Posted inଖେଳ

ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ଲକ୍ଷ୍ୟ

ମୁମ୍ବାଇ,୨୧ା୧୨(ପି.ଟି.): ଏକ ସପ୍ତାହ ମଧ୍ୟରେ ଭାରତୀୟ ମହିଳା କ୍ରିକେଟ ଦଳ ଏହାର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଯାଉଛି। ଇଂଲଣ୍ଡକୁ ପରାସ୍ତ କରିଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ଏହାର ପ୍ରଥମ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି ଭାରତ। ୪୬ ବର୍ଷର ଇତିହାସରେ ଭାରତୀୟ ମହିଳା ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ହାସଲ କରିନାହିଁ। ହରମନପ୍ରୀତ୍‌ କୌରଙ୍କ ନେତୃତ୍ୱାଧୀନ ଦଳ ଏହି ରେକର୍ଡ ଭାଙ୍ଗିବାକୁ ଚାହିଁବ। ଏହା ସହିତ ପୁନର୍ବାର ଭାରତ ନିଜ ସ୍ପିନରଙ୍କ ଉପରେ ଅଧିକ ନିର୍ଭରଶୀଳ ରହିବ। ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଅଫ୍‌ ସ୍ପିନର ଦୀପ୍ତି ଶର୍ମା ଚମତ୍କାର ବୋଲିଂ କରି ବିଜୟର କର୍ଣ୍ଣଧାର ସାଜିଥିଲେ। ମହିଳା ଟେଷ୍ଟ ଇତିହାସରେ ସର୍ବବୃହତ୍‌ ବିଜୟ ରେକର୍ଡ କରିବା ସହିତ ଭାରତ ୩୪୭ ରନ୍‌ରେ ବିଜୟୀ ହୋଇଥିଲା। ଡି ଓ୍ବାଇ ପାଟିଲ ଷ୍ଟାଡିୟମର ସଫଳତା ଭାରତ ଓ୍ବାଙ୍ଖଡେରେ ଦୋହରାଇବାକୁ ପ୍ରୟାସ କରୁଥିବା ବେଳେ କେବଳ ଦୀପ୍ତ ନୁହନ୍ତି ବରଂ ଅନ୍ୟ ଖେଳାଳିଙ୍କ ଉପରେ ମଧ୍ୟ ନଜର ରହିବ। ପେସ୍‌ ବୋଲର ରେଣୁକା ସିଂ ଠାକୁର ନୂଆ ବଲ୍‌ରେ ଚମତ୍କାର ବୋଲିଂ କରୁଥିବା ବେଳେ ପୂଜା ବସ୍ତ୍ରକାର ମଧ୍ୟ ଚମତ୍କାର ପ୍ରଦର୍ଶନ ଦେବାରେ ସଫଳ ହୋଇଛନ୍ତି।
ତେବେ ଭାରତୀୟ ବ୍ୟାଟିଂ ମ୍ୟାଚ୍‌ରେ ସବୁଠାରୁ ସକାରାତ୍ମକ ରହିଥିଲା। ଅଧିନାୟିକା ହରମନ୍‌ପ୍ରୀତ୍‌ କୌର(୪୯ ଓ ୪୪*) ଉଭୟ ଇନିଂସରେ ଚମତ୍କାର ବ୍ୟାଟିଂ କରିଥିବା ବେଳେ ଜେମିମା ରୋଡ୍ରିଗୁଏଜ୍‌(୬୮) ଓ ୟାସ୍ତିକା ଭାଟିଆ(୬୬) ଉପଯୋଗୀ ଅବଦାନ ଦେଇଥିଲେ। ସମସ୍ତ ଖେଳାଳିଙ୍କ ବ୍ୟାଟରୁ ଭଲ ରନ୍‌ ଆଶା କରିବ ଭାରତ। ଏହା ବ୍ୟତୀତ ଦୁଇ ଓପନର ସ୍ମୃତି ମନ୍ଧାନା ଓ ଶେଫାଳି ବର୍ମା ମଧ୍ୟ ରନ୍‌ ସ୍କୋର କରିବାକୁ ଚାହିଁବେ। ତେବେ ଇଂଲଣ୍ଡ ବିପକ୍ଷ ପଦାର୍ପଣ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିବା ଶୁଭା ସତୀଶ ଆହତ କାରଣରୁ ଏହି ମ୍ୟାଚ୍‌ରେ ଖେଳିପାରିବେ ନାହିଁ। ସତୀଶଙ୍କ ସ୍ଥାନରେ ପ୍ରିୟା ପୁନିଆଙ୍କୁ ଭାରତୀୟ ଦଳକୁ ଡାକରା ମିଳିଛି। ତେବେ ପୁନିଆଙ୍କ ଅପେକ୍ଷା ହରଲିନ୍‌ ଦେଓଲଙ୍କ ଖେଳିବା ସମ୍ଭାବନା ଅଧିକ। ମଙ୍ଗଳବାର ହରଲିନ୍‌ ନେଟ୍ସରେ ଅଭ୍ୟାସ କରିଥିବା ବେଳେ ତାଙ୍କୁ ସୁଯୋଗ ମିଳିପାରେ।
ଉଭୟ ଦଳ ମଧ୍ୟରେ ଦୁଇ ବର୍ଷ ତଳେ ଶେଷ ମ୍ୟାଚ୍‌ ଖେଳାଯାଇଥିଲା। ସ୍ମୃତି ମନ୍ଧାନାଙ୍କ ଲଢୁଆ ୧୨୭ ରନ୍‌ ବଳରେ ଭାରତ ଏହି ମ୍ୟାଚ୍‌ରେ ବିଜୟ ହାସଲ କରିଥିଲା। ୧୯୮୪ରେ ଓ୍ବାଙ୍ଖଡେରେ ଉଭୟ ଦଳ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳା ଯାଇଥିବା ବେଳେ ସମାନ ଷ୍ଟାଡିୟମରେ ଭାରତ ବିଜୟୀ ହେବାକୁ ପ୍ରୟାସ କରିବ। ମେଗ୍‌ ଲାନିଙ୍ଗଙ୍କ ଅବସର ପରେ ଆଲିସା ହିଲୀ ଅଧିନାୟକ ଭାବରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି। ଏହା ବ୍ୟତୀତ ଏଲିସ ପେରୀ, ଆସ୍‌ଲେ ଗାର୍ଡନର, ବେଥ୍‌ ମୁନି ଓ ଟାଲିଆ ମ୍ୟାକ୍‌ଗ୍ରାଙ୍କ ପରି ଅଭିଜ୍ଞ ଖେଳାଳିଙ୍କ ଉପରେ ଦଳ ନିର୍ଭର କରିବ। ତେବେ ଭାରତୀୟ ପରିସ୍ଥିତିରେ ସ୍ଲୋ ଟର୍ନିଂ ଟ୍ରାକ୍‌ ଅଷ୍ଟ୍ରେଲିଆକୁ ସମସ୍ୟାରେ ପକାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ନବ ଦାସ ହତ୍ୟା ମାମଲା: PSO ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ, କ’ଣ କହିଲେ କୋର୍ଟରେ…

ଝାରସୁଗୁଡ଼ା, ୨୧ା୨(ଆଶିଷ ରଞ୍ଜନ ଦାଶ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତାଙ୍କର ତତ୍କାଳୀନ ପିଏସ୍‌ଓ ମିତ୍ରଭାନୁ ଦେଓ ଶନିବାର ଝାରସୁଗୁଡ଼ା ଅତିରିକ୍ତ ଜିଲାଜଜ୍‌ କୋର୍ଟରେ…

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ନୂଆପଡ଼ାରୁ ଧରାପଡ଼ିଲେ ୬ ସାଇବର ଅପରାଧୀ

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସ ୬ଜଣ ସାଇବର ଠକଙ୍କୁ ଗିରଫ କରି ସେମାନଙ୍କଠାରୁ ୬ଟି ମୋବାଇଲ, ୩ ଆକାଉଣ୍ଟ୍ସ ଡିଟେଲ୍‌ ପାଇଛି। ସେଥିରେ ୨…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri