Posted inଜାତୀୟ

ଏଏପି ବିଧାୟକଙ୍କ ବାଡ଼ ଡିଆଁ ପାଇଁ ଭାଜପା କରୁଛି ଅପରେଶନ ଲୋଟସ: ସିସୋଡିଆ…

ନୂଆଦିଲ୍ଲୀ,୨୯।୧୦ : ଦିଲ୍ଲୀରେ ଏଏପି ବିଧାୟକଙ୍କ ବାଡ଼ ଡିଆଁ ପାଇଁ ଭାଜପା ପକ୍ଷରୁ ଅପରେଶନ ଲୋଟସ ଆରମ୍ଭ ହୋଇଛି। ଏନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ସିସୋଡିଆ ଶନିବାର ଖବରଦାତାଙ୍କୁ ସୂଚନା ପ୍ରଦାନ କରିଛନ୍ତି। ଖୁବ ଶୀଘ୍ର ହିମାଚଳ ପ୍ରଦେଶ ଏବଂ ଗୁଜରାଟରେ ବିଧାନସଭା ଅନୁଷ୍ଠିତ ହେବାକୁ ଯାଉଛି। ନିର୍ବାଚନ ପୂର୍ବରୁ ଏଏପିରେ କଳବଳେ କୌଶଳେ ଭାଜପା ଫାଟ ସୃଷ୍ଟି କରିବାକୁ ଉଦ୍ୟମ କରୁଛି।

ଅତୀତରେ ଏକ ଅଡିଓ ଟେପ୍‌ ସାମ୍ନାକୁ ଆସିଥିଲା ଯେଉଁଥିରେ ବିଧାୟକ କିଣିବା ପାଇଁ ଭାଜପା ପକ୍ଷରୁ ଷଡଯନ୍ତ୍ର କରାଯାଇଥିଲା। ଟଙ୍କା ଦେବା ଏବଂ ପଦବୀ ଦେବା ବିଷୟରେ ଆଲୋଚନା ହୋଇଥିଲା। ଏବେ ପୁଣି ନୂଆ ଅଡିଓ ସାମ୍ନାକୁ ଆସିଛି। ଏହି ନୂତନ ଅଡିଓରେ ଭାଜପାର ମଧ୍ୟସ୍ଥି ଟିଆରଏସ ବିଧାୟକ କିଣିବା ବିଷୟରେ କହୁଛନ୍ତି। ଏଥିରେ ସେମାନେ ଦିଲ୍ଲୀର ୪୩ ଜଣ ବିଧାୟକ କିଣିବାକୁ ଚେଷ୍ଟା କରୁଥିବା ସମ୍ପର୍କରେ ସଙ୍କେତ ଦେଇଛନ୍ତି। ଏସବୁ ବିଧାୟକଙ୍କୁ କିଣିବା ପାଇଁ ଭାଜପା ୧୦୭୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ।

ମୋର ପ୍ରତ୍ୟକ୍ଷ ପ୍ରଶ୍ନ ହେଉଛି, ସେମାନେ ଏତେ ଟଙ୍କା କେଉଁଠୁ ପାଇଲେ? ହଜାର ହଜାର କୋଟି ଟଙ୍କା ଜରିଆରେ ବିଧାୟକ କିଣିବା ପାଇଁ ପ୍ରୟାସ କରାଯାଉଛି, ଏହାର ଅନୁସନ୍ଧାନ କରାଯିବା ଉଚିତ।

ଅତୀତରେ ଆମେ ଏହି କଥା କହିଥିଲୁ ଯେ ଭାଜପା ଏଏପି ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଛି। ମୋତେ ମଧ୍ୟ ଅଫର୍‌ ଦିଆଯାଇଥିଲା। ଏହି ଟଙ୍କା କେଉଁଠୁ ଆସୁଛି? ଅଡିଓରେ ବାରମ୍ବାର ନାମ ନେଉଥିବା ଏହି ବ୍ୟକ୍ତି, ସନ୍ତୋଷ ଜୀ ଏବଂ ଶାହା ଜୀ, କିଏ? ଯଦି ଏହା ଅମିତ ଶାହା, ତେବେ ଦେଶର ସ୍ବରାଷ୍ଟ୍ରମନ୍ତ୍ରୀ ଏପରି ବିଧାୟକ କିଣିବା ଏକ ବଡ଼ ବିପଦ ଜନକ। ଏହାର ଇଡି ସିବିଆଇ ଯାଞ୍ଚ ହେବା ଜରୁରୀ। ଏହି ମାମଲାରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ନାମ ନେଇ ସେ କହିଛନ୍ତି ଯେ ଯଦି ସେ ଏହି ସବୁ ଘଟଣାରେ ସମ୍ପୃକ୍ତ ତେବେ ତାଙ୍କୁ ତୁରନ୍ତ ଗିରଫ କରାଯିବା ଆବଶ୍ୟକ ବୋଲି ସିସୋଡିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri