Posted inଫୁରସତ

ଏକ ପରିବାରକୁ ନେଇ ଗୋଟିଏ ଗାଁ, ଘରର ମୁଖିଆଙ୍କ ନାଁରେ ଗାଁ ପରିଚିତ

ସାଧାରଣତଃ ୫ରୁ ୧୦ ପରିବାର ଗାଁର ଗୋଟିଏ ସାହିରେ ରୁହନ୍ତି। କିନ୍ତୁ ମଧ୍ୟପ୍ରଦେଶରେ ୯୦ ଜଣ ଲୋକ ଏକ ଗାଁ ତିଆରି କରିଛନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଗାଁରେ ରହୁଥିବା ସମସ୍ତ ୯୦ ଜଣ ଗୋଟିଏ ପରିବାରର ଅଟନ୍ତି। ଗାଁର ନାଁ ପରିବାରର ମୁଖ୍ୟ ବାସଲ୍ୟାଙ୍କ ନାମରେ ମଧ୍ୟ ଜଣାଶୁଣା।

ବାସ୍ତବରେ ଏହା ଖାର୍ଗୋନ ଜିଲାର ଭଗବାନପୁର ତହସିଲର ଦଓ୍ବୋଡା ଗାଁର ବାସାଲ୍ୟା ଫାଲିଆ। ଯେଉଁଠି ଗୋଟିଏ ପରିବାରର ୯୦ ଜଣ ସଦସ୍ୟ ବାସ କରୁଛନ୍ତି। ବାସଲ୍ୟାଙ୍କ ପରିବାରରେ ୫ ପୁଅ ଏବଂ ୬ ଭାଇଙ୍କ ସମେତ ମୋଟ ୍‌ ୯୦ ଜଣ ସଦସ୍ୟ ଅଛନ୍ତି। ଏହି ପରିବାରରେ ୪୪ ପୁରୁଷ ଏବଂ ୪୬ ମହିଳା ସଦସ୍ୟ ଅଛନ୍ତି।

କୁହାଯାଏ, ଆଦିବାସୀ ସମ୍ପ୍ରଦାୟର ନାଗରିକଙ୍କ ମଧ୍ୟରେ ଏହା ଏକ ପରମ୍ପରା ହୋଇଆସୁଛି ଯେ, ବିବାହ ପରେ ସେମାନେ ନିଜ ସ୍ତ୍ରୀ ଏବଂ ପିଲାମାନଙ୍କ ସହିତ ଅଲଗା ଘରେ ରୁହନ୍ତି। କିନ୍ତୁ ଅନେକ ଥର ରୋଷେଇ ଘର ଏବଂ କୃଷି ସାମୂହିକ ଭାବରେ କରନ୍ତି। ଏହି ପଟେଲ (ବ୍ରାହ୍ମଣ) ପରିବାରର ଏକାଠି ରହିବାର ସଂସ୍କୃତି ରହିଛି। ସମସ୍ତଙ୍କର ଅଲଗା ଘର ଏବଂ ରୋଷେଇ ଘର ଅଛି। କିଛି ଭାଇ ସାମୂହିକ ଭାବରେ କୃଷି କରନ୍ତି।

ବୋଧହୁଏ, ଏହି ପରିବାର ମଧ୍ୟ ସରକାରଙ୍କ ଯୋଜନାରୁ ସର୍ବାଧିକ ଲାଭ ପାଇ ରାଜ୍ୟର ପ୍ରଥମ ପରିବାର ହୋଇପାରିଛନ୍ତି। ୯୦ ଜଣ ସଦସ୍ୟଙ୍କ ଏହି ପରିବାରରେ ୧୭ ଜଣ ସଦସ୍ୟ ଅଛନ୍ତି ଯେଉଁମାନେ ସରକାରଙ୍କ ଯୋଜନାରୁ ମାସକୁ ୬୨ ହଜାର ଟଙ୍କା ଲାଭ ପାଉଛନ୍ତି। ଏହି ପରିବାରରେ ୧୨ ଜଣ ମହିଳା ଅଛନ୍ତି ଯେଉଁମାନେ ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ପରିଚାଳିତ ମୁଖ୍ୟମନ୍ତ୍ରୀ ଲାଡଲି ବହାନା ଯୋଜନାର ହିତାଧିକାରୀ ଅଟନ୍ତି।

ଏହା ସହିତ ୫ ଜଣ ସଦସ୍ୟ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ ଅଟନ୍ତି। କେବଳ ଏତିକି ନୁହେଁ, ଦେଜଲା-ଦଓ୍ବୋଡା ପୋଖରୀ ମଧ୍ୟ ଏହି ଗାଁ ନିକଟରେ ଅଛି। ଏକ କମିଟି ଗଠନ କରି ଏହି ପୋଖରୀରେ ମତ୍ସ୍ୟଚାଷ କରାଯାଏ। ଏଠାରେ ଏହି ପରିବାରର ୪୮ ଜଣ ସଦସ୍ୟ ମଧ୍ୟ ୧୦୪ ସଦସ୍ୟଙ୍କ କମିଟିରେ ଅନ୍ତର୍ଭୁକ୍ତ। ପୋଖରୀରୁ ଗୋଟିଏ ଋତୁରେ, ଏହି ସଦସ୍ୟମାନେ ୩୭୫୦୦ ଟଙ୍କା ଲାଭ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri