Posted inଜାତୀୟ

ସ୍ବାତୀ ମାଲିୱାଲଙ୍କୁ ପ୍ରଥମ ଥର ପାଇଁ ରାଜ୍ୟ ସଭା ପଠାଇବ ଏଏପି, ଜେଲରେ ଥିବା ସଞ୍ଜୟ ସିଂ ପୁଣି ହେବେ ଏମ୍‌ପି

ନୂଆଦିଲ୍ଲୀ,୫।୧: ଦିଲ୍ଲୀ-ପଞ୍ଜାବର ଶାସକ ଆମ ଆଦମୀ ପାର୍ଟି (ଏଏପି) ସ୍ବାତୀ ମାଲିୱାଲଙ୍କୁ ରାଜ୍ୟ ସଭାକୁ ପଠାଇବ। ଏହା ବ୍ୟତୀତ ଜେଲରେ ବନ୍ଦ ଥିବା ସଞ୍ଜୟ ସିଂ ପୁଣିଥରେ ରାଜ୍ୟ ସଭା ଏମ୍‌ପି ହେବେ। ଏଏପି ଏନ୍‌ଡି ଗୁପ୍ତାଙ୍କୁ ତୃତୀୟ ପ୍ରାର୍ଥୀ ଭାବରେ ଚୟନ କରିଛି । ରାଜ୍ୟ ସଭା ଏମ୍‌ପି ଭାବେ ଏହା ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ହେବ।

ବାସ୍ତବରେ ଦିଲ୍ଲୀର ସମସ୍ତ ତିନିଜଣ ରାଜ୍ୟ ସଭା ଏମ୍‌ପିଙ୍କ କାର୍ଯ୍ୟକାଳ ଜାନୁଆରୀ ୨୭ରେ ଶେଷ ହେବ। ଏହି ଆସନଗୁଡ଼ିକ ଉପରେ ନିର୍ବାଚନ ଜାନୁଆରୀ ୧୯ରେ ଅନୁଷ୍ଠିତ ହେବ । ଏହାପୂର୍ବରୁ ଆମ ଆଦମୀ ପାର୍ଟି ତିନିଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଜାନୁଆରୀ ୧୦ ନାମାଙ୍କନ ପତ୍ରର ଶେଷ ତାରିଖ ।

ଏଏପିର ରାଜନୈତିକ ବ୍ୟାପାର କମିଟି (ପିଏସି) ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲଙ୍କୁ ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ମନୋନୀତ କରିଛି। ଏହା ବ୍ୟତୀତ ସଞ୍ଜୟ ସିଂ ଏବଂ ଏନ୍‌ଡି ଗୁପ୍ତାଙ୍କୁ ଦ୍ୱିତୀୟ ଥର ପାଇଁ ରାଜ୍ୟ ସଭା ଏମ୍‌ପି ଭାବରେ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

ଅଲିମ୍ପିଆନ ସୁଶୀଲଙ୍କ ଜାମିନ ଖାରଜ

ନୂଆଦିଲ୍ଲୀ,୬ା୨: ସ୍ଥାନୀୟ ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଜାତୀୟ ଜୁନିୟର କୁସ୍ତି ଚାମ୍ପିୟନ ସାଗର ଧନକରଙ୍କ ହତ୍ୟା ମାମଲାରେ ଗିରଫ ଅଲିମ୍ପିଆନ ସୁଶିଲ କୁମାରଙ୍କ ଜାମିନ ଆବେଦନକୁ ଦିଲ୍ଲୀର…

ଭାରତକୁ ବଡ଼ ଝଟ୍‌କା: ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ି ପାରନ୍ତି ହର୍ଷିତ ରାଣା

ମୁମ୍ବାଇ,୬ା୨: ଅଭ୍ୟାସ ମ୍ୟାଚରେ ଆଣ୍ଠୁରେ ଆଘାତ ଲାଗିଥିବାରୁ ଭାରତର ଯୁବ ସ୍ପିଡଷ୍ଟର ହର୍ଷିତ ରାଣା ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିପାରନ୍ତି। ହର୍ଷିତଙ୍କ ଉପରେ କିନ୍ତୁ ଦଳର ଫିଜିଓ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାଫଳ ପ୍ରକାଶିତ: କିଏ କେଉଁ ତାଲିକାରେ ରହିଲେ ଦେଖନ୍ତୁ ପୂରା ଲିଷ୍ଟ…

ପାଟଣା,୬।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ଓ ଅର୍ଥନୈତିକ ଅନଗ୍ରସର ବୃତ୍ତି ପରୀକ୍ଷାଫଳ ୨୦୨୫ ଶୁକ୍ରବାର ପ୍ରକାଶ ପାଇଛି।…

ଜମୁଛି ସ୍କାଉଟ, ଗାଇଡ କ୍ୟାମ୍ପ: ଦ୍ୱିତୀୟ ଦିନରେ ଛାତ୍ରୀଛାତ୍ରଙ୍କୁ ଆକର୍ଷଣ କଲା…

ଦାରିଙ୍ଗବାଡି, ୬ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ୩ ଦିନିଆ ୨୨ତମ ଜିଲାସ୍ତରୀୟ…

ଟପ୍‌ ମାଓବାଦୀ ନେତା ନିଖିଲଙ୍କ ଆତ୍ମସମର୍ପଣ ପରେ ଏମିତି କହିଲେ ଡିଜିପି

ଭୁବନେଶ୍ୱର,୬।୨: ମାଓବାଦୀ ନେତା ନିଖିଲ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ ସ୍ତ୍ରୀ ଇନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri