ସ୍କୁଲରେ ଆଧାର ବାଧ୍ୟତାମୂଳକ ନୁହେଁ

ଭୁବନେଶ୍ୱର,୯ା୮(ଅନୁରାଧା ମହାରଣା): ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ଚଳିତ ଶିକ୍ଷାବର୍ଷ ପାଇଁ ନାମଲେଖା ଜାରି ରହିଛି। କେତେକ ସ୍କୁଲରେ ନାମଲେଖା ସମୟରେ ଅଭିଭାବକଙ୍କୁ ପ୍ରଧାନଶିକ୍ଷକ ଆଧାରକାର୍ଡ ମାଗୁଥିବା ନଜରକୁ ଆସିଛି। ଏବେ ନାମଲେଖା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ। ଆଧାରକାର୍ଡ ବିନା ନାମଲେଖା ହୋଇପାରିବ ବୋଲି ବିଭାଗୀୟ ସଚିବ ଅଶ୍ୱଥି ଏସ୍‌ ମଙ୍ଗଳବାର ସବୁ ଜିଲାର ଶିକ୍ଷାଧିକାରୀଙ୍କୁ ଚିଠି କରିଛନ୍ତି। ନାମଲେଖା ପରେ ଛାତ୍ରୀଛାତ୍ର ଆଧାରକାର୍ଡ ପ୍ରସ୍ତୁତ କରି ଜମା କରିପାରିବେ। ଏ ସମ୍ପର୍କିତ ନିର୍ଦ୍ଦେଶ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଜଣାଇ ଦେବା ସହ ଯେପରି କେହି ଏହାର ଉଲ୍ଲଂଘନ ନ କରନ୍ତି ସେନେଇ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ରହିଛି।
ସଚିବ ଚିଠିରେ ଲେଖିଛନ୍ତି, ନାମଲେଖା ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ କରାଯାଇ ପାରିବ ନାହିଁ। ପରବର୍ତ୍ତୀ ସମୟରେ ଛାତ୍ରୀଛାତ୍ର ଜିଲାର ଅଧିକାରୀଙ୍କ ସହ ଯୋଗାଯୋଗ କରି ଆଧାର କାର୍ଡ କରିପାରିବେ। ବିଦ୍ୟାଳୟରେ ସୁରୁଖୁରୁରେ ନାମଲେଖା ପାଇଁ ଏବାବଦରେ ପ୍ରଧାନଶିକ୍ଷକମାନଙ୍କୁ ଅବଗତ କରିବାକୁ ସବୁ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ରହିଛି। ଏନେଇ ଓଡ଼ିଶା ଅଭିଭାବକ ସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟଙ୍କ କହିବାନୁସାରେ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ମାତ୍ର ଏହା ସର୍ବକାଳୀନ ଲାଗୁ ହେବା ଉଚିତ। କିଛିଦିନ କାର୍ଯ୍ୟକାରୀ ହେବା ପରେ ନିୟମ ପରିବର୍ତ୍ତନ କରାଗଲେ ଏହା ମୂଲ୍ୟହୀନ ହୋଇଯିବ। ତେବେ ନାମଲେଖା ସମୟରେ ଆଧାରକାର୍ଡ ନ ଦେଲେ ମଧ୍ୟ ପରବର୍ତ୍ତୀ ସମୟରେ ଆଧାରକାର୍ଡ ତଥ୍ୟ ଯେପରି ପିଲାମାନେ ଦେବେ ସେ ଦିଗରେ ଦୃଷ୍ଟିଦେବାର ଆବଶ୍ୟକତା ରହିଛି। ନଚେତ୍‌ ମଧ୍ୟାହ୍ନ ଭୋଜନ ଓ ଅନ୍ୟାନ୍ୟ ଯୋଜନାରେ ଛାତ୍ରୀଛାତ୍ରଙ୍କ ଠିକ୍‌ ତଥ୍ୟ ପାଇବାରେ ସମସ୍ୟା ସୃଷ୍ଟି ହୋଇପାରେ। ଭଟ୍ଟ କହିଛନ୍ତି ବର୍ତ୍ତମାନ ପ୍ରାୟ ସବୁ ପିଲାଙ୍କ ପାଖରେ ଆଧାରକାଡର୍ର୍ ଉପଲବ୍ଧ ଅଛି। ପୂର୍ବରୁ ଏହି ନିୟମ ଲାଗୁ କରାଯାଇଥିଲେ ନାମଲେଖାରେ ଯେଉଁମାନେ ସମସ୍ୟା ଭୋଗିଛନ୍ତି ସେପରି ହୋଇ ନ ଥା’ନ୍ତା। ସେହିପରି ଭୁବନେଶ୍ୱରର ଜଣେ ଅଭିଭାବକ ଅହଲ୍ୟା ନନ୍ଦଙ୍କ କହିବାନୁସାରେ ବିଦ୍ୟାଳୟଗୁଡ଼ିକରେ ପାଠପଢ଼ା ଅଧା ହେଲାଣି। କୌଣସି ଜରୁରୀ କାରଣରୁ ଯଦି କେହି ପିଲା ବିଦ୍ୟାଳୟ ପରିବର୍ତ୍ତନ କରି ଅନ୍ୟ ବିଦ୍ୟାଳୟରେ ନାମ ଲେଖାଇବାକୁ ଚାହଁୁଛନ୍ତି କିମ୍ବା ନୂଆ କରି ନାମ ଲେଖାଉଛନ୍ତି ସେଠାରେ ଆଧାର କାର୍ଡ ବାଧ୍ୟତାମୂଳକ ହେବା ଉଚିତ୍‌ ନୁହେଁ। ଆଧାରକାର୍ଡକୁ ଅପେକ୍ଷା କଲେ ଅର୍ଦ୍ଧବାର୍ଷିକ ପରୀକ୍ଷା ମଧ୍ୟ ସମାପ୍ତ ହୋଇଯିବ। ତେଣୁ ଆଧାର କାର୍ଡକୁ ବାଧ୍ୟତାମୂଳକ ନ କରି ପ୍ରଥମେ ନାମ ଲେଖାଇବା ବର୍ତ୍ତମାନ ସହଜ ହୋଇପାରିବ। ଅଭିଭାବକମାନେ ମଧ୍ୟ ନାମଲେଖା ପରେ ଏହାକୁ ଗୁରୁତର ଭାବେ ନେବା ସହ ତୁରନ୍ତ ଆଧାରକାର୍ଡ ଦାଖଲ କରିଦେବା ଉଚିତ। ଗଣଶିକ୍ଷା ସଚିବଙ୍କ ନିର୍ଦ୍ଦେଶ ସ୍ବାଗତଯୋଗ୍ୟ ବୋଲି ଅହଲ୍ୟା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri