ରାଜଧାନୀରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା

ଭୁବନେଶ୍ୱର,୨୫ା୫(ବ୍ୟୁରୋ): ଭୁବନେଶ୍ୱର କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ-୧ ଜିଇଡି ବସ୍ତିରେ ବୁଧବାର ଭୋର ସମୟରେ ଜଣେ ଯୁବକଙ୍କୁ ଗୋଟିଏ ପରିବାରର ମାମୁ, ଭଣଜାଙ୍କ ସମେତ ୪ ଜଣ ସଂଘବଦ୍ଧ ଭାବେ ମାରଣାସ୍ତ୍ରରେ ହାଣି ହତ୍ୟା କରିଛନ୍ତି। ମୃତ ଯୁବକ ହେଲେ ସ୍ଥାନୀୟ ଜିଇଡି ବସ୍ତିରେ ରହୁଥିବା ନୟାଗଡ଼ ଜିଲା ରାଜପାଟଣା ଥାନା ଅଞ୍ଚଳର ସୁଶାନ୍ତ ନାୟକ ଓରଫ କାଳିଆ (୩୪)। ସେ ଉଦ୍ୟାନ କୃଷି ବିଭାଗରେ ଚୁକ୍ତିଭିତ୍ତିକ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରୁଥିଲେ। ଆକ୍ରମଣରେ ସୁଶାନ୍ତଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହେବାରୁ ଘଟଣାସ୍ଥଳ ରକ୍ତରଞ୍ଜିତ ହୋଇଥିଲା। କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ସୁଶାନ୍ତଙ୍କ ମୃତଦେହକୁ ପରିବାର ଲୋକଙ୍କୁ ପୋଲିସ ହସ୍ତାନ୍ତର କରିଛି। ଏନେଇ ପୋଲିସ ଏକ ହତ୍ୟା ମାମଲା(ନଂ.୩୨୩/୨୦୨୩) ରୁଜୁକରି ତଦନ୍ତ ଆରମ୍ଭ କରିଛି। ତେବେ ହତ୍ୟାକାଣ୍ଡ ଘଟାଇଥିବା ପରିବାରର ସଦସ୍ୟମାନେ ଘର ଛାଡ଼ି ଫେରାର ହୋଇଯାଇଛନ୍ତି। ପୋଲିସ ଏହି ମାମଲାରେ ସମ୍ପୃକ୍ତ ମାମୁ ସୁଜିତ୍‌ ନାୟକ, ଭଣଜା ବିଶାଲ, ଶଳା ସୁବାସ ପ୍ରମୁଖଙ୍କୁ ଧରିବାକୁ ଖୋଜାଖୋଜି କରୁଛି।
ସୂଚନା ଅନୁଯାୟୀ, ମୃତ ସୁଶାନ୍ତଙ୍କ ନାବାଳିକା ଝିଆରି ଙ୍କୁ ଗତ ଏପ୍ରିଲ ୨୫ରେ ବିଶାଲ୍‌ ଘର ପାଖରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ପୀଡ଼ିତାଙ୍କ ମା’ଙ୍କ ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯିବା ପରେ ପୋଲିସ ୨୬ତାରିଖରେ ବିଶାଲଙ୍କ ନାମରେ ଏକ ମାମଲା (ନଂ.୨୬୨/୨୦୨୩) ରୁଜୁ କରି ତଦନ୍ତ କରିଥିଲା। ପୋଲିସ ବିଶାଲଙ୍କୁ ଧରୁ ନ ଥିବାରୁ ପରିବାର ଲୋକ ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ମଧ୍ୟ ଦ୍ୱାରସ୍ଥ ହୋଇଥିଲେ। ତେବେ ଏହି ଘଟଣାକୁ ନେଇ ପାଖାପାଖି ରହୁଥିବା ଉଭୟ ପରିବାର ମଧ୍ୟରେ ତିକ୍ତତା ଲାଗି ରହୁଥିଲା। ଏପରିକି ମାମଲାର ଆପୋସ ସମାଧାନ କରିବାକୁ ସୁଜିତଙ୍କ ପରିବାର ସୁଶାନ୍ତଙ୍କ ପରିବାର ଉପରେ ଚାପ ପକାଉଥିଲେ। ଅନ୍ୟପକ୍ଷରେ ସୁଜିତଙ୍କ ୧୭ବର୍ଷୀୟା ଝିଅଙ୍କୁ ଗତ ୮ତାରିଖ ରାତି ପ୍ରାୟ ୮ଟା ୩୦ରେ ମୃତ ସୁଶାନ୍ତଙ୍କ ମଝିଆ ଭାଇ ପାପୁନି ଗାଳିଗୁଲଜ କରିବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହେବାପରେ ପୋଲିସ ପାପୁନିଙ୍କ ନାମରେ ଏକ ମାମଲା (ନଂ.୨୯୦/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏଭଳିସ୍ଥିତିରେ ସୁଜିତଙ୍କ ପରିବାର ଲୋକ ସୁଶାନ୍ତଙ୍କ ପରିବାର ଲୋକଙ୍କ ଉପରେ ରାଗ ରଖି ଅପରାଧ ଘଟାଇବାକୁ ଯୋଜନା କରିଥିଲେ।
ଭୋର ପ୍ରାୟ ୪ଟା ବେଳେ ବିଏମ୍‌ସି ଅଧୀନ ଜାଗୃତିରେ କାମ କରୁଥିବା ସ୍ତ୍ରୀଙ୍କୁ ସୁଶାନ୍ତ ବାଇକ୍‌ ଯୋଗେ ୟୁନିଟ-୪ ଅଞ୍ଚଳରେ ଛାଡ଼ିବାକୁ ଯାଇଥିଲେ। ସେଠାରୁ ଫେରିବାବେଳେ ଜିଇଡି ବସ୍ତି ରାସ୍ତାରେ ସୁଜିତ ଓ ଅନ୍ୟମାନେ ସୁଶାନ୍ତଙ୍କୁ ଅଟକାଇ ଖଣ୍ଡାରେ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ସୁଶାନ୍ତଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। କିଛି ସମୟ ପରେ ସୁଶାନ୍ତଙ୍କୁ ବଡ଼ ଭାଉଜ ମୃତ ଅବସ୍ଥାରେ ଦେଖି ସମସ୍ତଙ୍କୁ ଡାକିବା ସହ ପୋଲିସକୁ ଖବର ଦିଆଯାଇଥିଲା। ସକାଳେ ପୋଲିସ ପହଞ୍ଚତ୍ ମୃତଦେହ ଜବତ କରିଥିଲା। ଏଥିସହ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ସେଠାରେ ଫିଙ୍ଗର ପ୍ରିଣ୍ଟ ଓ ଅନ୍ୟାନ୍ୟ ନମୁନା ସଂଗ୍ରହ କରିଥିଲା। ଏନେଇ ସୁଶାନ୍ତଙ୍କ ମା’ କହିଛନ୍ତି, ଆମ ପକ୍ଷରୁ ମାମଲା ଦିଆଯିବା ପରେ ପୋଲିସ ଆମ କଥା ଶୁଣି ନ ଥିଲା। ଏହାପରେ ସେମାନେ ମୋ ମଝିଆ ପୁଅ ନାମରେ ମିଛ ମାମଲା କରିଥିଲେ। ପୁଅକୁ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ସେ ଦାବି କରିଛନ୍ତି।
ଡିସିପି ପ୍ରତୀକ ସିଂ କହିଛନ୍ତି, ସୁଶାନ୍ତଙ୍କୁ ଆକ୍ରମଣ କରିଥିବା ୪ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ଧରିବାକୁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଡିସିପି ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri