ରିଲିଜ ପୂର୍ବରୁ ‘ଲାଲ ସିଂ ଚଢା’କୁ ନେଇ ମୁହଁ ଖୋଲିଲେ ଆମିର

ମୁମ୍ବାଇ: ବଲିଉଡ୍ ଅଭିନେତା ଆମିର ଖାଁ ଏବେ ତାଙ୍କ ଫିଲ୍ମ ‘ଲାଲ ସିଂ ଚଢା’କୁ ନେଇ ଖୁବ ଚର୍ଚ୍ଚାରେ । ଏବେ ସେ ଫିଲ୍ମର ଖୁବ୍ ପ୍ରମୋଶନ କରୁଥିବା ଦେଖାଯାଉଛି । ଅଗଷ୍ଟ ୧୧ରେ ଫିଲ୍ମଟି ରିଲିଜ୍ ହେବ । ଫିଲ୍ମଟି ରିଲିଜ୍ ହେବା ପୂର୍ବରୁ କିନ୍ତୁ ବିବାଦରେ ଫସିଯାଇଛି । ସୋସିଆଲ ମିଡିଆରେ ‘ଲାଲ ସିଂ ଚଢା’ବୁ ବୟକଟ କରିବାକୁ ଦାବି କରାଯାଉଛି । କିଛିଦିନ ହେବ ସୋସିଆଲ ମିଡିଆରେ ବୟକଟ ଲାଲ ସିଂ ଚଢା ଟ୍ରେଣ୍ଡ କରୁଛି । ଏବେ ଏହାକୁ ନେଇ ଆମିର ମୁହଁ ଖୋଲିଛନ୍ତି ।
ନୂଆଦିଲ୍ଲୀରେ ଗଣମାଧ୍ୟମ ସହ କଥା ହୋଇ ଆମିର କହିଛନ୍ତି, ମୁଁ କାହାକୁ ଆଘାତ ଦେବାକୁ ଚାହୁଁନାହିଁ । ହେଲେ ମୁଁ ଯଦି କାହାକୁ ଆଘାତ ଦେଇଛି ତେବେ ମୁଁ ସେଥିପାଇଁ ଦୁଃଖିତ । ଯେଉଁମାନେ ଫିଲ୍ମ ଦେଖିବାକୁ ଚାହୁଁ ନାହାନ୍ତି ମୁଁ ସେମାନଙ୍କ କଥାକୁ ସମ୍ମାନ ଦେଉଛି ।
ଆମିର ଆହୁରି ମଧ୍ୟ କହିଛନ୍ତି, ଅଧିକରୁ ଅଧିକ ଦର୍ଶକ ଫିଲ୍ମ ଦେଖନ୍ତୁ । ଆମେ ବହୁତ କଷ୍ଟ କରି ଫିଲ୍ମ ତିଆରି କରୁଛୁ । ଫିଲ୍ମରେ କେବଳ ମୁଁ ନାହିଁ, ଫିଲ୍ମର ନିର୍ମାଣ ପାଇଁ ଶହ ଶହ ଲୋକ ପରିଶ୍ରମ କରିଥାଆନ୍ତି । ଆଶା କରୁଛି ଦର୍ଶକେ ଏହାକୁ ପସନ୍ଦ କରିବେ ।
ସୂଚନାଯୋଗ୍ୟ, ଲାଲ ସିଂ ଚଢା ହଲିଉଡ ଫିଲ୍ମର ରିମେକ । ଏହି ଫିଲ୍ମ ମାଧ୍ୟମରେ ବେଶ କିଛି ବର୍ଷପରେ ଆମିର ବଡ ପରଦାକୁ ଫେରୁଛନ୍ତି । ଲାଲ ସିଂ ଚଢାରେ ଆମିରଙ୍କ ସହ କରିନା କପୁର, ମୋନା ସିଂ ଓ ନାଗା ଚୈତନ୍ୟ ନଜର ଆସିବେ । ଅଦୈତ ଚନ୍ଦନ ଏହାର ନିର୍ଦ୍ଦେଶନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନଡ଼ିଆ ଗଛରୁ ବାଘୁଆ ମହୁମାଛି ବାହାରି ହଠାତ କଲା ଆକ୍ରମଣ: ବୃଦ୍ଧ ଗୁରୁତର, ୪ ଯୁବକ…

ମୋହନା,୬।୪:(ମନ୍ମଥ ମିଶ୍ର): ବାଘୁଆ ମହୁମାଛି ଆକ୍ରମଣରେ ୪ ଆହତ ଜଣେ ବୃଦ୍ଧ ଗୁରୁତର। ଏଭଳି ଘଟଣା ଘଟିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ପାଣିଗଣ୍ଡା ଗାଁରେ।…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଭଗବାନ ମୁଦୁଲିଙ୍କୁ ଗୁରୁଦାୟିତ୍ୱ: ଉନ୍ନୟନ ପରିଷଦ ଅଧ୍ୟକ୍ଷ ମନୋନୀତ

ନନ୍ଦପୁର,୬।୪(ତୁଷାର କାନ୍ତ ମହାନ୍ତି): ରାଜ୍ୟ ସରକାର ରାଜ୍ୟର ୨୩ ଆଦିବାସୀ ବହୁଳ ଜିଲା ନିମନ୍ତେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ନବ କଳେବର କରି ଅଧକ୍ଷ ଓ ଉପାଧ୍ୟକ୍ଷଙ୍କ…

କୂଅରେ ପଡି ଚାଲିଗଲା ଶିକ୍ଷକଙ୍କ ଜୀବନ, ପକ୍ଷାଘାତ ରୋଗ….

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅନ୍ତର୍ଗତ ଶିବ ଶକ୍ତି ନଗରରେ ଅଭାବନୀୟ ଘଟଣା । କୂଅରେ ପଡି ଶିକ୍ଷକଙ୍କ ମୃତ୍ୟୁ । ମୃତ…

ଓପିଏସସି କାର୍ଯ୍ୟାଳୟ ଆଗରେ ଡିଗ୍ରିଧାରୀ ଡାକ୍ତରୀ ଛାତ୍ରୀଛାତ୍ରଙ୍କ ଧାରଣା

କଟକ,୬।୪(ଶିଳ୍ପା ପ୍ରିୟଦର୍ଶିନୀ): କଟକ ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଡିଗ୍ରିଧାରୀ ଡାକ୍ତରୀ ଛାତ୍ରୀଛାତ୍ର ପ୍ରତିବାଦ କରିଛନ୍ତି। ନିଯୁକ୍ତି ପାଇ ନ ଥିବା ଶତାଧିକ ଏମ୍‌ବିବିଏସ୍‌ ଡାକ୍ତର ବିକ୍ଷୋଭ ପ୍ରଦର୍ଶନ…

ଆମେରିକା-ଇରାନ ବିବାଦ ଶେଷ ହେବ, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ? ପାକିସ୍ତାନ ପ୍ରସ୍ତୁତ କଲାଣି ଡ୍ରାପ୍ଟ – ସର୍ତ୍ତାବଳୀ କ’ଣ ଜାଣନ୍ତୁ

ତେହରାନ,୬।୪: ଆମେରିକା ଏବଂ ଇରାନ ମଧ୍ୟରେ ଏକ ମାସରୁ ଅଧିକ ସମୟ ଧରି ଚାଲିଥିବା ସଂଘର୍ଷ ଶେଷ ହେବାକୁ ଯାଉଛି ଏବଂ ହର୍ମୁଜ ପ୍ରଣାଳୀ ଖୁବ ଶୀଘ୍ର…

ପୁଣି ସରଣ୍ଡାରେ ବିସ୍ଫୋରଣ: କୋବ୍ରା ୨୦୫ ବାଟାଲିୟନର ଯବାନ ଆହତ

ବଣାଇଁ,୬।୪(ପ୍ରଦୀପ ତ୍ରିପାଠୀ): ଓଡ଼ିଶା-ଝାଡଖଣ୍ଡ ସୀମା ସଂଲଗ୍ନ ସରଣ୍ଡା ଜଙ୍ଗଲରେ ସୋମବାର ପୁଣି ବିସ୍ଫୋରଣର ଖବର ସାମ୍ନାକୁ ଆସିଛି। ଯାହା ସୁରକ୍ଷା ବ୍ୟବସ୍ଥା ଏବଂ ନକ୍ସଲ କାର୍ଯ୍ୟକଳାପକୁ ନେଇ…

ଯୁଦ୍ଧ ମଧ୍ୟରେ ଇରାନକୁ ଶକ୍ତ ଝଟକା: ଆମେରିକା-ଇସ୍ରାଏଲ ଆକ୍ରମଣରେ IRGC ଗୁପ୍ତଚର ମୁଖ୍ୟଙ୍କ ମୃତ୍ୟୁ

ତେହରାନ,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇରାନକୁ ଏକ ଶକ୍ତ ଧକ୍କା ଲାଗିଛି। ସୋମବାର (ଏପ୍ରିଲ ୬) ସକାଳେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣରେ IRGCର ଗୁପ୍ତଚର ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri