର ଦାଶ): ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ତହସିଲଦାରଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ କଳାହାଣ୍ଡି ଜିଲା ନର୍ଲା ବିଜେଡି ବିଧାୟିକା ମନୋରମା…

ପାକିସ୍ତାନର ଖୋଲିଗଲା ପୋଲ୍‌: ଯୁଦ୍ଧ ନାଁରେ କରୁଛି ଏହି କାମ, ସାମ୍ନାକୁ ଆସିଲା ସାଂଘାତିକ କଥା

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ସହିତ ଚାଲିଥିବା ସଂଘର୍ଷରେ ଯୁଦ୍ଧବିରାମ ପାଇଁ ପାକିସ୍ତାନ ପଦକ୍ଷେପ ନେଉଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ପାକିସ୍ତାନ ନିଜକୁ ଏକ ଶାନ୍ତି…

ଯୁଦ୍ଧ ଭିତରେ ବଡ଼ ଡିଲ୍‌ କରିଦେଲେ ମୋଦି-ପୁଟିନ୍‌, ଭାରତୀୟ ଯୁବପିଢ଼ିଙ୍କୁ ମିଳିବ ବଡ଼ ଫାଇଦା!

ନୂଆଦିଲ୍ଲୀ,୩୦।୩: ଭାରତ ଏବଂ ରୁଷିଆ ମଧ୍ୟରେ ବନ୍ଧୁତା ଆଉ କେବଳ ଅସ୍ତ୍ରଶସ୍ତ୍ର କିଣା ବିକ୍ରୟ ପର୍ଯ୍ୟନ୍ତ ସୀମିତ ନାହିଁ। ଦୁଇ ଦେଶ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟାକୁ ମିଳିତ ଭାବରେ…

କାଳବୈଶାଖୀ: ରାସ୍ତାରେ ପଡ଼ିଲା ଗଛ, ଭାଙ୍ଗିଲା ଘର

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଓ ଲମତାପୁଟ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ଘୂର୍ଣ୍ଣିଝଡ଼ ଓ ପ୍ରବଳ ବର୍ଷା ଯୋଗୁ…

ଇରାନକୁ ଭୟଙ୍କର ଧମକ ଦେଲେ ଟ୍ରମ୍ପ, ଶୁଣିକି ଥରହର ହେଲା…..

ତେହରାନ,୩୦ା୩: ଇରାନ ସହିତ ଚାଲିଥିବା ସାମରିକ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଏକ ଧମକ ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ ଭାବରେ…

କାୟା ମେଲାଇଲାଣି କାରୋନାର ନୂଆ ଭାରିଆଣ୍ଟ, ୨୩ଟି ଦେଶରେ ବ୍ୟାପିଲା, ଜାଣନ୍ତୁ ଏହା କେତେ ବିପଦ

ନୂଆଦିଲ୍ଲୀ,୩୦।୩: ଯେତେବେଳେ ବି କରୋନା ଭାଇରସ ବିଲୁପ୍ତ ହେବାର ଦ୍ୱାରଦେଶରେ ଥାଏ, ସେତେବେଳେ ଏକ ନୂତନ ପ୍ରକାର ବ୍ୟାପିଥାଏ ଏବଂ ଲୋକଙ୍କୁ ଦ୍ରୁତ ଗତିରେ ସଂକ୍ରମିତ କରିଥାଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri