ଦେବଗଡ,୨୮।୮(ଶଶାଙ୍କ ଶେଖର ଝାଙ୍କର): ହଠାତ୍ ଦେବଗଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସକାଳୁ ସକାଳୁ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ଖଳିନାଳି ଛକରେ ଥିବା ଏକ ମହୁଲ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣକ ରିଆମାଳ ଥାନା ଖଜୁରୀଦର୍ହ ଗ୍ରାମର ବୈରାଗୀ ସମର୍ଥାଙ୍କ ସ୍ତ୍ରୀ ସୁକାନ୍ତି ସମର୍ଥା(୩୫) । ୫ ଦିନ ହେଲା ନିଖୋଜ ଥିଲେ ସୁକାନ୍ତି । ତେବେ ଏହି ଘଟଣାକୁ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି ।
ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।


