Posted inଜାତୀୟ

କେଜରିଓ୍ବାଲଙ୍କ ଗିରଫ ପରେ ସଙ୍କଟରେ ଏଏପି, ୧୦ରୁ ୭ ଏମପି ନିଖୋଜ

ନୂଆଦିଲ୍ଲୀ,୧୧।୪: ଲୋକ ସଭା ନିର୍ବାଚନ ପୂର୍ବରୁ ଆମ୍‌ ଆଦମୀ ପାର୍ଟିକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ପାର୍ଟିକୁ ସବୁଠାରୁ ଅଡ଼ୁଆରେ ପକାଇଛି ଦଳ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଏହି ସମୟରେ ଦିଲ୍ଲୀ କ୍ୟାବିନେଟରେ ମନ୍ତ୍ରୀ ଥିବା ରାଜ କୁମାର ଆନନ୍ଦ ବୁଧବାର ଦଳରୁ ଇସ୍ତଫା ଦେଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ଯାହା ଦଳକୁ ଶକ୍ତ ଝଟ୍‌କା ଦେଇଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ରବିବାର ଏଏପିର ଦେଶବ୍ୟାପୀ ଅନଶନ ଆନ୍ଦୋଳନ ଚାଲିଥିବାବେଳେ ଏଏପିର ପ୍ରମୁଖ ୭ ଏମପି ନିଖୋଜ ଅଛନ୍ତି।

ଏଏପିର ୧୦ଜଣ ଏମପିଙ୍କ ମଧ୍ୟରୁ ୩ ଜଣ ଏମପି ଦଳ ପାଇଁ ସ୍ବର ଉତ୍ତୋଳନ କରୁଥିବାବେଳେ ୭ଜଣ ନିଖୋଜ ହୋଇଯାଇଛନ୍ତି। ଅନ୍ୟପଟେ ଲୋକ ସଭାରେ ଏଏପିର ଏକମାତ୍ର ଏମପି ସୁଶୀଲ କୁମାର ରିଙ୍କୁ ନିକଟରେ ଭାଜପାରେ ଯୋଗ ଦେଇଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓ ସଞ୍ଜୟ ସିଂହ ଗୋଟିଏ ମାମଲାରେ ଗିରଫ ହୋଇଥିଲେ। ତେବେ ସଞ୍ଜୟ ଜେଲ୍‌ରୁ ମୁକୁଳିବା ପରେ ପାର୍ଟିର ମୁଖ୍ୟ ଚେହେରା ଭାବେ ପରିଗଣିତ ହୋଇଛନ୍ତି। ଏହା ବ୍ୟତୀତ ଏଏପିର ରାଷ୍ଟ୍ରୀୟ ମହସଚିବ ସନ୍ଦୀପ ପାଠକ ଓ ଏନଡି ଗୁପ୍ତା ମଧ୍ୟ ବିରୋଧ ପ୍ରଦର୍ଶନରେ ସକ୍ରିୟ ରହିଛନ୍ତି।

ଏଏପି ପାଇଁ ସବୁବେଳେ ଆଗରେ ରହୁଥିବା ତଥା ପଞ୍ଜାବ ରାଜ୍ୟ ସଭା ଏମପି ରାଘବ ଚଢାଙ୍କ କୌଣସି ଖୋଜ ଖବର ମିଳୁନାହିଁ। କିଛିମାସ ତଳେ ନିଜ ଆଖିର ସର୍ଜରୀ ପାଇଁ ସେ ଇଂଲଣ୍ଡ ଯାଇଥିଲେ। ସେ ମାର୍ଚ୍ଚ ମାସ ଶେଷରେ ଫେରିବାର କାର୍ଯ୍ୟକ୍ରମ ରହିଥିଲା। ତାଙ୍କ ସ୍ତ୍ରୀ ପରିଣୀତି ଚୋପ୍ରା ନିଜ ଫିଲ୍ମ ଅମର ସିଂହ ଚମକିଲାର ରିଲିଜ୍‌ ପାଇଁ ଭାରତ ଫେଣି ଆସିଛନ୍ତି। କିନ୍ତୁ ରାଘବ ଏଯାଏଁ ଇଂଲଣ୍ଡରୁ ଫେରି ନାହାନ୍ତି। ମାର୍ଚ୍ଚ ୨୧ରେ କେଜରିଓ୍ବାଲଙ୍କ ଗିରଫ ପରେ ରାଘବ ସୋସିଆଲ ମିଡିଆରେ ଲଗାତାର ପୋଷ୍ଟ କରୁଥିଲେ। ସେହିପରି ସଞ୍ଜୟ ସିଂହ ଜେଲ୍‌ରୁ ମୁକୁଳିବା ପରେ ସେ ସୋସିଆଲ ମିଡିଆରେ ପୋଷ୍ଟ କରି ଆନନ୍ଦ ପ୍ରକାଶ କରିଥିଲେ। ତେବେ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସର୍ଜରୀ ପରେ ତାଙ୍କର ଆଉ କିଛି ଚିକିତ୍ସା ବାକି ଅଛି ଯାହାକୁ ସାରି ସେ ଶୀଘ୍ର ଫେରୁଥିବା ପାର୍ଟିର ଜଣେ ନେତା କହିଛନ୍ତି।

ଏଏପିର ରାଜ୍ୟ ସଭା ଏମପି ସ୍ବାତୀ ମାଲିଓ୍ବାଲ ବର୍ତ୍ତମାନ ଆମେରିକାରେ ଅଛନ୍ତି। ତେବେ ସେ ଅସୁସ୍ଥ ଥିବାରୁ ସେଠାରେ ରହିଛନ୍ତି ବୋଲି ପାର୍ଟିକୁ ସୂଚନା ଦେଇଛନ୍ତି। ମାଲିଓ୍ବାଲ ଲଗାତାର ପାର୍ଟି ସପକ୍ଷରେ ପୋଷ୍ଟ କରୁଛନ୍ତି। ନିକଟରେ ଭାଜପା ଅଭିଯୋଗ ଆଣିଥିଲା କି, କେଜରିଓ୍ବାଲଙ୍କ ସପକ୍ଷରେ କୌଣସି ନେତା ଆଗକୁ ଆସୁ ନାହାନ୍ତି। ଯାହାକୁ ମାଲିଓ୍ବାଲ ସୋସିଆଲ ମିଡିଆରେ ପୋଷ୍ଟ କରି ଦୃଢ ବିରୋଧ କରିଥିଲେ।

ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ କ୍ରିକେଟର ତଥା ପଞ୍ଜାବ ରାଜ୍ୟ ସଭା ଏମପି ହରଭଜନ ସିଂହଙ୍କ ମଧ୍ୟ ଏହି ନିଖୋଜ ତାଲିକାରେ ଅର୍ନ୍ତଭୁକ୍ତ ହୋଇଛନ୍ତି। ସେ ଏମପି ହେବା ପରେ ପାର୍ଟିର କୌଣସି କାର୍ଯ୍ୟକ୍ରମରେ ଖୁବ୍‌ କମ୍‌ ଭାଗ ନେଉଥିଲେ। ସବୁଠାରୁ ବଡ଼ କଥା ହେଉଛି କେଜରିଓ୍ବାଲଙ୍କ ଗିରଫଦାରୀ ସେ ପାଟି ଫିଟାଇ ନ ଥିଲେ। ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଅନେକ ପୋଷ୍ଟ କରିଛନ୍ତି। କିନ୍ତୁ ସେଗୁଡିକ ଆଇପିଏଲ ସମ୍ପର୍କିତ। ତେବେ ମାର୍ଚ୍ଚ ୨୪ରେ ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ଝିଅ ଜନ୍ମଦିନରେ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଛନ୍ତି। ତେବେ ଯେତେବେଳ ଏଏପି ଦ୍ୱାରା ଆୟୋଜିତ ବିରୋଧ ପ୍ରଦର୍ଶନରେଯୋଗ ଦେବା ନେଇ ତାଙ୍କୁ ପ୍ରଶ୍ନ ପଚରାଯାଇଥିଲା ାସ ସିଧାସଳଖ ମନା କରି ଦେଇଥିଲେ।

ଏମାନଙ୍କ ବ୍ୟତୀତ ଏଏପି ଏମପି ଅଶୋକ କୁମାର ମିତଲ, ସଞ୍ଜୀବ ଅରୋଡା, ବଲବୀର ସିଂହ, ବିକ୍ରମଜିତ ସିଂହ ସାହନିଙ୍କ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ WPL ଚାମ୍ପିଅନ୍, ଲଗାତାର ଚତୁର୍ଥ ଥର ଫାଇନାଲ୍ ହାରିଲା ଦିଲ୍ଲୀ

ଭଦୋଦରା,୫।୨: ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ର ରୋମାଞ୍ଚକର ଫାଇନାଲ୍ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଦ୍ୱିତୀୟ…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ଶେଷ ଭିଡିଓ, ଜାଣନ୍ତୁ ବିମାନ ଦୁର୍ଘଟଣା ପୂର୍ବରୁ କ’ଣ କହିଥିଲେ? ଭାବବିହ୍ବଳ କରୁଛି…

ମୁମ୍ବାଇ,୫।୨: ମହାରାଷ୍ଟ୍ରର ଦିବଂଗତ ଉପମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଅଜିତ ପାୱାରଙ୍କ ଏକ ଶେଷ ଭିଡିଓ ସାମ୍ନାକୁ ଆସିଛି, ଯାହା ରାଜ୍ୟ ରାଜନୈତିକ…

ପୁଣି ହନିମୁନରେ ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ, ପ୍ରେମିକ ସହ ମିଶି ରଚିଲେ ଦୁର୍ଘଟଣାର ନାଟକ

ଶ୍ରୀଗଙ୍ଗାନଗର,୫।୨: ରାଜସ୍ଥାନରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଖବର ସାମ୍ନାକୁ ଆସିଛି। ଜଣେ ନବବିବାହିତ ଯୁବକଙ୍କୁ ତାଙ୍କ ସ୍ତ୍ରୀ ନିଜ ପ୍ରେମିକ ସହ ମିଶି ଅତି ନିର୍ମମ ଭାବେ…

‘ମୋଦି, ତୁମର କବର ଖୋଳାଯିବ’, କାହିଁକି ଏପରି ସ୍ଲୋଗାନ ଦେଉଛି କଂଗ୍ରେସ? ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀ ମୋଦି ଦେଲେ…

ନୂଆଦିଲ୍ଲୀ,୫।୨: ରାଜ୍ୟ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିବୃତ୍ତିରେ କଂଗ୍ରେସକୁ କଡ଼ା ଟାର୍ଗେଟ କରିଥିଲେ। ସେ କହିଥିଲେ…

ବିବାହ ଚର୍ଚ୍ଚା ଭିତରେ ବେବି ବମ୍ପ ସହ ନଜର ଆସିଲେ ଅଭିନେତ୍ରୀ, ସାଥିରେ ଥିଲେ ବିବାହିତ ଅଭିନେତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମୃଣାଲ ଠାକୁର ବର୍ତ୍ତମାନ ଅଭିନେତା ଧନୁଷଙ୍କ ସହ ତାଙ୍କ ସମ୍ପର୍କ ଏବଂ ତାଙ୍କ ବିବାହ ଯୋଜନା ପାଇଁ ଖବରରେ ଅଛନ୍ତି। ଅଭିନେତ୍ରୀ ସମ୍ପ୍ରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri