ପରିତ୍ୟକ୍ତ ଅବସ୍ଥାରେ ତିହିଡ଼ି ଡାକବଙ୍ଗଳା

ତିହିଡ଼ି, ୧୧।୬(ଡି.ଏନ.ଏ.): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଡାକବଙ୍ଗଳା ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ଏକଦା ଚଳଚଞ୍ଚଳ ରହୁଥିବା ଡାକବଙ୍ଗଳାର ସବୁ କୋଠରୀରେ ଏବେ ତାଲା ଝୁଲୁଛି। ଉପର ଆଜବେଷ୍ଟସ ଭାଙ୍ଗିରୁଜି ଯାଇଥିବାରୁ ବର୍ଷା ପାଣି ଗଳି କୋଠରୀ ଭିତର ଅବସ୍ଥାକୁ ଶୋଚନୀୟ କରୁଛି। ଡାକବଙ୍ଗଳା ପରିସର ଏବେ ଆଖପାଖ ଦୋକାନୀମାନଙ୍କ ଡଷ୍ଟବିନ ପାଲଟିଛି। ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ଡାକବଙ୍ଗଳାର ମରାମତି କରି ବ୍ୟବହାର ଉପଯୋଗୀ ପାଇଁ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ପରମାନନ୍ଦ ବେହେରା ପ୍ରସ୍ତାବ ଦେଇଥିଲେ ମଧ୍ୟ ଅନୁଦାନ ମିଳିପାରି ନାହିଁ।
ତିହିଡ଼ି ପୂର୍ତ୍ତ ବିଭାଗର ଏକ ଡିଭିଜନ ହୋଇଥିଲେ ମଧ୍ୟ କନିଷ୍ଠ ଯନ୍ତ୍ରୀ ଆଦୌ ଆସୁନାହାନ୍ତି। ନାମକୁ ମାତ୍ର ଜଣେ ଚୌକିିଦାର ଡାକବଙ୍ଗଳାରେ ରହୁଛନ୍ତି। ପୂର୍ବରୁ ୨ଟି କୋଠରୀ ଥିଲା। ଅଧିକ କୋଠରୀ ଆବଶ୍ୟକ ପଡ଼ିବାରୁ ନୂତନ ଗୃହ ନିର୍ମାଣ କରାଯାଇ ୨୦୦୪ ଫେବୃୟାରୀରେ ଉଦ୍‌ଘାଟନ କରାଯାଇଥିଲା। ଭିଆଇପି କୋଠରୀ ଭାବେ ପରିଗଣିତ ଏହି କୋଠରୀର ଅବସ୍ଥା ମଧ୍ୟ ଶୋଚନୀୟ ହେବାରୁ ୪ବର୍ଷ ପୂର୍ବେ ତତ୍କାଳୀନ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ସିଂଙ୍କ ଉଦ୍ୟମକ୍ରମେ ୫୦ହଜାର ଟଙ୍କା ବ୍ୟୟରେ ଉକ୍ତ କୋଠରୀର ମରାମତି କରାଯାଇଥିଲା। ଏହାମଧ୍ୟରେ ଉକ୍ତ କୋଠରୀର ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡ଼ିଥିବାରୁ ଏହା ବ୍ୟବହାର ଅନୁପଯୋଗୀ ହୋଇଛି। ଡାକବଙ୍ଗଳାର ଏପରି ଦୁରବସ୍ଥା ଯୋଗୁ ସରକାରୀ ଉଚ୍ଚପଦସ୍ଥ ଅଧିକାରୀମାନେ ତିହିଡ଼ି ଗସ୍ତ କରିବା ସମୟରେ ଆଲୋଚନା ପାଇଁ ଉପଯୁକ୍ତ ସ୍ଥାନ ପାଉନାହାନ୍ତି। ତେବେ ଡାକବଙ୍ଗଳାର ମରାମତି ପାଇଁ ଅନୁଦାନ ଯୋଗାଇବାକୁ ପୁଣିଥରେ ପ୍ରସ୍ତାବ ଦିଆଯିବ ବୋଲି ଅଧିକ୍ଷଣ ଯନ୍ତ୍ରୀ ବେହେରା କହିଛନ୍ତି। ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଏବଂ ଚାନ୍ଦବାଲି ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଡ. ବ୍ୟୋମକେଶ ରାୟ ଏଥିପ୍ରତି ଦୃଷ୍ଟି ଦେଇ ଡାକବଙ୍ଗଳାକୁ ବ୍ୟବହାର ଉପଯୋଗୀ ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି।

Enter your email to get our daily news in your inbox.

All Right Reserved By Dharitri.Com

ମରଣାନ୍ତକ ଆକ୍ରମଣ କରି ଫସିଲେ, ମାସେ ପରେ ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri