Posted inଫୁରସତ

କିଡ୍‌ନୀ ଦେଇ ମହିଳା ପୂରଣ କଲେ ଅଧୁରା ସ୍ବପ୍ନ, ସତ କଥା ଜାଣିଲେ…

ଦୁନିଆରେ ମାନବ ସ୍ବାସ୍ଥ୍ୟଠାରୁ ଗୁରୁତ୍ୱପୂର୍ଣ୍ଣ କିଛି ନାହିଁ। ଯଦି ଆପଣଙ୍କର ସ୍ବାସ୍ଥ୍ୟ ଖରାପ, ତେବେ ଦୁନିଆରେ ଯେତେ ଭଲ ଜିନିଷ ଥାଉ ନା କାହିଁକି ଆପଣଙ୍କୁ କିଛି ବି ଭଲ ଲାଗିବ ନାହିଁ। ଯଦି ସ୍ବାସ୍ଥ୍ୟ ଠିକ୍‌ ତେବେ ସବୁ ଠିକ୍‌। ଜଣେ ବ୍ୟକ୍ତିଙ୍କ ସହିତ ସେମିତି ଏକ ଘଟଣା ଘଟିଥିଲା। ଯେତେବେଳେ ତାଙ୍କର ଜଣେ ବାନ୍ଧବୀ ଦେବଦୂତ ରୂପରେ ତାଙ୍କ ସାମ୍ନାରେ ଠିଆ ହୋଇଥିଲେ।

ଜଣେ ବନ୍ଧୁଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କ ଜୀବନର ସବୁଠାରୁ ବଡ଼ ନିଷ୍ପତ୍ତି ନେଇ ଏଲେନ ଗାର୍ନର ନାମକ ଜଣେ ମହିଳା ତାଙ୍କ କିଡ୍‌ନୀ ଦାନ କରିଥିଲେ। ଏହାର ପ୍ରତିବଦଳରେ ତାଙ୍କର ବନ୍ଧୁ ତାଙ୍କର ଏକ ପୁରୁଣା ସ୍ବପ୍ନ ପୂରଣ କରିଛନ୍ତି। ଏଲେନ ଯାହାଙ୍କୁ କିଡ୍‌ନୀ ଦାନ କରିଛନ୍ତି, ସେ କେବଳ ତାଙ୍କର ବନ୍ଧୁ ନୁହନ୍ତି ତାଙ୍କ ଭିଣୋଇ ମଧ୍ୟ। ଯିଏ ନୂଆ ଜୀବନ ପାଇଛନ୍ତି ସେ ଏଲେନଙ୍କୁ ମୋଟ୍‌ ୧୧ ଲକ୍ଷ ଟଙ୍କାର ଉପହାର ଦେଇଛନ୍ତି।

୫୨ ବର୍ଷୀୟା ଏଲେନ ତାଙ୍କ କିଡ୍‌ନୀକୁ ୫୭ ବର୍ଷୀୟା ଜାଫ୍ରା ଶାମସୁଦ୍ଦିନଙ୍କୁ ଦାନ କରିଛନ୍ତି। ଡାକ୍ତରୀ ଯାଞ୍ଚ ସମୟରେ ଜାଫ୍ରା ଜାଣିବାକୁ ପାଇଲେ ଯେ, ସେ କିଡ୍‌ନୀ ରୋଗରେ ପୀଡ଼ିତ ଅଛନ୍ତି। ଏକ ଟେକ୍‌ କମ୍ପାନୀରେ କାମ କରୁଥିବା ଜାଫ୍ରା ଖୁବ୍‌ଶୀଘ୍ର ଅନୁଭବ କଲେ ଯେ, ଏହି ରୋଗ ତାଙ୍କ ଜୀବନ ନେଇପାରେ। ଯେତେବେଳେ ସ୍ତ୍ରୀଙ୍କ ଭଉଣୀ ଅର୍ଥାତ୍‌ ଶାଳୀ ଏଲେନ ତାଙ୍କ ନିକଟକୁ ଦେବଦୂତ ଭାବରେ ଆସିଥିଲେ। ସେ ତାଙ୍କ କିଡ୍‌ନୀକୁ ଜାଫ୍ରାକୁ ଦାନ କଲେ ଏବଂ ତାଙ୍କ ଜୀବନ ରକ୍ଷା ହୋଇଗଲା। ବର୍ତ୍ତମାନ ଉଭୟ ସୁସ୍ଥ ଅଛନ୍ତି। ଏହି ମାମଲା ଘରୋଇ ହୋଇଥିବାରୁ ଏଲେନ କିଛି ମାଗି ନ ଥିଲେ କିମ୍ବା ଜାଫ୍ରା ତାଙ୍କୁ ସିଧାସଳଖ ଟଙ୍କା ଦେଇପାରି ନ ଥିଲେ।

ଜାଫ୍ରା ନିଜ ଜୀବନ ବଞ୍ଚାଇଥିବା ଏଲେନ୍‌ଙ୍କୁ ତାଙ୍କ ପ୍ରିୟ ବାଇକ ହାର୍ଲି-ଡେଭିଡସନଙ୍କୁ ପଞ୍ଜୀକରଣ ଏବଂ ନମ୍ବର ପ୍ଲେଟ ସହିତ ୧୧ ଲକ୍ଷ ଟଙ୍କା ଉପହାର ଦେଇଛନ୍ତି। ବାସ୍ତବରେ ଏଲେନ ଏବଂ ତାଙ୍କ ସାଥୀ ଷ୍ଟିଭ୍‌ଙ୍କୁ ସେମାନଙ୍କ ବାଇକ୍‌ କଲେକ୍ସନ ବିକ୍ରୟ କରିବାକୁ ପଡ଼ିଲା। ଏଲେନ ଏହାକୁ ବହୁତ ମିସ୍‌ କରୁଥିଲେ। ତେଣୁ ଜାଫ୍ରା ତାଙ୍କୁ ଏହି ବାଇକ୍‌ ଉପହାର ଦେଇ ଖୁସି କରାଇବା ସହ କୃତଜ୍ଞତା ମଧ୍ୟ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri