ପରିତ୍ୟକ୍ତ ଅବସ୍ଥାରେ ତିହିଡ଼ି ଡାକବଙ୍ଗଳା

ତିହିଡ଼ି, ୧୧।୬(ଡି.ଏନ.ଏ.): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଡାକବଙ୍ଗଳା ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ଏକଦା ଚଳଚଞ୍ଚଳ ରହୁଥିବା ଡାକବଙ୍ଗଳାର ସବୁ କୋଠରୀରେ ଏବେ ତାଲା ଝୁଲୁଛି। ଉପର ଆଜବେଷ୍ଟସ ଭାଙ୍ଗିରୁଜି ଯାଇଥିବାରୁ ବର୍ଷା ପାଣି ଗଳି କୋଠରୀ ଭିତର ଅବସ୍ଥାକୁ ଶୋଚନୀୟ କରୁଛି। ଡାକବଙ୍ଗଳା ପରିସର ଏବେ ଆଖପାଖ ଦୋକାନୀମାନଙ୍କ ଡଷ୍ଟବିନ ପାଲଟିଛି। ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ଡାକବଙ୍ଗଳାର ମରାମତି କରି ବ୍ୟବହାର ଉପଯୋଗୀ ପାଇଁ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ପରମାନନ୍ଦ ବେହେରା ପ୍ରସ୍ତାବ ଦେଇଥିଲେ ମଧ୍ୟ ଅନୁଦାନ ମିଳିପାରି ନାହିଁ।
ତିହିଡ଼ି ପୂର୍ତ୍ତ ବିଭାଗର ଏକ ଡିଭିଜନ ହୋଇଥିଲେ ମଧ୍ୟ କନିଷ୍ଠ ଯନ୍ତ୍ରୀ ଆଦୌ ଆସୁନାହାନ୍ତି। ନାମକୁ ମାତ୍ର ଜଣେ ଚୌକିିଦାର ଡାକବଙ୍ଗଳାରେ ରହୁଛନ୍ତି। ପୂର୍ବରୁ ୨ଟି କୋଠରୀ ଥିଲା। ଅଧିକ କୋଠରୀ ଆବଶ୍ୟକ ପଡ଼ିବାରୁ ନୂତନ ଗୃହ ନିର୍ମାଣ କରାଯାଇ ୨୦୦୪ ଫେବୃୟାରୀରେ ଉଦ୍‌ଘାଟନ କରାଯାଇଥିଲା। ଭିଆଇପି କୋଠରୀ ଭାବେ ପରିଗଣିତ ଏହି କୋଠରୀର ଅବସ୍ଥା ମଧ୍ୟ ଶୋଚନୀୟ ହେବାରୁ ୪ବର୍ଷ ପୂର୍ବେ ତତ୍କାଳୀନ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ସିଂଙ୍କ ଉଦ୍ୟମକ୍ରମେ ୫୦ହଜାର ଟଙ୍କା ବ୍ୟୟରେ ଉକ୍ତ କୋଠରୀର ମରାମତି କରାଯାଇଥିଲା। ଏହାମଧ୍ୟରେ ଉକ୍ତ କୋଠରୀର ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡ଼ିଥିବାରୁ ଏହା ବ୍ୟବହାର ଅନୁପଯୋଗୀ ହୋଇଛି। ଡାକବଙ୍ଗଳାର ଏପରି ଦୁରବସ୍ଥା ଯୋଗୁ ସରକାରୀ ଉଚ୍ଚପଦସ୍ଥ ଅଧିକାରୀମାନେ ତିହିଡ଼ି ଗସ୍ତ କରିବା ସମୟରେ ଆଲୋଚନା ପାଇଁ ଉପଯୁକ୍ତ ସ୍ଥାନ ପାଉନାହାନ୍ତି। ତେବେ ଡାକବଙ୍ଗଳାର ମରାମତି ପାଇଁ ଅନୁଦାନ ଯୋଗାଇବାକୁ ପୁଣିଥରେ ପ୍ରସ୍ତାବ ଦିଆଯିବ ବୋଲି ଅଧିକ୍ଷଣ ଯନ୍ତ୍ରୀ ବେହେରା କହିଛନ୍ତି। ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଏବଂ ଚାନ୍ଦବାଲି ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଡ. ବ୍ୟୋମକେଶ ରାୟ ଏଥିପ୍ରତି ଦୃଷ୍ଟି ଦେଇ ଡାକବଙ୍ଗଳାକୁ ବ୍ୟବହାର ଉପଯୋଗୀ ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri