ଭୁବନେଶ୍ୱର,୯ା୮(ଅନୁରାଧା ମହାରଣା): ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ଚଳିତ ଶିକ୍ଷାବର୍ଷ ପାଇଁ ନାମଲେଖା ଜାରି ରହିଛି। କେତେକ ସ୍କୁଲରେ ନାମଲେଖା ସମୟରେ ଅଭିଭାବକଙ୍କୁ ପ୍ରଧାନଶିକ୍ଷକ ଆଧାରକାର୍ଡ ମାଗୁଥିବା ନଜରକୁ ଆସିଛି। ଏବେ ନାମଲେଖା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ। ଆଧାରକାର୍ଡ ବିନା ନାମଲେଖା ହୋଇପାରିବ ବୋଲି ବିଭାଗୀୟ ସଚିବ ଅଶ୍ୱଥି ଏସ୍ ମଙ୍ଗଳବାର ସବୁ ଜିଲାର ଶିକ୍ଷାଧିକାରୀଙ୍କୁ ଚିଠି କରିଛନ୍ତି। ନାମଲେଖା ପରେ ଛାତ୍ରୀଛାତ୍ର ଆଧାରକାର୍ଡ ପ୍ରସ୍ତୁତ କରି ଜମା କରିପାରିବେ। ଏ ସମ୍ପର୍କିତ ନିର୍ଦ୍ଦେଶ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଜଣାଇ ଦେବା ସହ ଯେପରି କେହି ଏହାର ଉଲ୍ଲଂଘନ ନ କରନ୍ତି ସେନେଇ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ରହିଛି।
ସଚିବ ଚିଠିରେ ଲେଖିଛନ୍ତି, ନାମଲେଖା ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ କରାଯାଇ ପାରିବ ନାହିଁ। ପରବର୍ତ୍ତୀ ସମୟରେ ଛାତ୍ରୀଛାତ୍ର ଜିଲାର ଅଧିକାରୀଙ୍କ ସହ ଯୋଗାଯୋଗ କରି ଆଧାର କାର୍ଡ କରିପାରିବେ। ବିଦ୍ୟାଳୟରେ ସୁରୁଖୁରୁରେ ନାମଲେଖା ପାଇଁ ଏବାବଦରେ ପ୍ରଧାନଶିକ୍ଷକମାନଙ୍କୁ ଅବଗତ କରିବାକୁ ସବୁ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ରହିଛି। ଏନେଇ ଓଡ଼ିଶା ଅଭିଭାବକ ସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟଙ୍କ କହିବାନୁସାରେ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ମାତ୍ର ଏହା ସର୍ବକାଳୀନ ଲାଗୁ ହେବା ଉଚିତ। କିଛିଦିନ କାର୍ଯ୍ୟକାରୀ ହେବା ପରେ ନିୟମ ପରିବର୍ତ୍ତନ କରାଗଲେ ଏହା ମୂଲ୍ୟହୀନ ହୋଇଯିବ। ତେବେ ନାମଲେଖା ସମୟରେ ଆଧାରକାର୍ଡ ନ ଦେଲେ ମଧ୍ୟ ପରବର୍ତ୍ତୀ ସମୟରେ ଆଧାରକାର୍ଡ ତଥ୍ୟ ଯେପରି ପିଲାମାନେ ଦେବେ ସେ ଦିଗରେ ଦୃଷ୍ଟିଦେବାର ଆବଶ୍ୟକତା ରହିଛି। ନଚେତ୍ ମଧ୍ୟାହ୍ନ ଭୋଜନ ଓ ଅନ୍ୟାନ୍ୟ ଯୋଜନାରେ ଛାତ୍ରୀଛାତ୍ରଙ୍କ ଠିକ୍ ତଥ୍ୟ ପାଇବାରେ ସମସ୍ୟା ସୃଷ୍ଟି ହୋଇପାରେ। ଭଟ୍ଟ କହିଛନ୍ତି ବର୍ତ୍ତମାନ ପ୍ରାୟ ସବୁ ପିଲାଙ୍କ ପାଖରେ ଆଧାରକାଡର୍ର୍ ଉପଲବ୍ଧ ଅଛି। ପୂର୍ବରୁ ଏହି ନିୟମ ଲାଗୁ କରାଯାଇଥିଲେ ନାମଲେଖାରେ ଯେଉଁମାନେ ସମସ୍ୟା ଭୋଗିଛନ୍ତି ସେପରି ହୋଇ ନ ଥା’ନ୍ତା। ସେହିପରି ଭୁବନେଶ୍ୱରର ଜଣେ ଅଭିଭାବକ ଅହଲ୍ୟା ନନ୍ଦଙ୍କ କହିବାନୁସାରେ ବିଦ୍ୟାଳୟଗୁଡ଼ିକରେ ପାଠପଢ଼ା ଅଧା ହେଲାଣି। କୌଣସି ଜରୁରୀ କାରଣରୁ ଯଦି କେହି ପିଲା ବିଦ୍ୟାଳୟ ପରିବର୍ତ୍ତନ କରି ଅନ୍ୟ ବିଦ୍ୟାଳୟରେ ନାମ ଲେଖାଇବାକୁ ଚାହଁୁଛନ୍ତି କିମ୍ବା ନୂଆ କରି ନାମ ଲେଖାଉଛନ୍ତି ସେଠାରେ ଆଧାର କାର୍ଡ ବାଧ୍ୟତାମୂଳକ ହେବା ଉଚିତ୍ ନୁହେଁ। ଆଧାରକାର୍ଡକୁ ଅପେକ୍ଷା କଲେ ଅର୍ଦ୍ଧବାର୍ଷିକ ପରୀକ୍ଷା ମଧ୍ୟ ସମାପ୍ତ ହୋଇଯିବ। ତେଣୁ ଆଧାର କାର୍ଡକୁ ବାଧ୍ୟତାମୂଳକ ନ କରି ପ୍ରଥମେ ନାମ ଲେଖାଇବା ବର୍ତ୍ତମାନ ସହଜ ହୋଇପାରିବ। ଅଭିଭାବକମାନେ ମଧ୍ୟ ନାମଲେଖା ପରେ ଏହାକୁ ଗୁରୁତର ଭାବେ ନେବା ସହ ତୁରନ୍ତ ଆଧାରକାର୍ଡ ଦାଖଲ କରିଦେବା ଉଚିତ। ଗଣଶିକ୍ଷା ସଚିବଙ୍କ ନିର୍ଦ୍ଦେଶ ସ୍ବାଗତଯୋଗ୍ୟ ବୋଲି ଅହଲ୍ୟା କହିଛନ୍ତି।
AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ
ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...
ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ
ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...
ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ
ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...
ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…
ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...
ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ
ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...
ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ
ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...
ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ
ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...
ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ
ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...
Archives


