ଗୋଟିଏ ଗାଁ ହେଲେ ଓଡ଼ିଶା, ଆନ୍ଧ୍ରର ପୃଥକ୍‌ ଅଙ୍ଗନଓ୍ବାଡି କେନ୍ଦ୍ର: ଚର୍ଚ୍ଚାରେ ଏହି ପଞ୍ଚାୟତ

ପାରଳାଖେମୁଣ୍ଡି,୫ା୩(ଗିରିଧାରୀ ପରିଛା):ଗଜପତି ଜିଲା ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା। ଗୋଟିଏ ଗଁା, ହେଲେ ରହିଛି ୨ଟି ଅଙ୍ଗନଓ୍ବାଡି କେନ୍ଦ୍ର। ଗୋଟିଏ ଓଡ଼ିଶା ଓ ଅନ୍ୟଟି ଆନ୍ଧ୍ରପ୍ରଦେଶର। ପୂର୍ବରୁ ସୀମା ବିବାଦକୁ ନେଇ ଚର୍ଚ୍ଚାରେ ରହିଥିବା ଏହି ପଞ୍ଚାୟତରେ ଆନ୍ଧ୍ର ଜାରି ରଖିଛି ଏକଚାଟିଆ କାରବାର। କେବେ ପାଣି ପାଇଁ ତ କେବେ ଜମିକୁ ନେଇ ବିବାଦ। ଓଡ଼ିଶାବାସୀଙ୍କୁ ନିଜଆଡ଼କୁ ଆକୃଷ୍ଟ କରିବାକୁ ଯୋଜନା କରି ଆନ୍ଧ୍ର ପକ୍ଷରୁ ଚାଲିଛି ପ୍ରୟାସ। ପୂର୍ବରୁ ପ୍ରଶାସନିକ ଦୁର୍ବଳତାର ଫାଇଦା ନେଇ ଆନ୍ଧ୍ରର ଶ୍ରୀକାକୁଲମ ପ୍ରଶାସନ ସହଯୋଗରେ ମାଣିକପାଟଣାର ଜଣେ ବ୍ୟକ୍ତିଙ୍କ ଘରେ କେତେଜଣଙ୍କୁ ଲୋଭ ଦେଖାଇ ଅଙ୍ଗନଓ୍ବାଡି କେନ୍ଦ୍ର ଚଳାଉଥିଲା। ପରେ ଓଡ଼ିଶା ଜମିରେ ଜୋର୍‌ ଜବରଦସ୍ତ ଆନ୍ଧ୍ର ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ କରି ପରିଚାଳନା କରୁଛି।
ପୂର୍ବରୁ ଓଡ଼ିଶାରେ ଅନଧିକାର ପ୍ରବେଶକରି ପଡ଼ୋଶୀ ରାଜ୍ୟ ରାସ୍ତା, ସରକାରୀ କୋଠା ନିର୍ମାଣ ସହ କେତେକ ଯୋଜନା କାର୍ଯ୍ୟକାରୀ କରିବା ସହିତ ନିର୍ବାଚନ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେଥିରେ ବିଫଳ ହୋଇଥିଲା। ପରେ ଓଡ଼ିଶାର ଗାଁ ମଧ୍ୟରେ ପରିଚାଳିତ ହେଉଥିବା ଅଙ୍ଗନଓ୍ବାଡ଼ି କେନ୍ଦ୍ର ବନ୍ଦ କରିବା ଓ ଓଡ଼ିଶା ଅଧିକାରୀଙ୍କୁ ଗିରଫ କରିବା ପାଇଁ ଆନ୍ଧ୍ର ଧମକ ଦେଇଥିଲା। ସେହି ସ୍ଥାନରେ ରହିଥିବା ଓଡ଼ିଶା ସରକାରଙ୍କ ସମସ୍ତ କୋଠାକୁ କ୍ଷଣକେ ଧ୍ବଂସ କରିଦେବାର ଧମକ ମଧ୍ୟ ଏକଦା ଦେଇଥିଲେ ଆନ୍ଧ୍ରର ପୂର୍ବ ମନ୍ତ୍ରୀ। ଏବେ ବି ସେଠି ଆନ୍ଧ୍ର ସରକାରଙ୍କ ଅଙ୍ଗନଓ୍ବାଡି କେନ୍ଦ୍ର ଚାଲିଛି। ମାଣିକପାଟଣା ଓ ଗୁଡୁଖୁଡ଼ି ଗ୍ରାମରେ ଆନ୍ଧ୍ର ଅନେକ ଉନ୍ନୟନମୂଳକ କାର୍ଯ୍ୟ ମଧ୍ୟ ଜାରି ରଖିଛି। ହେଲେ ଏବେ ଆଉ ଏକପାଦ ଆଗକୁ ଯାଇ ସରକାରୀ ସ୍ଥାୟୀ ଜମିପଟ୍ଟା ଯୋଗାଇଦେବାକୁ ଲୋକଙ୍କଠାରୁ ଆବେଦନ ଗ୍ରହଣ କରିବା ସହ ଆବାସ ଯୋଜନାରେ ସାମିଲ କରାଇବା ପାଇଁ ମସୁଧା କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ସରପଞ୍ଚ ହରିବନ୍ଧୁ କାର୍ଜି।
ଅଙ୍ଗନଓ୍ବାଡିରେ ନିୟମିତ ଖାଦ୍ୟ, କ୍ଷୀର, ଅଣ୍ଡା ଦେଇ ଲୋକଙ୍କୁ ଆକୃଷ୍ଟକରି ରଖିଥିବା ସହ ଯୋଜନାବଦ୍ଧ ଭାବେ ଅଞ୍ଚଳକୁ ଅକ୍ତିଆର କରିବାକୁ ଉଦ୍ୟମ ଜାରି ରଖିଛି ଆନ୍ଧ୍ର। ସରପଞ୍ଚ କାର୍ଜି କହନ୍ତି, ଏଠାରେ ଉଭୟ ସରକାରଙ୍କ ଯୋଜନା କାର୍ଯ୍ୟକାରୀ ହେଉଛି ଏବଂ ଲୋକମାନେ ଉଭୟପଟୁ ଲାଭ ପାଉଛନ୍ତି। ପିଲାମାନେ ଆନ୍ଧ୍ର ଅଙ୍ଗନଓ୍ବାଡିରେ ଓଡ଼ିଶା ତୁଳନାରେ ଉନ୍ନତମାନର ଖାଦ୍ୟ ଏବଂ ପ୍ରତିଦିନ ଅଣ୍ଡା ଆଉ କ୍ଷୀର ପାଉଛନ୍ତି। ହଷ୍ଟେଲ ଅଭାବରୁ କେତେଜଣ ଛାତ୍ର ଆନ୍ଧ୍ରରେ ରହି ପାଠ ପଢ଼ୁଛନ୍ତି ବୋଲି ସେ କହିଛନ୍ତି। ୧୪ ବର୍ଷ ହେଲା ଆନ୍ଧ୍ର ଏଠାରେ ଅଙ୍ଗନଓ୍ବାଡି କେନ୍ଦ୍ରକରି ପିଲାଙ୍କୁ ପଢ଼ାଇବା ସହ ସବୁ ସୁବିଧା କରୁଛି। ତେଣୁ ଏଠାକାର ବାସିନ୍ଦା ଆନ୍ଧ୍ରମୁହାଁ ହେଉଛନ୍ତି ବୋଲି କାର୍ଜି କହିଛନ୍ତି। ଏବେ ରାଜ୍ୟ ଓ କେନ୍ଦ୍ରରେ ଭାଜପା ସରକାର ରହିଛି। ପଡ଼ୋଶୀ ଆନ୍ଧ୍ରରେ ମଧ୍ୟ ଭାଜପାର ମିଳିତ ସରକାର ଚାଲିଛି। ଏହି ବିବାଦର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ମହମ୍ମଦ ମୋକିମ, ନୂଆ ଦଳ ଗଠନ ପୂର୍ବରୁ ସହଯୋଗ ଲୋଡିଲେ

ଦାରିଙ୍ଗବାଡି,୧୭।୨ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ଗସ୍ତରେ ସୋମବାଇ କଟକ ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ଏତେ ଲୋକ ପ୍ରିୟ ଯେ ତାଙ୍କୁ ଭେଟିବାକୁ…

ଆସିଲାଣି ବର୍ଷା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ, କାକରରେ ଭିଜିବ ଓଡ଼ିଶା

ନୂଆଦିଲ୍ଲୀ,୧୭।୨: ଦେଶର ଅଧିକାଂଶ ସ୍ଥାନରେ ପାଗ ନିରନ୍ତର ପରିବର୍ତ୍ତନ ହେଉଛି। ଫେବୃଆରୀ ମାସ ମାର୍ଚ୍ଚ ମାସ ପରି ଅନୁଭବ ହେବା ଆରମ୍ଭ କରିଛି। ତାପମାତ୍ରାରେ ନିରନ୍ତର ବୃଦ୍ଧି…

ଚାଷୀ, ମହିଳା, ଶିଶୁ ଏବଂ ଓଡ଼ିଆ ଅସ୍ମିତା ପାଇଁ ଜୋରଦାର ଲଢ଼ାଯିବ: ନବୀନ

ଭୁବନେଶ୍ୱର,୧୭।୨(ସୁନିତ୍‌ ମିଶ୍ର): ବିଧାନସଭାର ବଜେଟ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇ ୨ଟି ପର୍ଯ୍ୟାୟରେ ଚାଲିବ। ରାଜ୍ୟ ସରକାର ଏହି ଅଧିବେଶନରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଗୃହରେ…

ତିନି ଦିନିଆ ଗସ୍ତରେ ଭାରତ ପହଞ୍ଚିଲେ ଫ୍ରାନ୍ସ ରାଷ୍ଟ୍ରପତି; ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମାକ୍ରନ କରିବେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ନୂଆଦିଲ୍ଲୀ,୧୭।୨: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଆଜି (ଫେବୃଆରୀ ୧୭) ଅର୍ଥାତ୍‌ ମଙ୍ଗଳବାର ସକାଳେ ତିନି ଦିନିଆ ଗସ୍ତ ପାଇଁ ଭାରତ ଆସିଛନ୍ତି। ଦାୟିତ୍ୱ ଗ୍ରହଣ କରିବା…

ପୋଲିସ ଫାଣ୍ଡି ନିକଟରୁ ସୁନା ଚେନ୍ ଲୁଟିନେଲେ ଲୁଟେରା, ପୋଲିସକୁ ଖୋଲା ଚାଲେଞ୍ଜ!

ଧର୍ମଶାଳା,୧୭।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ପୋଲିସ ବିଟ୍ ହାଉସ ନିକଟରୁ ଜଣେ ବ୍ୟକ୍ତିଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ । ଏକ ବାଇକରେ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଆଜିଠୁ ବିଧାନସଭା ବଜେଟ ଅଧିବେଶନ, ୨୦୨୬-୨୭ ବର୍ଷ ପାଇଁ ବଜେଟ ଆଗତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୨(ସୁନିତ୍‌ ମିଶ୍ର): ୧୭ଦଶ ବିଧାନସଭାର ଷଷ୍ଠ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେବ। ଏହି ଅଧିବେଶନରେ ରାଜ୍ୟ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣକାଳୀନ ବଜେଟ ଗୃହରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri