କାଳୀପୂଜା ଦେଖିବାକୁ ଯାଇଥିଲେ ଯୁବକ: ଟାଣିଆଣି ପିଟିପିଟି ମାରିଦେଲେ

ବରଗଡ଼,୨୪।୭(ପ୍ରେମାନନ୍ଦ ଖମାରୀ): ବରଗଡ଼-ସୋହେଲା ରାସ୍ତାର ଦଶମାଇଲ ଛକ ନିକଟରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତ ଯୁବକ ଜଣକ ସ୍ଥାନୀୟ ଛୁରିଆପାଲି ନିକଟ ଗୋବିନ୍ଦପୁର ଗ୍ରାମର ଅଜିତ ବାଗ(୨୩) ବୋଲି ଜଣାପଡ଼ିଛି। ବରଗଡ଼ ସଦର ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହିତ ଜିଲା ମୁଖ୍ୟ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଇଛି। ଏହା ସହିତ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଥାନାରେ ଅଟକ ରଖି ପୋଲିସ ଅଧିକ ପଚରାଉଚରା କରୁଛି।
ସୂଚନା ଅନୁଯାୟୀ, ମୃତ ଯୁବକ ଦଶମାଇଲ ଛକରେ ହେଉଥିବା କାଳୀପୂଜା ଏବଂ ଧନଲକ୍ଷ୍ମୀ ପୂଜା ଦେଖିବାକୁ ଯାଇଥିଲେ। ତେବେ ସେଠାରୁ କେତେକ ଯୁବକ ତାଙ୍କୁ ଟାଣି ଆଣି ନିକଟସ୍ଥ କେନ୍ଦପାଲି ବଜାର ପାଖରେ ନିସ୍ତୁକ ମାଡ଼ ମାରିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ବରଗଡ଼ ଏସଡ଼ିପିଓ ପଦାରବିନ୍ଦ ତ୍ରିପାଠୀଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀମାନେ ଅନୁସନ୍ଧାନୀ କୁକୁର ସହିତ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହତ୍ୟାକାଣ୍ଡର କାରଣ ଜଣାପଡ଼ି ନ ଥିବାବେଳେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବ୍ୟାପକ ତନାଘନା ଚଲାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ ପୂର୍ବରୁ ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର: ଖୋଲିଗଲା ପାକିସ୍ତାନର ପୋଲ୍‌

ଇସଲାମାବାଦ୍‌,୩୦।୧: ଭାରତରେ ଫେବୃଆରୀ ୭ରୁ ଆରମ୍ଭ ହେଉଥିବା T20 ବିଶ୍ୱକପ ପୂର୍ବରୁ ପଡ଼ୋଶୀ ପାକିସ୍ତାନ ନିପା ଭାଇରସ ସମ୍ପର୍କରେ ଭାରତ ବିରୋଧରେ ଏକ ନକଲି ଅଭିଯାନ ଚଳାଇଛି।…

ଭାଜପା ଏମ୍‌ପିଙ୍କ ବଡ଼ ବୟାନ, ‘ଯଦି ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ଦିଆଯାଏ, ତା’ହେଲେ…’

ନୂଆଦିଲ୍ଲୀ,୩୦।୧: ଅଜିତ ପାୱାରଙ୍କ ଦେହାନ୍ତ ପରେ ଦୁଇ ଏନସିପି ଗୋଷ୍ଠୀ ଏକାଠି ହେବାର ଆଲୋଚନା ହୋଉଛି। ଏହି ସମୟରେ, ଭାଜପା ରାଜ୍ୟ ସଭା ଏମ୍‌ପି ଧନଞ୍ଜୟ ମହାଦିକ…

ଆଧାରକାର୍ଡ କରିଦେବେ କହି ଦିବ୍ୟାଙ୍ଗଙ୍କ ନାଁରେ ଲୋନ କରି କିଣିନେଲେ ଗାଡ଼ି, ସରକାରୀ ସାହାଯ୍ୟ ଦେବା ଆଶାରେ…

ଧର୍ମଶାଳା,୩୦।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଚାନ୍ଦପୁର ଗ୍ରାମର ଅନଗ୍ରସର ବ୍ୟକ୍ତି ଦୁର୍ଯ୍ୟୋଧନ ମଳିକ ଠକାମିର ଶିକାର ହୋଇଥିବା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ…

ସ୍କୁଲରେ ଝିଅମାନଙ୍କ ପାଇଁ ଅଲଗା ଶୌଚାଳୟ, ସାନିଟାରୀ ପ୍ୟାଡ ରହିବା ଜରୁରୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୧: ସୁପ୍ରିମକୋର୍ଟ ସ୍କୁଲରେ ଝିଅମାନଙ୍କ ପାଇଁ ପୃଥକ ଶୌଚାଳୟ ଏବଂ ସାନିଟାରୀ ପ୍ୟାଡ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ ସମସ୍ତ ସରକାରୀ ଏବଂ…

କାର୍‌ ରେସିଂର କରୁଣ ପରିଣତି: ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କାଦେଇ ବାଇକ୍‌, ସ୍କୁଟି ଉପରକୁ ମାଡ଼ିଗଲା କାର୍‌

ସମ୍ବଲପୁର,୨୪୧(ପ୍ରମୋଦ ବହିଦାର): ସମ୍ବଲପୁର ଅଇଁଠାପାଲି ବଜାର ଛକରେ ଶୁକ୍ରବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର(ନଂ.ଓଡି୧୫ଇ-୫୩୫୪) ଦ୍ରୁତଗତିରେ ଆସି ଅଇଁଠାପାଲି ଦୈନିକ ବଜାର ଛକ ରାସ୍ତା…

ଚଢାଉ କରି ବିପୁଳ ପରିମାଣର କାଠ ଜବତ କଲା ବନବିଭାଗ, କାଠର ଆନୁମାନିକ ମୂଲ୍ୟ ହେବ…

ମୋହନା,୩୦।୧( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରି ବନାଞ୍ଚଳ ପକ୍ଷରୁ ଚଢ଼ାଉ କରି ବିପୁଳ ପରିମାଣର ମୂଲ୍ୟବାନ କାଠ ଗଣ୍ଡି ଜବତ ହୋଇଛି। ଗୁରୁବାର ବିଳମ୍ବିତ…

ଖରାଦିନ ଆରମ୍ଭରୁ ସମସ୍ୟା: ୧୦ ହଜାରରୁ ଊର୍ଦ୍ଧ୍ୱ ଟ୍ୟୁବ୍‌ୱେଲରୁ ବାହାରୁଛି ଲୁଣାପାଣି

କେନ୍ଦ୍ରାପଡ଼ା,୩୦ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ୯ଟି ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଅବଧି ବହୁ ପୂର୍ବରୁ ସରିଛି। ମାତ୍ର ଗୋଟିଏ ବି ପ୍ରକଳ୍ପ ଅଦ୍ୟାବଧି ସମ୍ପୂର୍ଣ୍ଣ…

BJB ହଷ୍ଟେଲ ଖାଦ୍ୟରେ ପୋକ: ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ

ଭୁବନେଶ୍ୱର, ୩୦।୧: BJB ଯୁକ୍ତ ଦୁଇ କଲେଜ ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ। ଏକାଧିକ ବାର ହଷ୍ଟେଲ ଖାଦ୍ୟରୁ ପୋକ ବାହାରୁଥିବା ଅଭିଯୋଗ ହୋଇଛି । ହଷ୍ଟେଲ ଅଧୀକ୍ଷକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri