Categories: ଫୁରସତ

ପିନ୍ଧି ହେଉଥିବା ବିନ୍‌ବ୍ୟାଗ୍‌

ବେଶ୍‌ ଆରାମ୍‌ଦାୟକ ହୋଇଥାଏ ବିନ୍‌ ବ୍ୟାଗ୍‌। ଏହାକୁ ଦଣ୍ଡେ ଛାଡିବାକୁ ବି ଇଛା ହୋଇ ନ ଥାଏ ଅନେକଙ୍କର। ହେଲେ ସବୁ ସମୟରେ ଓ ସବୁ ଜାଗାକୁ ଏହାକୁ ନେଇ ହୁଏ ନାହିଁ। ଲୋକଙ୍କର ଏହାପ୍ରତି ଥିବା ଭଲ ପାଇବାକୁ ନଜରରେ ରଖି ଜାପାନର ତାକିକୋଉ ନାମକ ଗାରମେଣ୍ଟ କମ୍ପାନୀ ତିଆରି କରିଛି ଏକ ସ୍ବତନ୍ତ୍ର ଧରଣର ବିନ୍‌ବ୍ୟାଗ୍‌, ଯାହାକୁ ପୋଷାକ ଭଳି ପିନ୍ଧି ହେବ। ଏହାକୁ ପିନ୍ଧିବା ପରେ ଚାହିଁଲେ ଯେକୌଣସି ସ୍ଥାନରେ ଆରାମରେ ବସି ପାରିବେ, ଏମିତିକି ଶୋଇ ବି ପାରିବେ। ଆଉ ଛୋଟ ପିଲାଙ୍କୁ ପିନ୍ଧାଇ ଦେଲେ ତ ଆରାମରେ ଯେକୌଣସି ସ୍ଥାନରେ ବସିପାରିବେ,ଶୋଇପାରିବେ। ଏମିତିକି ସେମାନେ ପଡିଗଲେ ବି ଶରୀରରେ ଆଘାତ ଲାଗିବାର ଭୟ ରହିବନି। ଉକ୍ତ ବିନ୍‌ବ୍ୟାଗ ଜାପାନରେ ତିନୋଟି ସାଇଜ୍‌ରେ ଓ ବିଭିନ୍ନ ରଙ୍ଗରେ ଉପଲବ୍ଧ ହେଉଛି। ଏହାକୁ ପିନ୍ଧିବା ଓ ସେଥିରୁ ବାହାରିବା ବହୁତ ସହଜ। ତେବେ ବଡ଼ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ବିନ୍‌ ବ୍ୟାଗ୍‌ର ଓଜନ ୫ କି.ଗ୍ରା.। ଓଜନ ଅଧିକ ହୋଇଥିବାରୁ ଟିକେ ଅସୁବିଧା ହୋଇପାରେ।

Share