ଜାତୀୟ ସ୍ବାର୍ଥ ତ୍ୟାଗ

ଜୀବାଶ୍ମ ଇନ୍ଧନ ବାୟୁମଣ୍ଡଳରେ ପ୍ରଦୂଷଣ ବୃଦ୍ଧି କରିବା ସହ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ମୁଖ୍ୟ କାରଣ ପାଲଟିଥାଏ। ଏଥିଯୋଗୁ ସବୁଜଗୃହ ବାଷ୍ପ (ଜିଏଚ୍‌ଜି) ମାତ୍ରା ବଢ଼ିଥାଏ। ଏହାକୁ କମାଇବା ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ବିଶ୍ୱବ୍ୟାପୀ ଆଲୋଚନା ହେଉଛି। କିନ୍ତୁ ଦୁଃଖର ବିଷୟ ଯେ, ବ୍ରାଜିଲର ବେଲାମ୍‌ଠାରେ ନିକଟରେ ଶେଷ ହୋଇଥିବା କନ୍‌ଫରେନ୍ସ ଅଫ୍‌ ପାର୍ଟିଜ୍‌-୩୦(କପ୍‌ ୩୦) ଚୁକ୍ତିନାମାରୁ ଜୀବାଶ୍ମ ଇନ୍ଧନକୁ ବାଦ୍‌ ଦିଆଯାଇଛି। ଜଳବାୟୁ ପରିବର୍ତ୍ତନ ଦ୍ୱାରା ସମଗ୍ର ପୃଥିବୀ ପ୍ରଭାବିତ ହେବ। କିନ୍ତୁ କେତୋଟି ଦେଶ ଉପରେ ଅଧିକ ପ୍ରଭାବ ଏବେଠାରୁ ଜଣାପଡ଼ିବା ଆରମ୍ଭ କଲାଣି। କ୍ଷତିଗ୍ରସ୍ତ ହେଉଥିବା ଦେଶଗୁଡ଼ିକୁ ଅଧିକ ଆର୍ଥିକ ସହାୟତା ଦିଆଯିବା ଲାଗି ସହମତି ମିଳିଥିବା ଜଣାପଡ଼ିଛିି। ହେଲେ କୋଇଲା, ପେଟ୍ରୋଲିୟମ୍‌ ଆଦି ଜୀବାଶ୍ମ ଇନ୍ଧନ ବ୍ୟବହାରଜନିତ ଉତ୍ତାପ ବୃଦ୍ଧିରୁ ପୃଥିବୀକୁ ମୁକ୍ତ କରିବା ନେଇ ସେ ସଂକ୍ରାନ୍ତରେ କୌଣସି ସହମତିରେ ନ ପହଞ୍ଚତ୍ପାରିବା କପ୍‌୩୦ର ଲକ୍ଷ୍ୟକୁ ଚ୍ୟୁତ କରିଛି। ପେଟ୍ରୋଲିୟମ୍‌ ତୈଳ ଉତ୍ପାଦନକାରୀ ଦେଶ ଏ ଦିଗରେ ପ୍ରତିବନ୍ଧକ ସାଜି ଥିବା କୁହାଯାଉଛି। ସେପଟେ ଆମେରିକା ଏହି ସମ୍ମିଳନୀକୁ ତା’ର କୌଣସି ପ୍ରତିନିଧି ପଠାଇ ନ ଥିବା ଯୋଗୁ ସ୍ଥିତିକୁ ଆହୁରି ଗୋଳିଆ କରିଛି। ସମସ୍ତେ ଜାଣନ୍ତି ଯେ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଆମେରିକା ବହୁ ପରିମାଣରେ ଦାୟୀ।

କ୍ଲାଇମେଟ ଚେଞ୍ଜ ପର୍‌ଫର୍ମାନ୍ସ ଇଣ୍ଡେକ୍ସ (ସିସିପିଆଇ) ଅନୁଯାୟୀ ଆମେରିକା ପୃଥିବୀକୁ ଅଧିକ ପ୍ରଦୂଷିତ କରୁଛି। ବିଶ୍ୱ ତାଲିକାରେ ଏହାର ସ୍ଥାନ ୬୫ରେ ଥିବା ବେଳେ ରୁଷିଆର ୬୪ ଓ ଚାଇନାର ୫୪ ରହିଛି। ସେହି ତୁଳନାରେ ଭାରତର ସ୍ଥିତି ଅପେକ୍ଷାକୃତ ଭଲ ଥିଲେ ମଧ୍ୟ ପୂର୍ବାପେକ୍ଷା ଖରାପ ସ୍ତରକୁ ଆସିଯାଇଛି। ୨୦୧୪ରେ ଭାରତର ସ୍ଥାନ ବିଶ୍ୱସ୍ତରରେ ୩୧ ଥିଲା ଓ ୨୦୧୯ରେ ଶ୍ରେଷ୍ଠ ୧୦ରେ ସ୍ଥାନ ପାଇଥିଲା। ବେଲାମଠାରେ ହୋଇଥିବା କପ୍‌ ୩୦ ପୃଷ୍ଠଭୂମିରେ ଜର୍ମାନ ପରିବେଶ ଓ ବିକାଶ ସଙ୍ଗଠନ ‘ଜର୍ମାନଓ୍ବାଚ୍‌’ ଦ୍ୱାରା ଦେଶଗୁଡ଼ିକର ଜଳବାୟୁ ପ୍ରଦର୍ଶନକୁ ଅନୁଧ୍ୟାନ ସହ ତୁଳନା କରାଯାଇ ପ୍ରକାଶ ପାଇଥିବା ଉପରଲିଖିତ ରିପୋର୍ଟରୁ ଭାରତର ସ୍ଥାନ ୨୩କୁ ଖସିଆସିଥିବା ଜଣାପଡ଼ିଛି। ସୂଚନା ଦିଆଯାଇପାରେ ଯେ, ଜଳବାୟୁ ପ୍ରଦର୍ଶନ ସଂକ୍ରାନ୍ତରେ କରାଯାଉଥିବା ଅଧ୍ୟୟନରେ ସବୁଜଗୃହ ବାଷ୍ପ ନିର୍ଗମନ, ଶକ୍ତି ଉପଯୋଗ, ନବୀକରଣୀୟ ଶକ୍ତି ଓ ଜଳବାୟୁ ନୀତି ଆଦି ୪ କ୍ଷେତ୍ରକୁ ବିଚାରକୁ ନିଆଯାଇଥାଏ। ଏଥିରୁ ଜଣାପଡ଼ିଛି ଯେ, ଭାରତ ଜିଏଚ୍‌ଜି ପରିମାଣ ବଢ଼ାଇ ଚାଲିଛି। ସେହିପରି ପୂର୍ବାପେକ୍ଷା ଶକ୍ତି ଉପଯୋଗ ବଢ଼ିବା ସହ ଏହା ପ୍ରକୃତି ପ୍ରତି ଅବିଚାର କରୁଛି। ନିଜ ଭୂଖଣ୍ଡ ରକ୍ଷାର ଦାୟିତ୍ୱ ଦେଶବାସୀ ନେବା ଦରକାର।

୨୦୧୫ର ଐତିହାସିକ ପ୍ୟାରିସ୍‌ ଚୁକ୍ତିକୁ ଦଶ ବର୍ଷ ପୂରଣ ହେଲାଣି। ସେତେବେଳେ ପ୍ରାୟ ୨୦୦ଟି ଦେଶ ପୂର୍ବ-ଶିଳ୍ପଯୁଗୀୟ ସ୍ତରଠାରୁ ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲସିୟସ୍‌ ଭିତରେ ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ।
ଦଶକ ପରେ ମଣିଷ ଏ ଦିଗରେ ସକ୍ରିୟ ପଦକ୍ଷେପ ନ ନେବାରୁ ଆଜି ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ୨୪ ନଭେମ୍ବରରେ ଧରିତ୍ରୀ ପକ୍ଷରୁ ଆୟୋଜିତ ୟୁଥ୍‌ କନ୍‌କ୍ଲେଭ-୨୦୨୫ରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସେଣ୍ଟର ଫର୍‌ ସାଇନ୍ସ ଆଣ୍ଡ୍‌ ଏନ୍‌ଭାର୍ନମେଣ୍ଟ(ସିଏସ୍‌ଇ)ର ମହାନିର୍ଦ୍ଦେଶିକା ତଥା ‘ଡାଉନ୍‌ ଟୁ ଆର୍ଥ’ର ସମ୍ପାଦକ ସୁନୀତା ନାରାୟଣ କହିଥିଲେ ଯେ, ବର୍ଷବ୍ୟାପୀ ପ୍ରତ୍ୟେକ ଦିନ ଭାରତବର୍ଷରେ କୌଣସି ନା କୌଣସି ସ୍ଥାନରେ ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଉଛି। ତାଙ୍କ ସଂସ୍ଥାର ଗବେଷଣାରୁ ମିଳିଥିବା ତଥ୍ୟ ଆଧାରରେ ସେ ଏଭଳି ମତ ଦେଇଛନ୍ତି। ତେବେ ୟୁରୋପରୁ ଦକ୍ଷିଣ ଏସିଆ ପର୍ଯ୍ୟନ୍ତ ତାପପ୍ରବାହ, ଅଷ୍ଟ୍ରେଲିଆ ଓ ପଶ୍ଚିମ ଯୁକ୍ତରାଷ୍ଟ୍ର ଆମେରିକାରେ ବାରମ୍ବାର ଦେଖାଦେଉଥିବା ଜଙ୍ଗଲନିଆଁ ଏବଂ ଦକ୍ଷିଣ ଓ ଦକ୍ଷିଣପୂର୍ବ ଏସିଆରେ ଅନେକ ଲକ୍ଷ ଲୋକଙ୍କୁ ପ୍ରଭାବିତ କରୁଥିବା ବନ୍ୟା ଆଉ ଚେତାବନୀ ହୋଇ ରହିନାହିଁ, ଏହାର ବିଶାଳ ରୂପକୁ ଦେଖିଲେ ସେଗୁଡ଼ିକ ମଣିଷ ପାଇଁ ସତର୍କଘଣ୍ଟି ସାଜିଲେଣି।

କପ୍‌ ୩୦ରେ ବିଶ୍ୱର ପ୍ରମୁଖ ନିର୍ଗମନକାରୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନେତୃତ୍ୱାଧୀନ ଯୁକ୍ତରାଷ୍ଟ୍ର ଆମେରିକାର ଅନୁପସ୍ଥିତି ଜଳବାୟୁ ପରିବର୍ତ୍ତନ ମୁକାବିଲା ଦିଗରେ ଏକ ଝଟକା ବୋଲି କୁହାଯାଉଛି। ଆମେରିକାର ଏଭଳି କାର୍ଯ୍ୟ ଅନ୍ୟ ଦେଶଗୁଡ଼ିକୁ ବାଧ୍ୟତାମୂଳକ ପ୍ରତିଶ୍ରୁତିଠାରୁ ପଛଘୁଞ୍ଚା ଦେବାକୁ ଉତ୍ସାହିତ କରୁଛି।
ବିଭିନ୍ନ ଶିଖର ବୈଠକରେ ବିକାଶଶୀଳ ଦେଶଗୁଡ଼ିକ ଯୁକ୍ତି କରିଥିଲେ ଯେ, ସେମାନଙ୍କୁ ନିର୍ଗମନ ହ୍ରାସର ବୋଝ ବୋହିବାକୁ କୁହାଯାଉଛି, ଯଦିଓ ଐତିହାସିକ ଭାବେ ଗ୍ରୀନହାଉସ୍‌ ଗ୍ୟାସ୍‌ର ବଡ଼ଭାଗ ପାଇଁ ଦାୟୀ ଧନୀ ଦେଶଗୁଡ଼ିକ ଦେଇଥିବା ପ୍ରତିଶ୍ରୁତି ଓ ସହାୟତା ଏପର୍ଯ୍ୟନ୍ତ ପୂରଣ କରିନାହାନ୍ତି। ତୈଳ ଓ ଗ୍ୟାସ ଉତ୍ପାଦନକାରୀ ଦେଶଗୁଡ଼ିକ ଜୀବାଶ୍ମ ଇନ୍ଧନ ପର୍ଯ୍ୟାୟକ୍ରମେ ବନ୍ଦ କରିବାର କଠୋର ଭାଷାକୁ ବିରୋଧ କରୁଛନ୍ତି। ଅର୍ଥନୈତିକ ନିର୍ଭରଶୀଳତା ଓ ଶକ୍ତି ନିରାପତ୍ତାକୁ କାରଣ ଭାବେ ଦର୍ଶାଉଛନ୍ତି।

ପୂର୍ବ ସମ୍ମିଳନୀଗୁଡ଼ିକ ପରି କପ୍‌ ୩୦ ମଧ୍ୟ ବିପୁଳ ପ୍ରତୀକାତ୍ମକ ଗୁରୁତ୍ୱ ବହନ କରିଥିଲା। କିନ୍ତୁ ପ୍ରତ୍ୟେକ ଶିଖର ବୈଠକ ବିଶ୍ୱ ଅଗ୍ରାଧିକାର ବିଷୟରେ ଆଲୋଚନା କରିଥାଏ। କିନ୍ତୁ ଦେଶଗୁଡ଼ିକ ଏକତ୍ରିତ ହୋଇ କାର୍ଯ୍ୟ କରିବେ ନା ନିଜ ଜାତୀୟ ସ୍ବାର୍ଥରେ ପଛକୁ ହଟିଯିବେ, ତାହା ହୋଇଯାଇଛି ସମସ୍ତଙ୍କ ପାଇଁ ବଡ଼ ଆହ୍ବାନ। ଆସନ୍ତା ଦିନଗୁଡ଼ିକରେ ଜାତୀୟ ସ୍ବାର୍ଥ ଓ ପୃଥିବୀର ସ୍ବାର୍ଥ ମୁହଁାମୁହିଁ ହେବାର ଯଥେଷ୍ଟ ଆଶଙ୍କା ଉପୁଜୁଛି। ଏହା ସମଗ୍ର ମନୁଷ୍ୟ ଜାତି ପାଇଁ ଏକ ବିପଦ ଭାବେ ଛିଡ଼ା ହେଲାଣି। ସମ୍ଭବତଃ ସମୟ ଆସିଲାଣି ଯେତେବେଳେ ଜାତୀୟତାବାଦକୁ ତ୍ୟାଗ କରିବା ପାଇଁ ମଣିଷ ଜାତି ବାଧ୍ୟ ହୋଇପାରେ। ତାହା ନ ହେଲେ ମଣିଷ ଜାତି ବଞ୍ଚତ୍ବା ଅସମ୍ଭବ ହୋଇପଡ଼ିବ।

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

୫ ଦିନ ଯାଏ ଯୁଦ୍ଧ କରିବେନି ପାକିସ୍ତାନ-ଆଫଗାନିସ୍ତାନ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉଭୟ ଦେଶ ଏକ ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା କରିଛନ୍ତି ।…

ତୁଳସୀ ଗାବାର୍ଡଙ୍କ ବୟାନକୁ ନେଇ ହଇଚଇ, ପାକିସ୍ତାନ ଏବଂ ଚୀନ୍ ଆମେରିକା ପାଇଁ…

ନୂଆଦିଲ୍ଲୀ,୧୮।୩: ଆମେରିକାର ନ୍ୟାସନାଲ ଇଣ୍ଟେଲିଜେନ୍ସ ଡାଇରେକ୍ଟର ତୁଳସୀ ଗାବାର୍ଡ ପାକିସ୍ତାନ ଏବଂ ଚୀନକୁ ଆମେରିକାର ବିପଦ ବୋଲି ବୟାନ ଦେଇଛନ୍ତି । ବୁଧବାର ସେ କହିଥିଲେ ଯେ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

ଭାରତରେ ବଢୁଛି ରହିବା ଖର୍ଚ୍ଚ: ୨୦୨୬ରେ ଏହି ସହର ସବୁଠୁ ମହଙ୍ଗା, ଜାଣନ୍ତୁ କେଉଁ ସହରରେ କେତେ ?

ନୂଆଦିଲ୍ଲୀ,୧୮।୩: ୨୦୨୬ ମାର୍ଚ୍ଚ ମାସର ସଦ୍ୟତମ ‘ନମ୍ବିଓ’ ରିପୋର୍ଟ ଅନୁଯାୟୀ, ଭାରତରେ ଜୀବନଶୈଳୀ ଏବଂ ସହର ଅନୁସାରେ ରହିବା ଖର୍ଚ୍ଚରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ବର୍ତ୍ତମାନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri