Posted inଜାତୀୟ

ସାମ୍ନାକୁ ଆସିଲା ଦାନ୍ତଓ୍ବୋଡା ବିସ୍ଫୋରଣ ଘଟଣାର ଭିଡିଓ, ମୃତ୍ୟୁକୁ ଖାତିର ନ କରି ଲଢ଼ିଥିଲେ ଯବାନ

ରାୟପୁର,୨୭ା୪: ଦାନ୍ତଓ୍ବୋଡାରେ ବୁଧବାର ମାଓବାଦୀଙ୍କ ଆକ୍ରମଣରେ ୧୦ ଯବାନଙ୍କ ସମେତ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। ଆକ୍ରମଣର ଗୋଟିଏ ଦିନରେ ପରେ ଅର୍ଥାତ୍‌ ଗୁରୁବାର ଏହି ଘଟଣାର ଭୟଙ୍କର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରୁ କିପରି ଆକ୍ରମଣ ପ୍ରତିଆକ୍ରମଣ ହୋଇଥିଲା ତାହା ସ୍ପଷ୍ଟ ଦେଖିବାକୁ ମିଳିଛି। ଭିଡିଓଟି ଆକ୍ରମଣର କିଛି ସମୟ ପୂର୍ବର ବୋଲି ଜଣାପଡ଼ିଛି। ଆକ୍ରମଣ ସମୟରେ ଜଣେ ଯବାନ ଗାଡ଼ି ପଛରେ ଆଶ୍ରୟ ନେଇଥିଲେ। ଏହା ସହିତ ଯବାନ ମାଓବାଦୀଙ୍କ ଉପରେ ଗୁଳି ଚଳାଇବାରେ ସଫଳ ହୋଇଥିଲେ।

ଗ୍ରାମବାସୀ ମଧ୍ୟ ଏହି ଆକ୍ରମଣର ରେକର୍ଡ କରିଥିଲେ। ଯଦିଓ ପୋଲିସ ଏପର୍ଯ୍ୟନ୍ତ ଭିଡିଓକୁ ନିଶ୍ଚିତ କରିନାହିଁ। ଭିଡିଓରେ, ବିସ୍ଫୋରଣ ପରେ ଜଣେ ଯବାନ ରାସ୍ତା କଡ଼ରେ ଘୁଷୁଡି ଘୁଷୁଡ଼ି ଯାଇ ମାଓବାଦୀଙ୍କ ଉପରକୁ ଗୁଳି ଚଳାଇଥିବାର ନଜର ଆସିଛନ୍ତି। ଏକ ସୂତା ପରି ବସ୍ତୁ ମଧ୍ୟ ରାସ୍ତାରେ ପଡ଼ିଥିବାର ଦେଖିବାକୁ ମିଳେ, ଯାହା ବିସ୍ଫୋରକ ଉପକରଣ ବୋଲି ଅନୁମାନ କରାଯାଉଛି। ଏହି ଲ୍ୟାଣ୍ଡମାଇନ୍‌ରେ ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ଗାଡ଼ି ଉଡ଼ିଯାଇଥିଲା।

ଜଣେ ବ୍ୟକ୍ତି ଭିଡିଓରେ ‘ଉଡ୍‌ ଗୟା, ପୂରା ଉଡ୍‌ ଗୟା’ ବୋଲି କହୁଥିବାର ମଧ୍ୟ ଶୁଣିବାକୁ ମିଳେ। ତେବେ ଏହା ସ୍ଥାନୀୟ ଲୋକ କିମ୍ବା ଆକ୍ରମଣକାରୀ କିମ୍ବା ସୁରକ୍ଷା କର୍ମୀଙ୍କ ସ୍ବର ବୋଲି ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ।

ପ୍ରକାଶ ଯେ, ବୁଧବାର ଅପରାହ୍ନରେ ଦାନ୍ତଓ୍ବୋଡାର ଆରନପୁର ରୋଡରେ ମାଓବାଦୀମାନେ ଏକ ପାଟ୍ରୋଲିଂ ପାର୍ଟି ଉପରେ ଆକ୍ରମଣ କରିଥିଲେ। ଜିଲା ରିଜର୍ଭ ଗାର୍ଡ (DRG)ର ଏକ ଟିମ୍‌ ଏକ ଗାଡ଼ିରେ ନିଜ ମୁଖ୍ୟାଳୟକୁ ଫେରୁଥିବା ବେଳେ ଆରନପୁର ରାସ୍ତାରେ ଲଗାଯାଇଥିବା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇ ଅତି କମ୍‌ରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା।

ଇନ୍ସପେକ୍ଟର ଜେନେରାଲ ପୋଲିସ (ବସ୍ତର ରେଞ୍ଜ) ସୁନ୍ଦରରାଜ ପି କହିଛନ୍ତି, ଆରନପୁର ପୋଲିସ ଷ୍ଟେଶନ ସୀମା ମଧ୍ୟରେ ରାତି ୧ଟାରୁ ୧.୩୦ ମଧ୍ୟରେ ଏହି ବିସ୍ଫୋରଣ ଘଟିଥିଲା, ଯେତେବେଳେ ରାଜ୍ୟ ପୋଲିସର ଜିଲା ରିଜର୍ଭ ଗାର୍ଡ (ଡିଆର୍‌ଜି)ର ଏକ ଟିମ୍‌ ସର୍ଚ୍ଚ ଅପରେଶନରେ ବାହାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri