ଆବେଲ ପୁରସ୍କାର-୨୦୨୫

ଆବେଲ ପୁରସ୍କାର ହେଉଛି ଗଣିତ ପାଇଁ ପ୍ରଦାନ କରାଯାଉଥିବା ଗୋଟିଏ ଉଲ୍ଲେଖନୀୟ ପୁରସ୍କାର। ଗଣିତ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ଜଣେ ଗଣିତଜ୍ଞଙ୍କୁ ଏହା ପ୍ରଦାନ କରାଯାଇଥାଏ। ନରଓ୍ବେର ବିଶିଷ୍ଟ ଗଣିତଜ୍ଞ ନିଲ୍‌ସ ହେନ୍‌ରିକ ଆବେଲ (୧୮୦୨-୧୮୨୯)ଙ୍କ ନାମାନୁସାରେ ନରଓ୍ବେ ସରକାର ଏହାକୁ ୨୦୦୨ ମସିହାରେ ପ୍ରତିଷ୍ଠା କରିଛନ୍ତି। ପଞ୍ଚଘାତୀ ସମୀକରଣ ସମାଧାନ ସମ୍ଭବ ନୁହେଁ ବୋଲି ସେ ପ୍ରଥମେ ପ୍ରମାଣ କରିଥିଲେ। ମାତ୍ର ୨୭ ବର୍ଷର ସ୍ବଳ୍ପ ଜୀବନକାଳ ମଧ୍ୟରେ ସେ ଇଲିପ୍‌ଟି ଫଳନ ଓ ଆବେଲୀୟ ଫଳନ ଉପରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ।
ଆବେଲ ପୁରସ୍କାରକୁ ନୋବେଲ ପୁରସ୍କାରର ସମସ୍କନ୍ଦ ଭାବରେ ବିଚାର କରାଯାଏ। ସୂଚନାଯୋଗ୍ୟ ଯେ, ଗଣିତକୁ ସମସ୍ତ ବିଜ୍ଞାନର ରାଣୀ କୁହାଯାଉଥିଲେ ସୁଦ୍ଧା ନୋବେଲ ପୁରସ୍କାରରେ ମଧ୍ୟ ଗଣିତକୁ ଅନ୍ତର୍ଭୁକ୍ତ କରାଯାଇନାହିଁ। ଆବେଲ ପୁରସ୍କାରରେ ୭୫ ଲକ୍ଷ କ୍ରୋନର (୭୨୦୦୦୦ ଆମେରିକୀୟ ଡଲାର) ପ୍ରଦାନ କରାଯାଏ। ପୁରସ୍କାର ଚୟନ ପାଇଁ ଗଣିତଜ୍ଞଙ୍କର ଦେଶ, ବୟସ କିିମ୍ବା ଅଧ୍ୟୟନ କ୍ଷେତ୍ରକୁ ବିଚାର କରାଯାଏ ନାହିଁ। ଗଣିତର ଯେ କୌଣସି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଏ। ବର୍ଷକୁ ଅତି ବେଶୀରେ ତିନି ଜଣ ଗଣିତଜ୍ଞଙ୍କୁ ଏହି ପୁରସ୍କାର ଦିଆଯାଏ। ୨୦୦୩ରୁ ଏପର୍ଯ୍ୟନ୍ତ ୨୮ ଜଣ ଗଣିତଜ୍ଞଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।
ଚଳିତ ବର୍ଷ ପାଇଁ ଜାପାନର ୭୮ ବର୍ଷ ବୟସ୍କ ଗଣିତଜ୍ଞ ମାସାକି କାଶିଓ୍ବାରାଙ୍କୁ ଆବେଲ ପୁରସ୍କାର ପ୍ରଦାନ କରିବା ପାଇଁ ନରଓ୍ବେ ବିଜ୍ଞାନ ଓ କଳା ଏକାଡେମୀ ଘୋଷଣା କରିଛି। ବୀଜଗାଣିତିକ ବିଶ୍ଳେଷଣ ଓ ପ୍ରତିନିଧିତ୍ୱ ତତ୍ତ୍ୱରେ ଏବଂ ବିଶେଷ ଭାବେ ଡି-ମଡ୍ୟୁଲର ବିକାଶ ଓ କ୍ରିଷ୍ଟାଲ ଆଧାର ଆବିଷ୍କାରରେ ତାଙ୍କର ମୌଳିକ ଅବଦାନ ପାଇଁ ତାଙ୍କୁ ଏହି ବର୍ଷର ଆବେଲ ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଛି।
ଆବେଲ ପୁରସ୍କାର ଘୋଷଣା ପତ୍ରରେ କୁହାଯାଇଛି, ”କାଶିଓ୍ବାରା ହେଉଛନ୍ତି ଜଣେ ବିଚକ୍ଷଣ ଗଣିତଜ୍ଞ। ତାଙ୍କ ସହିତ ୭୦ରୁ ଅଧିକ ସହଯୋଗୀ କାର୍ଯ୍ୟ କରିଛନ୍ତି। ଗତ ୫୦ ବର୍ଷ ଧରି ସେ ଗଣିତରେ ପ୍ରତିନିଧିତ୍ୱ ତତ୍ତ୍ୱ ଓ ବୀଜଗାଣିତିକ ବିଶ୍ଳେଷଣରେ ଗଭୀର ଅନୁଧ୍ୟାନ କରି ଏହାକୁ ସମୃଦ୍ଧ କରିଛନ୍ତି। ସମସାମୟିକ ଗଣିତରେ ତାଙ୍କ କାର୍ଯ୍ୟ ସର୍ବଦା ସମ୍ମୁଖ ଭାଗରେ ରହିଛି ଏବଂ ଏହା ଅନେକ ପିଢ଼ିର ଗବେଷକମାନଙ୍କୁ ପ୍ରେରଣା ଦେବ।“
କାଶିଓ୍ବାରା ୧୯୪୭ ମସିହା ଜାନୁୟାରୀ ୩୦ ତାରିଖରେ ଜାପାନର ୟୁକି ଠାରେ ଜନ୍ମଗ୍ରହଣ କରିଥିଲେ। ୧୯୬୯ ମସିହାରେ ସ୍ନାତକ ଓ ୧୯୭୧ରେ ସ୍ନାତକତ୍ତୋର ଡିଗ୍ରୀ ହାସଲ କରିଥିଲେ। ସେ ୧୯୭୪ରେ ‘ଗାଣିତିକ ବିଜ୍ଞାନ ଗବେଣଷା ପ୍ରତିଷ୍ଠାନ’ରୁ ପିଏଚ୍‌ଡି ଡିିଗ୍ରୀ ଲାଭ କରି ସେଠାରେ ୧୯୭୮ ମସିହାରେ ପ୍ରଫେସର ଓ ପରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।
କାଶିଓ୍ବାରା ଜାପାନ ଏକାଡେମୀର ସଭ୍ୟ ଏବଂ ଫରାସୀ ବିଜ୍ଞାନ ଏକାଡେମୀର ବୈଦେଶିକ ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଗଣିତରେ କୃତୀ ପାଇଁ ସେ ଅନେକ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି। ୨୦୧୯ରେ ତାଙ୍କୁ ଏସିଆର ଶ୍ରେଷ୍ଠ ଏକଶତ ବୈଜ୍ଞାନିକମାନଙ୍କ ମଧ୍ୟରେ ତାଙ୍କୁ ନିର୍ବାଚିତ କରାଯାଇଥିଲା।
ଆବେଲ ପୁରସ୍କାର ପାଇବାରେ କାଶିଓ୍ବାରା ହେଉଛନ୍ତି ପ୍ରଥମ ଜାପାନ ନାଗରିକ। ତାଙ୍କୁ ଚଳିତ ବର୍ଷ ମେ’ ୨୦ ତାରିଖରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀ ବିହାର, ଫେଜ୍‌ ୧, ଭୁବନେଶ୍ୱର-୧୮
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri