ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଏବିଇଓ ଗିରଫ

ରାଜନଗର, ୨୪ା୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ (ଏବିଇଓ) ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ବିଦ୍ୟାଳୟ ଶ୍ରେଣୀଗୃହରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ଏବିଇଓ ସୁବାସ ଚନ୍ଦ୍ର ମହାନ୍ତିଙ୍କୁ ଗିରଫ କରିଛି। ଏ ନେଇ ଥାନାରେ ନଂ. ୨୧୬/୨୨ରେ ମାମଲ ରୁଜୁ ହୋଇଛି। ଏବିଇଓ ମହାନ୍ତି ରାଜନଗର ବ୍ଲକର ପ୍ରଥମ ଆଦର୍ଶ ଶିକ୍ଷକ ଭାବେ ରାଷ୍ଟ୍ରପତି ପୁରସ୍କାର ପାଇଛନ୍ତି।
ରାଜନଗର ଥାନାରେ ନାବାଳିକା ଛାତ୍ରୀଙ୍କ ମା’ କରିଥିବା ଅଭିଯୋଗ ମୁତାବକ ତାଙ୍କ ଝିଅ ଷଷ୍ଠ ଶ୍ରେଣୀରେ ପାଠ ପଢ଼ନ୍ତି। ବୁଧବାର ବିଦ୍ୟାଳୟକୁ ପ୍ରତିଦିନ ଭଳି ପଢ଼ିବାକୁ ଯାଇଥିଲେ। ମଧ୍ୟାହ୍ନଭୋଜନ ଛୁଟି ସମୟରେ ପିଲାମାନେ ଖେଳୁଥିବା ବେଳେ ଝିଅ ଶ୍ରେଣୀଗୃହରେ ବସି ଟିଉସନ ପାଠ କରୁଥିଲା। ଏହି ସମୟରେ ଏବିଇଓ ମହାନ୍ତି ପହଞ୍ଚତ୍ ଝିଅ ସହ ଅସଦାଚରଣ ଉଦ୍ୟମ କରିଥିଲେ। ଝିଅ ପାଟି କରିବାରୁ କାହାକୁ ନ କହିବାକୁ କହି ମହାନ୍ତି ପଳାଇଥିଲେ। ଝିଅ ଘରକୁ ଆସି ମୋତେ ନ କହି ଟିଉସନ ଦିଦିଙ୍କୁ କହିଥିଲା। ଦିଦି ମୋତେ ଏ ବିଷୟରେ ଜଣାଇଥିଲେ। ଏ ସମ୍ପର୍କରେ ମୁଁ ସ୍ବାମୀଙ୍କୁ ଜଣାଇଥିଲି। ସ୍ବାମୀ ଘଟଣା ସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀ ଓ ସମ୍ପୃକ୍ତ ଏବିଇଓଙ୍କୁ ଫୋନ ଯୋଗେ ପଚାରିଥିଲେ। ଗୁରୁବାର ସକାଳେ ଏବିଇଓ ଛାତ୍ରୀଙ୍କ ଘର ନିକଟରେ ପହଞ୍ଚତ୍ବା ପରେ ତାଙ୍କୁ ଗ୍ରାମବାସୀ ଆଣି ପୋଲିସ ଜିମା ଦେଇଥିଲେ। ଛାତ୍ରୀଙ୍କ ମା’ଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଛାତ୍ରୀଙ୍କ ବୟାନ ରେକର୍ଡ କରିବା ସହ ଏବିଇଓଙ୍କୁ ଗିରଫ କରିଛନ୍ତି। ପୋଲିସ ଏବିଇଓଙ୍କୁ ଥାନାରେ ଆଣି ବସାଇବା ପରେ ମଧ୍ୟ ତାଙ୍କୁ ତୁରନ୍ତ କୋର୍ଟ ଚାଲାଣ ପାଇଁ ଛାତ୍ରୀଙ୍କ ଗାଁର ଶତାଧିକ ଲୋକ ଥାନା ନିକଟରେ ପହଞ୍ଚତ୍ ହୋହଲ୍ଲା କରିଥିଲେ।