କ୍ଷେତରେ ଧାନ ଅମଳ କରୁଥିଲେ, ହେଲା ବଜ୍ରପାତ; ଟଳିପଡ଼ିଲେ ମହିଳା

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବଜ୍ରପାତ ଯୋଗୁ ଶୁକ୍ରବାର ବରଗଡ଼ ଜିଲା ବାଲିଯୁରୀ ପଞ୍ଚାୟତ ବାନ୍ଦେନବାହାଲ ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ ଉକ୍ତ ଗ୍ରାମର ରାଜେନ୍ଦ୍ର ସାଙ୍କ ସ୍ତ୍ରୀ ପଦ୍ମାଳୟା (୫୦) । କ୍ଷେତରେ ସେ ଧାନ ଅମଳ କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ଅପରାହ୍ନ ପ୍ରାୟ ୪ଟାରେ ବଜ୍ରପାତ ହୋଇଥିଲା। ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବରଗଡ଼ ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ବରଗଡ଼ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତଦେହକୁ ଡାକ୍ତରଖାନା ଶବ ସଂରକ୍ଷଣ ଗୃହରେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ପୋଲିସ ଜିଲାର ଅପରାଧ ସମୀକ୍ଷା ବୈଠକ: ପେଣ୍ଡିଂ ମାମଲାର ତୁରନ୍ତ ଫଇସଲା ସହ ଅପରାଧୀଙ୍କ ଉପରେ…

ଛତ୍ରପୁର, ୧୪।୭ (ଦିଲ୍ଲୀପ ସାମଲ): ଛତ୍ରପୁରସ୍ଥିତ ଗଞ୍ଜାମ ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷଠାରେ ମଙ୍ଗଳବାର ଦିନ ଗଞ୍ଜାମ ପୋଲିସ ଜିଲାର ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।…

ଦିନକ ପରେ ରଥଯାତ୍ରା: ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ, ଚଳଚଞ୍ଚଳ ଗଞ୍ଜାମ ସହର

ଗଞ୍ଜାମ, ୧୪।୭ (ବିଦ୍ୟାଧର ସାହୁ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା ପାଇଁ ଆଉ ମାତ୍ର ଦିନକର ସମୟ ବାକି ଅଛି। ଜୁଲାଇ ୧୬ ତାରିଖରେ ମହାପ୍ରଭୁଙ୍କ…

ଶିକ୍ଷୟିତ୍ରୀଙ୍କ ଘରୁ କରିଥିଲେ ଚୋରି: ୩ ଗିରଫ, ଜଣେ ଫେରାର; ସୁନା, ରୁପା ଅଳଙ୍କାର ସହ…

ତୁମୁଡିବନ୍ଧ, ୧୪।୭ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ପୋଲିସ ଏକ ଚୋରି ମାମଲାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି। ପ୍ରାୟ ମାସେ ତଳେ…

କୋର୍ଟରେ ହାଜର ନ ହେବାରୁ ବାନ୍ଧିଲା ପୋଲିସ, ଜାମିନ ନାମଞ୍ଜୁର ପରେ ଜେଲ ଗଲେ…

ଦିଗପହଣ୍ଡି, ୧୪|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଏକ ଜାମିନବିହୀନ ୱାରେଣ୍ଟ ବଳରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୧୩ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ: ଜାଣନ୍ତୁ କାହା ଉପରେ ବାଜିଲା ମୋହର

ଭୁବନେଶ୍ୱର, ୧୩।୭: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୭ଟି ବିଭାଗର ମୋଟ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri