Posted inଖେଳ

ପ୍ରଥମ ଭେଟରେ ପ୍ରେମିକାଙ୍କୁ ନମସ୍କାର କହିଥିଲେ ଏହି ବିଦେଶୀ କ୍ରିକେଟର୍‌

ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ତଥା କ୍ରିକେଟର ମିଷ୍ଟର ୩୬୦ ଡିଗ୍ରୀ କୁହାଯାଉଥିବା ଏବି ଡି ଭିଲିୟର୍ସଙ୍କ ପ୍ରେମ କାହାଣୀ ବେଶ୍‌ ନିଆରା। ଏବିଙ୍କୁ ୨୩ ବର୍ଷ ହୋଇଥିଲାବେଳେ ସେ କ୍ରିକେଟ ଦୁନିଆରେ ନିଜର ପରିଚୟ ସୃଷ୍ଟି କରିଥିଲେ। ସେହି ସମୟରେ ସେ ତାଙ୍କ ପିତାଙ୍କ ଫାର୍ମ ହାଉସରେ ଡାନିଏଲ ସ୍ମାର୍ଟଙ୍କୁ ଭେଟିଥିଲେ। କାରଣ ଦୁଇ ପରିବାର ପରସ୍ପରକୁ ଜାଣିଥିଲେ। ଏହାପରେ ଏବି ଡାନିଏଲଙ୍କୁ ମନେ ମନେ ପ୍ରେମ କରି ବସିଥିଲେ। କିନ୍ତୁ ଏକଥା ସେ ତାଙ୍କୁ କହି ପାରୁ ନ ଥିଲେ। ଥରେ ଉଭୟଙ୍କ ପରିବାର କୌଣସି କାର୍ଯ୍ୟକ୍ରମରେ ଏକାଠି ହୋଇଥାନ୍ତି। ଏହି ସମୟରେ ଏବି ଡାନିଏଲ୍‌ ନିଜ ମନ କଥା ଖୋଲି କହିବେ ବୋଲି ଭାବିଲେ। କିନ୍ତୁ ସାହସ କରିପାରିଲେ ନାହିଁ। ଡାନିଏଲଙ୍କୁ ଦେଖି ସେ ନମସ୍କାର ବ୍ୟତୀତ ଆଉ କିଛି କହି ନ ଥିଲେ। ତା’ପରେ ସେ ଏଥିପାଇଁ ତାଙ୍କ ମା’ଙ୍କ ସାହାଯ୍ୟ ନେଇଥିଲେ। ମା ପୁଅର ଅବସ୍ଥା ବୁଝିଥିଲେ ଏବଂ ଡାନିଏଲଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କ ନମ୍ବର ନେଇଥିଲେ।
ତାଙ୍କ ଆତ୍ମଜୀବନୀ ‘ଏବି- ଦି ଆତ୍ମଜୀବନୀ’ରେ ସେ ତାଙ୍କର ପ୍ରେମ କାହାଣୀ ପ୍ରକାଶ କରିଥିଲେ। ଏଥିରେ ଡି ଭିଲିୟର୍ସ କହିଥିଲେ ଯେ ଆଇପିଏଲ ୨୦୧୩ ଆରମ୍ଭ ହେବା ପୂର୍ବରୁ ସେ ତାଙ୍କ ପ୍ରେମିକା ଡାନିଏଲ ସ୍ମାର୍ଟଙ୍କ ସହ ଆଗ୍ରା ଯାଇଥିଲେ। ଭାରତର ଆଗ୍ରା ସ୍ଥିତ ତାଜମହଲ ଦୁନିଆର ସବୁଠାରୁ ରୋମାଣ୍ଟିକ ସ୍ଥାନ ଭାବରେ ପରିଗଣିତ ହୁଏ। ଏବଂ ଡି ଭିଲିୟର୍ସ ମଧ୍ୟ ଡାନିଏଲଙ୍କୁ ପ୍ରସ୍ତାବ ଦେବା ପାଇଁ ତାଜମହଲକୁ ବାଛିଥିଲେ। ବିବାହର ପ୍ରାୟ ଦୁଇ ବର୍ଷ ପରେ, ଡି ଭିଲିୟର୍ସଙ୍କ ସ୍ତ୍ରୀ ଜୁଲାଇ ୨୦୧୫ରେ ପ୍ରଥମ ପୁଅ ଏବଂ ଜୁଲାଇ ୨୦୧୭ରେ ଦ୍ୱିତୀୟ ପୁତ୍ରକୁ ଜନ୍ମ ଦେଇଥିଲେ। ଡି ଭିଲିୟର୍ସ ଦକ୍ଷିଣ ଆଫ୍ରିକା ପାଇଁସ ୧୧୪ ଟେଷ୍ଟ ଖେଳି ୯୧ ଇନିଂସରେ ହାରାହାରି ୫୦.୫୫ ହାରରେ ୮୭୬୫ ରନ୍‌ କରିଛନ୍ତି। ୨୮ଟି ଏକଦିବସୀୟ ଖେଳି ଡି ଭିଲିୟର୍ସ ହାରାହାରି ୫୩.୩୦ରେ ୯,୫୭୭ ରନ ସ୍କୋର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri