ପ୍ରଥମ ସ୍ତ୍ରୀଙ୍କ ଚିଠି ପଢି ପ୍ରବଳ କାନ୍ଦିଥିଲେ ଅମିର ଖାନ୍‌

ବଲିଉଡ୍‌ ଅଭିନେତା ଅମିର ଖାନଙ୍କ ପ୍ରଥମ ଚଳଚ୍ଚିତ୍ର ‘ଲଗାନ’ ରିଲିଜ ହେବାର ଇତିମଧ୍ୟରେ ୨୦ ବର୍ଷ ବିତିଗଲାଣି। ଏହି ଚଳଚ୍ଚିତ୍ରଟି ଅମିରଙ୍କ ପାଇଁ ସ୍ବତନ୍ତ୍ର ଥିଲା। ଏହି ଚଳଚ୍ଚିତ୍ର ତାଙ୍କୁ ଜଣେ ପରଫେକ୍ଟନିଷ୍ଟ ଅଭିନେତା ଭାବରେ ପ୍ରତିଷ୍ଠିତ କରିଥିଲା। ସେହି ସମୟରେ ଫିଲ୍ମଟି ସଫଳତାର ଅନେକ ଦିଗ ପ୍ରତିଷ୍ଠା କରିଥିଲା। ଏହା ସହିତ ନିର୍ଦ୍ଦେଶକ ଆଶୁତୋଷ ଗ୍ବାରିକର ଏବଂ ଅମିରଙ୍କ ଏହି ଚଳଚ୍ଚିତ୍ର ମଧ୍ୟ ଓସ୍କାରର ‘ଶ୍ରେଷ୍ଠ ବିଦେଶୀ ଭାଷା ଚଳଚ୍ଚିତ୍ର’ ବିଭାଗରେ ନାମାଙ୍କନ ହୋଇଥିଲା। ଏହି ଚଳଚ୍ଚିତ୍ରର ଶୁଟିଂ ସମୟରେ ଅମିର ତାଙ୍କର ଦ୍ୱିତୀୟ ସ୍ତ୍ରୀ କିରଣ ରାଓଙ୍କ ନିକଟତର ହୋଇଥିଲେ ଏବଂ ତାଙ୍କର ଦ୍ୱିତୀୟ ବିବାହ ହେବାର ୨୦ ବର୍ଷ ବିତିଗଲାଣି। କିନ୍ତୁ ଅମିରଙ୍କର ଏହି ଫିଲ୍ମ ଶୁଟିଂ ସମୟରେ ସବୁଠାରୁ ସୁନ୍ଦର ସ୍ମୃତି ହେଉଛି ତାଙ୍କର ପ୍ରଥମ ସ୍ତ୍ରୀ ରୀନା ଦତ୍ତ ଏବଂ ସେ ଲେଖିଥିବା ଚିଠି।
ବିଗତ ସ୍ମୃତିକୁ ମନେ ପକାଇ ଅମିର କହନ୍ତି, ଯେତେବେଳେ ଏହି ଚଳଚ୍ଚିତ୍ର ସହିତ ଜଡିତ ସ୍ମୃତି କଥା ଆସେ, ସେତେବେଳେ ରୀନାଙ୍କ ଚିଠି କଥା ମୋର ମନେ ପଡିଯାଏ। ମୁଁ ତାଙ୍କୁ ଗୋଟିଏ ରାତିରେ କହିଥିଲି ଯେ, ସେ ଏହି ଚଳଚ୍ଚିତ୍ର ନିର୍ମାଣ କରିବା ଉଚିତ୍‌ ତା’ପରେ ସେ କହିଥିଲେ ଯେ ସେ ଫିଲ୍ମ ନିର୍ମାଣ ବିଷୟରେ କିଛି ଜାଣନ୍ତି ନାହିଁ। ଏହା ମଧ୍ୟ ସତ ଥିଲା, ସେ କିଛି ଜାଣି ନ ଥିଲେ। ଅମିରଙ୍କ ନିର୍ଦ୍ଦେଶରେ ରୀନା ଜଣେ ନିର୍ମାତା ହୋଇଥିଲେ ଏବଂ ଫିଲ୍ମ ନିର୍ମାଣ କରିବା ପୂର୍ବରୁ ରୀତା ଏଥିପାଇଁ ଅନେକ ପ୍ରସ୍ତୁତି କରିଥିଲେ। ସେ ସୁଭାଷ ଘାଇ ଏବଂ ଅଶୋକ ଠାକୁରିଆଙ୍କୁ ଭେଟିଥିଲେ। ଚଳଚ୍ଚିତ୍ର ନିର୍ମାଣ ପ୍ରକ୍ରିୟା ବୁଝିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯେତେବେଳେ ଫିଲ୍ମ ଶୁଟିଂ ସମାପ୍ତ ହେଲା, ରୀନା ପୁରା ଦଳକୁ ଏକ ଚିଠି ଲେଖିଥିଲେ ଏବଂ ମୁଁ ସେହି ଚିଠି ପଢିବା ପରେ ବହୁତ କାନ୍ଦିଲ। ମୋର ଏବେ ପୁରା ଚିଠି ମନେ ନାହିଁ, କିନ୍ତୁ ସେଥିରେ ସେ ଏପରି କଠିନ ପରିସ୍ଥିତିରେ ଚଳଚ୍ଚିତ୍ର ନିର୍ମାଣ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ସେ ତାଙ୍କ ଗାଳି ବିଷୟରେ ମଧ୍ୟ କହିଛନ୍ତି। ସେହି ଚିଠିଟି ଅତ୍ୟନ୍ତ ଭାବପ୍ରବଣ ଚିଠି ଥିଲା। ଆମେ ସମସ୍ତେ ଚଳଚ୍ଚିତ୍ରରେ ଯୁବକ ଥିଲୁ କିନ୍ତୁ ଚଳଚ୍ଚିତ୍ର ପୃଷ୍ଠଭୂମି ନ ଥିଲେ ମଧ୍ୟ ସେ ଯାହା କରିଥିଲେ ତାହା ଆଶ୍ଚର୍ଯ୍ୟଜନକ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri