ଗୁଣିର ଶିକାର

ଏକବିଂଶ ଶତାବ୍ଦୀରେ ମଣିଷ ବିଜ୍ଞାନ ପ୍ରଯୁକ୍ତିରେ ଅନେକ ଆଗେଇଯିବା ସତ୍ତ୍ୱେ ଅନ୍ଧବିଶ୍ୱାସ, ଗୁଣିଗାରେଡ଼ି ଓ ଡାହାଣୀ ଭଳି ଧାରଣାକୁ ଛାଡ଼ିପାରୁନାହିଁ। ଏଭଳି ମାନସିକତାର ଗମ୍ଭୀରତା ବିଷୟରେ ଜାତିସଂଘ ମାନବ ଅଧିକାର ପରିଷଦର ୨୦୨୩ ରିପୋର୍ଟ ସୂଚିତ କରିଥିଲା। ଏହା ଦର୍ଶାଇଥିଲା ଯେ, ବିଶ୍ୱର ୬୦ଟି ଦେଶରେ ଗୁଣିଗାରେଡ଼ି ଓ ଡାହାଣୀ ବିଶ୍ୱାସ ରହିଥିବା ବେଳେ ଦକ୍ଷିଣ ଆଫ୍ରିକୀୟ ଦେଶ, ଭାରତ ଓ ପପୁଆ ନ୍ୟୁ ଗିନିରେ ଏହାର ପ୍ରଭାବ ଅଧିକ। ଭାରତ ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ସମୟାନ୍ତରରେ ଗୁଣିଗାରେଡ଼ି କିମ୍ବା ଡାହାଣୀ ସନ୍ଦେହରେ ମାରିଦେବା ଖବର ସାମ୍ନାକୁ ଆସେ। ଚଳିତ ମାସର ଗୋଟିଏ ସପ୍ତାହ ମଧ୍ୟରେ ଛତିଶଗଡ଼ର ଦୁଇଟି ଘଟଣା ଅତ୍ୟନ୍ତ ଉଦ୍‌ବେଗଜନକ। ସେପ୍ଟେମ୍ବର ୧୫ରେ ସୁକ୍‌ମା ଜିଲାର କୋଣ୍ଟା ଥାନା ଅନ୍ତର୍ଗତ ଏକଟାଲ ଗଁାର ୧୫ ଜଣ ଲୋକ ଗୁଣିଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ୩ ଜଣ ମହିଳାଙ୍କ ସମେତ ୫ ଜଣଙ୍କୁ ପିଟିପିଟି ମାରି ଦେଇଛନ୍ତି। ଏହାର ୩ ଦିନ ପୂର୍ବରୁ ବଲୁଦବଜାର-ଭାଟପଡ଼ା ଜିଲା କସ୍‌ଡୋଲ ଥାନା ଅଧୀନ ଛର୍‌ଚ୍ଛେଡ ଗଁାର ଗୋଟିଏ ପରିବାରର ଜଣେ ଶିଶୁ ସମେତ ୪ ଜଣଙ୍କୁ ମଧ୍ୟ ସମାନ କାରଣ ପାଇଁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରାଯାଇଥିଲା। ଏଠାରେ କୁହାଯାଇପାରେ ଯେ, ଗୁଣିଗାରେଡ଼ି ଓ ଡାହାଣୀର କୌଣସି ଆଧାର ନ ଥିବାବେଳେ ଏଥିରେ ବହୁ ନିର୍ଦ୍ଦୋଷଙ୍କ ଜୀବନ ବଳିପଡ଼ୁଛି। ଛତିଶଗଡ଼ ସମେତ ଦେଶରେ ଝାଡ଼ଖଣ୍ଡ, ଆସାମ, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଓଡ଼ିଶାରେ ମଧ୍ୟ ଗୁଣିଗାରେଡ଼ିଜନିତ ହତ୍ୟା ଅଧିକ ଘଟୁଛି ବୋଲି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ତଥ୍ୟରୁ ଜଣାପଡ଼ିଛି। ଉଲ୍ଲେଖନୀୟ ଯେ, ଦେଶରେ ୨୦୦୦ରୁ ୨୦୨୧ ମଧ୍ୟରେ ଗୁଣିଗାରେଡ଼ି ଯୋଗୁ ୩୦୭୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସେମାନଙ୍କ ମଧ୍ୟରେ କେବଳ ଡାହାଣୀ ସନ୍ଦେହରେ ୨,୫୦୦ ମହିଳାଙ୍କୁ ମାରିଦିଆଯାଇଛି। ଏହି ତଥ୍ୟ ଦର୍ଶାଉଛି ଯେ, ଗୁଣିଗାରେଡ଼ି ଘଟଣାରେ ପୁରୁଷଙ୍କ ତୁଳନାରେ ଅଧିକ ମହିଳାଙ୍କୁ ଆକ୍ରମଣ କରି ମାରିଦିଆଯାଉଛି। ଏହା ମଧ୍ୟ ଲକ୍ଷ୍ୟ କରାଯାଏ, ଏକୁଟିଆ ରହୁଥିବା ମହିଳା କିମ୍ବା ବୃଦ୍ଧା ବେଶି ଆକ୍ରମଣର ଶିକାର ହୋଇଥାଆନ୍ତି। ଏହା ପଛରେ ବିଶେଷକରି ସମ୍ପତ୍ତି ଲୋଭ କିମ୍ବା ବ୍ୟକ୍ତିଗତ ପ୍ରତିଶୋଧ ଏକ ବଡ଼ କାରଣ ବୋଲି କୁହାଯାଇପାରେ। ବିଶେଷକରି ଅନୁନ୍ନତ ଆଦିବାସୀ ଅଞ୍ଚଳରେ ଗୁଣିଗାରେଡ଼ି ଓ ଡାହାଣୀ ସନ୍ଦେହର ମାନସିକତା ଜୋର ବାନ୍ଧି ରହିଥାଏ। ଫସଲ ହାନି, ଅର୍ଥାଭାବ, ପରିବାରରେ କୌଣସି ସଦସ୍ୟ କିମ୍ବା ଗୃହପାଳିତ ପଶୁଙ୍କ ମୃତ୍ୟୁକୁ ଅଧିକାଂଶ ସମୟରେ ଗୁଣିଗାରେଡ଼ି ଯୋଗୁ ହେଉଥିବା ବିଶ୍ୱାସ କରାଯାଏ। ଏହା ସହ ଘରେ କାହାର ଦେହ ଖରାପ ବିଶେଷକରି ପିଲାଙ୍କର ସ୍ବାସ୍ଥ୍ୟ ହାନି ହେଲେ ତାହା ଦୃଷ୍ଟିପଡ଼ିବା ବା ଗୁଣି ଯୋଗୁ ହୋଇଥିବା ବିଶ୍ୱାସ କରାଯାଏ। ପରେ ସନ୍ଦେହ ଘେରରେ ଥିବା ନିର୍ଦ୍ଦିଷ୍ଟ ପରିବାର କିମ୍ବା ବ୍ୟକ୍ତିଙ୍କ ଉପରେ ଆକ୍ରମଣ ହୋଇଥାଏ।
ସଚେତନତା ଓ ଶିକ୍ଷା ଅଭାବରୁ ଗୁଣିଗାରେଡ଼ି ଧାରଣା ବଳବତ୍ତର ରହିଆସିଛି। ଉଲ୍ଲେଖନୀୟ ଯେ, ରାଜସ୍ଥାନ, ଝାଡ଼ଖଣ୍ଡ, ଛତିଶଗଡ଼, ବିହାର, ଓଡ଼ିଶା, ଆସାମ, ମହାରାଷ୍ଟ୍ରଭଳି ରାଜ୍ୟ ଗୁଣିଗାରେଡ଼ିଜନିତ ହତ୍ୟା ରୋକିବା ଲାଗି ଆଇନ ପ୍ରଣୟନ କରିଛନ୍ତି। ହେଲେ ତାହାକୁ ରୋକିବା କଷ୍ଟକର ହୋଇପଡ଼ୁଛି। ଏହା ନିଶ୍ଚିତ ଯେ, କେବଳ ଆଇନ ଏଭଳି ମାନସିକତାକୁ ସମାଧାନ କରିପାରିବ ନାହିଁ। ତଥାପି ତୁରନ୍ତ ଓ କଠୋର ପଦକ୍ଷେପ ଗ୍ରହଣ କରାଗଲେ ଆଇନ ଭୟ ଯୋଗୁ ଏଭଳି ଅପରାଧ କିଛି ମାତ୍ରାରେ କମିପାରନ୍ତା। ଏହାବ୍ୟତୀତ ଅନୁନ୍ନତ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା ଓ ସ୍ବାସ୍ଥ୍ୟର ବିକାଶ ସହ ସଚେତନତା ସୃଷ୍ଟି କରାଗଲେ ଦୀର୍ଘମିଆଦୀ ପ୍ରଭାବ ପଡ଼ିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

ରାଜ୍ୟ ସଭା ନିର୍ବାଚନରେ ବିଜେଡି ଖାଇଲା ଚକ୍‌ମା, ଏମାନେ କରିଛନ୍ତି କ୍ରସ୍‌ ଭୋଟିଂ, ସାମ୍ନାକୁ ଆସିଲା ନାଁ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍‌ କୁମାର ଏବଂ ବିଜେଡିର ସଂତୃପ୍ତ ମିଶ୍ର ବିଜୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri