Posted inଜାତୀୟ

ଜଣେ ମହିଳା ୧୦ ବର୍ଷରେ ୧୦ ଜଣ ପୁରୁଷଙ୍କ ନାଁରେ ଆଣିଛନ୍ତି ବଳାତ୍କାର-ନିର୍ଯ୍ୟାତନା ଅଭିଯୋଗ, କୋର୍ଟ ଦେଲେ ବଡ ନିର୍ଦ୍ଦେଶ

ବେଙ୍ଗାଲୁରୁ,୧୨।୯: କର୍ନାଟକର ଜଣେ ବହିଳା ୧୦ଜଣ ପୁରୁଷଙ୍କ ବିରୋଧରେ ପୃଥକ ପୃଥକ ଅପରାଧିକ ମାମଲା ଦାୟର କରିଥିବା ବେଳେ ଏବେ ଏହି ମହିଳାଙ୍କ ବିଷୟରେ ସୂଚନା ପଠାଇବାକୁ ହାଇକୋର୍ଟ ସମସ୍ତ ପୋଲିସ ଷ୍ଟେଶନକୁ ନିର୍ଦ୍ଦେଶ ଦେଇଛନ୍ତି। କର୍ନାଟକ ହାଇକୋର୍ଟ ରାଜ୍ୟ ଡିଜିପିଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ମହିଳା ୨୦୧୧ ରୁ ୨୦୨୨ ମଧ୍ୟରେ ୧୦ ଜଣ ପୁରୁଷଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି। ତାଙ୍କ ନିର୍ଦ୍ଦେଶରେ ଜଷ୍ଟିସ ଏମ ନାଗପ୍ରସାନ୍ନା ଆଇନଗତ ପ୍ରକ୍ରିୟାର ଅପବ୍ୟବହାରକୁ ରୋକିବା ଆବଶ୍ୟକ ବୋଲି କହିଥିଲେ।

ଡେକାନ ହେରାଲ୍ଡଙ୍କ ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୨୮, ୨୦୨୨ରେ ପି.କେ ବିବେକ ମୈସୂରର ହୋଟେଲ ଲଲିତ ମହଲ ପ୍ୟାଲେସରେ ବ୍ୟବସାୟିକ କାରବାର ସଂପର୍କରେ ଉକ୍ତ ମହିଳାଙ୍କୁ ଭେଟିଥିଲେ। କିଛି ଦିନ ପରେ ମହିଳା ବିବେକ ଏବଂ ତାଙ୍କ ପରିବାର ବିରୋଧରେ ଦୁଇଟି ମାମଲା ଦାୟର କରିଥିଲେ। ବିବେକ ତାଙ୍କ ପିଟିସନରେ କୋର୍ଟଙ୍କୁ କହିଛନ୍ତି ଯେ ମହିଳା ଗତ ୧୦ବର୍ଷ ମଧ୍ୟରେ ୧୦ଜଣ ପୁରୁଷଙ୍କ ବିରୋଧରେ ସମାନ ମାମଲା ଦାୟର କରିଛନ୍ତି।
ମହିଳାଙ୍କ କ୍ରମିକ ମାମଲା ଦାଖଲ କରିବାର ପ୍ରବୃତ୍ତି ଉପରେ କୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ତାଙ୍କ ଅଭିଯୋଗରେ ମହିଳା କେତେଜଣ ପୁରୁଷଙ୍କୁ ତାଙ୍କ ସ୍ବାମୀ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ କରିଛନ୍ତି। ତେବେ ଶୁଣାଣି ସମୟରେ ସେ ଅନୁପସ୍ଥିତ ରହିଥିଲେ। ପ୍ରମାଣ ଉପସ୍ଥାପନ କରିବାକୁ କୋର୍ଟରେ ମଧ୍ୟ ପହଞ୍ଚି ନଥିଲେ। ଏହା ପରେ ପି.କେ ବିବେକ ଏବଂ ତାଙ୍କ ପରିବାର ବିରୋଧରେ ପଞ୍ଜୀକୃତ ହୋଇଥିବା ଅପରାଧିକ ମାମଲା ବାତିଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପି.କେ ବିବେକ ହାସନ ଜିଲାର ସାକଲେଶପୁରର ବାସିନ୍ଦା ଏବଂ ଏକ କଫି ବଗିଚାର ମାଲିକ ଅଟନ୍ତି।

ଜଷ୍ଟିସ ଏମ ନାଗପ୍ରସନ୍ନା କହିଛନ୍ତି, ଯଦି ଏହି ଅଭିଯୋଗକାରୀ କୌଣସି ପୋଲିସ ଷ୍ଟେଶନରେ ମାମଲା ରୁଜୁ କରିବାକୁ ଚାହାଁନ୍ତି, ତେବେ କୌଣସି ଉପଯୁକ୍ତ ପ୍ରାଥମିକ ଅନୁସନ୍ଧାନ ବିନା ମାମଲା ପଞ୍ଜୀକୃତ ହେବା ଉଚିତ୍‌ ନୁହେଁ। ଏହା ପୁରୁଷଙ୍କ ବିରୋଧରେ ଅପରାଧର ବ୍ୟାପକ ପଞ୍ଜୀକରଣକୁ ବନ୍ଦ କରିବା ପାଇଁ। ଜଷ୍ଟିସ ନାଗପ୍ରସନ୍ନା କହିଛନ୍ତି, ଉଦ୍ଦେଶ୍ୟ ସ୍ପଷ୍ଟ। କେବଳ ଅଭିଯୋଗକାରୀଙ୍କ ସହ କୌଣସି ସମ୍ପର୍କ ନଥିବା ଲୋକଙ୍କୁ ହଇରାଣ କରିବା।
ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଗତ ଦଶ ବର୍ଷ ମଧ୍ୟରେ ମହିଳା ଜଣକ ୫ଜଣ ପୁରୁଷଙ୍କୁ ବଳାତ୍କାର, ଦୁଇଜଣଙ୍କ ୁପରେ କ୍ରୁରତା ଏବଂ ତିନି ଜଣଙ୍କୁ ନିର୍ଯ୍ୟାତନା ତଥା ଅପରାଧିକ ଧମକ ଦେଇଥିବା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri