ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ଗଣବଳାତ୍କାର

କୁଚିଣ୍ଡା,୨୯ା୭(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ବାମରା ବ୍ଲକ ଗୋବିନ୍ଦପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଲିଫ୍ଟ ଦେବା ବାହାନାରେ ଗଣବଳାତ୍କାର କରାଯାଇଛି। ଏ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ଆଇପିସି ଦଫା ୩୭୬, ୩୭୬(ଡି), ୩୬୬, ୧୨୦(ବି)ରେ ଏକ ମାମଲା (ନଂ.୧୦୧/୨୩) ରୁଜୁ କରି ଘଟଣାରେ ସମ୍ପୃକ୍ତ ୩ଜଣଙ୍କୁ ଗିରଫ କରି ଗୁରୁବାର କୁଚିଣ୍ଡା ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଗୋବିନ୍ଦପୁର ଥାନା ଗଡ଼ପୋଷ (ଦେହୁରିପଡା)ର ଇନ୍ଦ୍ର ଛଞ୍ଚାଣ (୩୮) ଓ ସୁରଜ ଗନ୍ଧା (୩୨) ଏବଂ ବୋଲେରୋ ଚାଳକ ରବଗା ପଞ୍ଚାୟତ ନୂଆଁପାଲିର ଜୀବନଧନ ଲୁଗୁନ(୩୨)। ପୋଲିସ ଏଥିରେ ବ୍ୟବହୃତ ବୋଲେରୋ (ଓଆର୍‌୨୨ଇ ୫୪୪୫)କୁ ଜବତ କରିଛି। ଘଟଣା ସମ୍ବେଦନଶୀଳ ହୋଇଥିବାରୁ ସମ୍ବଲପୁର ଡିଏସ୍‌ପି ପ୍ରଭା ଧାନ ଏହାର ତଦନ୍ତ କରୁଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଯୁବତୀ ଜଣକ ବୁଧବାର ଉଚ୍ଚକାପାଟ ପଞ୍ଚାୟତର ଟାଙ୍ଗରମୁଣ୍ଡା ଷ୍ଟେଟ୍‌ ବ୍ୟାଙ୍କକୁ କୌଣସି କାମରେ ଆସିଥିଲେ। ସେଠାରୁ କାମସାରି ଅପରାହ୍ନ ୧ଟାରେ ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅଞ୍ଚଳର ସମ୍ପର୍କୀୟଙ୍କ ଘରକୁ ବାହାରିଥିଲେ। ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥିବା ସମୟରେ ବାଇକ୍‌ରେ ଇନ୍ଦ୍ର ଓ ସୁରଜ ଆସି ତାଙ୍କୁ ସମ୍ପର୍କୀୟଙ୍କ ଘରେ ଛାଡି ଦେବାକୁ କହି ବାଇକ୍‌ରେ ବସାଇ ମହାବୀର ପାହାଡ ଅଞ୍ଚଳକୁ ନେଇ ବଳାତ୍କାର କରିଥିଲେ। ପରେ ସେଠାରୁ ଯୁବତୀଙ୍କୁ ଗଡ଼ପୋଷକୁ ଆଣି ବୋଲେରୋ ଚାଳକଙ୍କୁ ଫୋନ୍‌ରେ ଡାକିଥିଲେ। ରାତିରେ ସେମାନେ ଗଡ଼ପୋଷରୁ ବିଦେଶୀ ମଦ କିଣି ପୀଡ଼ିତାଙ୍କୁ ଜୋର ଜବରଦସ୍ତି ମଦ ପିଆଇ ବୋଲେରୋରେ ନିଛାଟିଆ ସ୍ଥାନକୁ ନେଇ ପୁଣି ବଳାତ୍କାର କରିଥିଲେ। ବିଳମ୍ବିତ ରାତିରେ ସେମାନେ ପୀଡିତାଙ୍କୁ ମାତାଲ ଅବସ୍ଥାରେ ଛାଡିଦେଇ ଫେରାର ହୋଇଯାଇଥିଲେ। ପୀଡିତା ଗୁରୁବାର ଗୋବିନ୍ଦପୁର ଥାନାରେ ଲିଖିତ ଏତଲା ଦେବାରୁ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସୂଚନାଯୋଗ୍ୟ, ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଯୁବତୀଙ୍କ ସମ୍ପର୍କୀୟ ଭାଇ ହୋଇଥିବାରୁ ତାଙ୍କୁ ବିଶ୍ୱାସ କରି ଯୁବତୀ ଜଣକ ତାଙ୍କ ବାଇକ୍‌ରେ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ସଚେତନ ନାଗରିକ ମଞ୍ଚ ନୂତନ ସଭାପତି ହେଲେ ଗୋବିନ୍ଦ ବନଛୋର, ଛୁଟିଲା ଶୁଭେଚ୍ଛାର ସୁଅ

କେସିଙ୍ଗା,୧୨ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଅଗ୍ରଣୀ ସାମାଜିକ ସଂଘ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂତନ ସଭାପତି ଭାବେ ପୂର୍ବତନ କେସିଙ୍ଗା ଏନଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri