କାଠରେ ନିର୍ମିତ ଚର୍ଚ୍ଚ

ପୃଥିବୀର ବିଭିନ୍ନ ସ୍ଥାନରେ ରହିଛି ଭଳିକିଭଳି କାରୁକାର୍ଯ୍ୟପୂର୍ଣ୍ଣ ଅନେକ ଛୋଟ ବଡ଼ ଚର୍ଚ୍ଚ। ତେବେ ରୁଷିଆର କିଝି ଆଇସ୍‌ଲାଣ୍ଡରେ ଥିବା କିଝି ପୋଗୋଷ୍ଟ ଚର୍ଚ୍ଚ ଏସବୁ ମଧ୍ୟରେ ସ୍ବତନ୍ତ୍ର। କାରଣ ଏହା ସମ୍ପୂର୍ଣ୍ଣ ଭାବେ ନିର୍ମିତ ହୋଇଛି କାଠରେ। ଜାଣିବା ଏହି ଆଶ୍ଚର୍ଯ୍ୟ ଚର୍ଚ୍ଚ ସମ୍ପର୍କରେ କିଛି ରୋଚକ ତଥ୍ୟ …

ପ୍ରାୟ ୩୦୦ ବର୍ଷରୁ ଊର୍ଦ୍ଧ୍ୱ ପୂର୍ବେ ନିର୍ମାଣ କରାଯାଇଥିଲା ଏହି ଚର୍ଚ୍ଚ। ପୃଥିବୀରେ ଥିବା ବିଭିନ୍ନ ନିଆରା କଳାକୃତି ମଧ୍ୟରେ ଏହା ଅନ୍ୟତମ। କାରଣ ଏହା ସମ୍ପୂର୍ଣ୍ଣ କାଠରେ ତିଆରି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ସାଧାରଣତଃ କାଠରେ କୌଣସି ସାମଗ୍ରୀ ପ୍ରସ୍ତୁତ କରିବା ଲାଗି କଣ୍ଟା ବ୍ୟବହାର ହେଉଥିବା ବେଳେ ଏଥିରେ କିନ୍ତୁ ଆଦୌ କଣ୍ଟା ବ୍ୟବହାର କରାଯାଇ ନାହିଁ। ଏହାକୁ ନିର୍ମାଣ କରିବା ଲାଗି ପାଇନ୍‌, ସ୍ପ୍ରସ୍‌ ଏବଂ ଆସ୍ପେନ୍‌ ଆଦି ଗଛର କାଠ ବ୍ୟବହାର କରାଯାଇଛି।
ବିଶାଳ ଏବଂ ନିଆରା କଳାକୃତି କେଉଁ କାରିଗରଙ୍କ ଦ୍ୱାରା ନିର୍ମିତ ହୋଇଛି, ତା’ ସମ୍ପର୍କରେ କୌଣସି ସବିଶେଷ ତଥ୍ୟ ନାହିଁ। ହେଲେ କିମ୍ବଦନ୍ତୀ ଅନୁଯାୟୀ ଏହି ଚର୍ଚ୍ଚ ନିର୍ମାଣ କରିବା ଲାଗି ମୁଖ୍ୟ କାରିଗର ମାତ୍ର ଗୋଟିଏ କୁରାଢ଼ି ବ୍ୟବହାର କରିଥିଲେ ଏବଂ କାମ ଶେଷ ହେବା ପରେ ନିକଟରେ ଥିବା ଏକ ହ୍ରଦ ମଧ୍ୟକୁ ଫିଙ୍ଗି ଦେଇଥିଲେ।
ରହିଛି ଦୁଇଟି ଚର୍ଚ୍ଚ, ଯାହାକି ଚର୍ଚ୍ଚ ଅଫ୍‌ ଦି ଟ୍ରାନ୍ସଫିଗୁରେସନ୍‌ ଏବଂ ଚର୍ଚ୍ଚ ଅଫ୍‌ ଦି ଇଣ୍ଟରସେସନ୍‌ ନାମରେ ପରିଚିତ। ଏହି ଚର୍ଚ୍ଚ ଦ୍ୱୟ ଉପରେ ରହିଛି ଡୋମ୍‌ ବା ଗମ୍ବୁଜ; ଯାହାକୁ ନିର୍ମାଣ କରିବା ଲାଗି ଶହ ଶହ ସଂଖ୍ୟାରେ ଡାଇମଣ୍ଡ ଆକୃତିର କାଠ ଟାଇଲ ବ୍ୟବହାର କରାଯାଇଛି। ଏହା ବ୍ୟତୀତ ଏଠାରେ ଏକ ବେଲ୍‌ ଟାଓ୍ବାର ମଧ୍ୟ ରହିଛି।
କଳାକୃତିକୁ ସୁରକ୍ଷିତ ରଖିବା ଲାଗି ୧୯୦୦ ଶତାବ୍ଦୀରେ ଏହାର ମରାମତି କରାଯାଇଛି। ଏଥିରେ ଥିବା ଡୋମ୍‌ ଯେପରି ପାଣିପାଗ ପ୍ରଭାବରେ ନଷ୍ଟ ହୋଇ ନ ଯାଏ, ସେଥିପାଇଁ ଏହା ଉପରେ ଏକ ଧାତବ ଆବରଣ ଦିଆଯାଇଛି ଏବଂ ଚର୍ଚ୍ଚକୁ ମଧ୍ୟ ରଙ୍ଗ କରାଯାଇଛି।
୧୯୯୦ ମସିହାରେ ଓ୍ବାଲର୍‌ଡ ହେରିଟେଜ୍‌ ସାଇଟ୍‌ର ୟୁନେସ୍କୋ ଲିଷ୍ଟରେ ଏହା ସ୍ଥାନ ପାଇଛି।