Posted inଖେଳ

ବିଶ୍ୱକପ୍‌ ପରେ ଦିନିକିଆ, ଟି-୨୦ରୁ ସନ୍ୟାସ ନେବେ କୋହଲି!

ନୂଆଦିଲ୍ଲୀ,୨୬।୯: ନିକଟରେ ଏସିଆ କପରେ ବିରାଟ କୋହଲି ପାକିସ୍ତାନ ବିପକ୍ଷରେ ଏକ ଚମତ୍କାର ଶତକ ହାସଲ କରିଥିଲେ। ହେଲେ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଖେଳୁନାହାଁନ୍ତି। ତେବେ ଭାରତୀୟ ଦଳ ଏବଂ ବିରାଟ କୋହଲିଙ୍କ ନଜର ୨୦୨୩ ଦିନିକିଆ ବିଶ୍ୱକପ୍‌ ଉପରେ ରହିଛି। ଏହି ସମୟରେ ଆଇପିଏଲରେ ବିରାଟ କୋହଲିଙ୍କ ସହ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳିଥିବା ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳି ଏବି ଡିଭିଲିୟର୍ସ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଏବି ଡିଭିଲିୟର୍ସ ବିଶ୍ୱାସ କରନ୍ତି ଯେ ବିଶ୍ୱକପ୍‌ ୨୦୨୩ ପରେ ବିରାଟ କୋହଲି ଦିନିକିଆ ଏବଂ ଟି-୨୦ ଫର୍ମାଟକୁ ବିଦାୟ ଦେବେ।

ଏବି ଡିଭିଲିୟର୍ସ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି ଯେ, ଏହା ପରେ ଆଗାମୀ ଦିନିକିଆ ବିଶ୍ୱକପ୍‌ ୨୦୨୭ରେ ଦକ୍ଷିଣ ଆଫ୍ରିକା ମାଟିରେ ଖେଳାଯିବ। ଆଗାମୀ ବିଶ୍ୱକପ୍‌ ପର୍ଯ୍ୟନ୍ତ ବିରାଟ କୋହଲି ଖେଳିବେ କି ନାହିଁ ତାହା କଷ୍ଟସାଧ୍ୟ। ସେ କହିଛନ୍ତି , ବିଶ୍ୱକପ୍‌ ୨୦୨୭ ପାଇଁ ବହୁତ ସମୟ ବାକି ଅଛି। ଯଦି ଆପଣ ବିରାଟ କୋହଲିଙ୍କୁ ପଚାରନ୍ତି, ତେବେ ସେ କହିବେ ଯେ ବର୍ତ୍ତମାନ ବିଶ୍ୱକପ୍‌ ୨୦୨୩ ଉପରେ ଧ୍ୟାନ ରହିଛି। ସେ ଏହା ମଧ୍ୟ କହିଛନ୍ତି, ଯଦି ଟିମ ଇଣ୍ଡିଆ ବିଶ୍ୱକପ୍‌ ଜିତେ ତେବେ ବିରାଟ କୋହଲିଙ୍କ ପାଇଁ ଏହାଠାରୁ ଭଲ କ’ଣ ହେବ । ଏହା ବିରାଟ କୋହଲିଙ୍କ ପାଇଁ ଏକ ବଡ଼ ଉପହାର ହେବ।

ଏବି ଡିଭିଲିୟର୍ସ କହିଛନ୍ତି, ଏହି ବିଶ୍ୱକପ୍‌ ପରେ ବିରାଟ କୋହଲି ବୋଧହୁଏ ଦିନିକିଆ ଏବଂ ଟି -୨୦ ଫର୍ମାଟକୁ ବିଦାୟ ଦେଇପାରନ୍ତି। ତେବେ ବିରାଟ କୋହଲି ଆସନ୍ତା କିଛି ବର୍ଷ ପାଇଁ ଟେଷ୍ଟ ଏବଂ ଆଇପିଏଲ ଖେଳିପାରନ୍ତି। ତେବେ ଏବି ଡିଭିଲିୟସର୍ର୍ଙ୍କ ଭବିଷ୍ୟ ପରେ ବିରାଟ କୋହଲିଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଲଓ୍ବା ଦେଖାଇଲେ ପ୍ରିୟଙ୍କା ଚୋପ୍ରା: ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ…

୯୮ତମ ଓସ୍କାର ପୁରସ୍କାର ଉତ୍ସବରେ ବଲିଉଡର ଜଲଓ୍ବା ଦେଖାଇଛନ୍ତି ‘ଦେଶୀ ଗାର୍ଲ’ ପ୍ରିୟଙ୍କା ଚୋପ୍ରା। ଯଦିଓ ତାଙ୍କର କୌଣସି ଚଳଚ୍ଚିତ୍ର ପୁରସ୍କାର ଜିତି ନ ଥିଲା କିନ୍ତୁ…

୨୦୦୮ ରୁ ୨୦୨୬ ପର୍ଯ୍ୟନ୍ତ…, IPL ରୁ ମୋଟ କେତେ ରୋଜଗାର କରିଛନ୍ତି ବିରାଟ କୋହଲି? ଜାଣିଲେ ଆଶ୍ଚର୍ଯ୍ୟହେବେ

ନୂଆଦିଲ୍ଲୀ,୧୬।୩: IPL 2026 ଆରମ୍ଭ ହେବାକୁ ଆଉ ମାତ୍ର ୧୨ ଦିନ ବାକି ଥିବା ବେଳେ, ଏହି ଟୁର୍ଣ୍ଣାମେଣ୍ଟ କ୍ରିକେଟ ମହଲରେ ଆଲୋଚନାର ଏକମାତ୍ର ବିଷୟ ପାଲଟିଛି।…

ରାସ୍ତାରେ ଅଚଳ ୧୦୮ ଆମ୍ବୁଲାନ୍ସ, ପ୍ରସବ ବେଦନାରେ ଛଟପଟ ଆସନ୍ନ ପ୍ରସବା

ନନ୍ଦପୁର/ପାଡୁଆ୧୬।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାନ୍ଥଲୁଙ୍ଗ ପଞ୍ଚାୟତର ଆନ୍ଧ୍ର ସୀମାକୁ ଲାଗି ରହିଥିବା ସାରିଆପାଲି ଗାଁରେ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି।…

ଯୁଦ୍ଧ ମଧ୍ୟରେ ଭାରତକୁ ମିଳିଗଲା ବଡ଼ ରାସ୍ତା: ମାରିନେଲା ବାଜି

ନୂଆଦିଲ୍ଲୀ,୧୬।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଏବଂ ଘରୋଇ ଗ୍ୟାସ ଅଭାବ ମଧ୍ୟରେ ନୂଆଦିଲ୍ଲୀ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ନିରନ୍ତର ପଦକ୍ଷେପ ନେଉଛି। ଏକ ଆର୍ଥିକ…

ଭିଜିଲାନ୍ସ ଜାଲରେ ଶିକ୍ଷା ବିଭାଗର ଆକାଉଣ୍ଟାଣ୍ଟ, ୬ହଜାର ଟଙ୍କା ଲାଞ୍ଚ ଦାବି….

ବରଗଡ଼,୧୬।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବରପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ତଥା ଆକାଉଣ୍ଟାଣ୍ଟ ରଜନୀକାନ୍ତ କର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ…

ପ୍ରଯୁକ୍ତିବିଦ୍ୟାର ଚମତ୍କାର! ChatGPT ବ୍ୟବହାର କରି ତିଆରି କଲେ କ୍ୟାନ୍ସର ଟିକା, ନୂଆ ଜୀବନ ପାଇଲା କୁକୁର

ନୂଆଦିଲ୍ଲୀ,୧୬ା୩: କୃତ୍ରିମ ବୁଦ୍ଧିମତ୍ତା ଆଉ କେବଳ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସୀମିତ ନୁହେଁ; ଏହା ବର୍ତ୍ତମାନ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ମଧ୍ୟ ନୂତନ ଚମତ୍କାର ପ୍ରଦର୍ଶନ କରୁଛି ।…

ଭାଗବଣ୍ଟା ସମୟରେ ଚଢ଼ାଉ କଲା ବନ ବିଭାଗ, ବାର୍‌ହା ମାଂସ ଜବତ ସହ ଶିକାରୀଙ୍କୁ…

ପାଟଣା,୧୬ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପୋଇପାଣି ବିଟ୍‌ କୁମୁଳାବାହାଳୀ ଗାଁ ନିକଟ ପୋଇପାଣି ଜଙ୍ଗଲରେ ରବିବାର ରାତିରେ ବନ ବିଭାଗ ଚଢାଉ କରି ବାର୍‌ହା…

ମତଦାନ ପରେ ଏମିତି କହିଲେ ଦାଶରଥି, ମୋ ଘର ପାହାଡ଼ ଉପରେ…

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନ ପାଇଁ ସେମବାର ମତଦାନ ଚାଲିଛି। ଏହାରି ମଧ୍ୟରେ କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ ଭୋଟ ଦେଇଛନ୍ତି। ଏହି ସମୟରେ ସେ କହିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri