ଗୋ’ ବନ୍ଧ୍ୟା ନିରାକରଣ ପାଇଁ ପ୍ରହସନ ପାଲଟିଛି ପ୍ରାଣୀ ଚିକିତ୍ସା ଶିବିର, ହାତ ଗଣତି ଚାଷୀଙ୍କୁ ନେଇ…

ଦାରିଙ୍ଗବାଡ଼ି,୧୮ା୧୧(ଅରୁଣ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ପ୍ରାଣୀଧନର ବିକାଶ ପାଇଁ ବିଶେଷକରି ଗୋ’ସୁରକ୍ଷା ତଥା ସୁସ୍ଥ ରଖିବା ଓ ସୁସ୍ଥ ଛୁଆ ଜନ୍ମ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ହେଲେ ତାହା ଗ୍ରାମାଞ୍ଚଳରେ ଚାଷୀମାନେ ସଠିକ୍‌ ସୂଚନା ନ ପାଇ ନିଜ ପ୍ରାଣୀଧନର ସୁରକ୍ଷା ପାଇଁ ସରକାରଙ୍କ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସା ଅଧୀନରେ ଥିବା ସିମନବାଡ଼ି ପ୍ରାଣୀଧନର ସହାୟକ କେନ୍ଦ୍ରରେ। ସୋମବାର ସକାଳେ ଗୋ-ବନ୍ଧ୍ୟା ନିରାକାରଣ ପାଇଁ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ କି ହାତ ଗଣତି ଗୋ-ପାଳକ ନିଜ ଗାଈଙ୍କୁୁ ନେଇ ଶିବିରରେ ପହଞ୍ଚିଥିଲେ। ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ ଉକ୍ତ ଅଞ୍ଚଳରେ କୁକୁଡ଼ା ପାଳନଠାରୁ ଗାଈ, ଘୁଷୁରି, ଛେଳି ଆଦି ପାଳନ ଓ ତାଙ୍କର ବିକାଶ ପାଇଁ ପଦକ୍ଷେପ ନିଆଯିବା ବ୍ୟବସ୍ଥା ରହିଥିଲେ ମଧ୍ୟ ସହାୟକ କେନ୍ଦ୍ରଗୁଡିକ ନିୟମିତ ନ ଖୋଲିବା ଏବଂ ଶିବିରଗୁଡ଼ିକରେ ନିଜ ଗାଈକୁ ନେଇ ଉପସ୍ଥିତ ହେବା ପାଇଁ ପ୍ରବର୍ତ୍ତଇବା ଆଦି ଦେଖିବାକୁ ମିଳୁନି। ଶିବିର କେବଳ ଏକ ପ୍ରହସନ ବୋଲି ଚାଷୀମାନେ କହିଛନ୍ତି। ହାତ ଗଣତି ଚାଷୀ ଶିବିରକୁ ଆସି ସେଭଳି ସନ୍ତୁଷ୍ଟ ନ ଥିବା ଓ ଚିକିତ୍ସା କରୁଥିବା ଡାକ୍ତରମାନେ ସେମାନଙ୍କୁ ଆବଶ୍ୟକ ସଚେତନ ନ କରିବା ନେଇ ଅସନ୍ତୋଷ ହୋଇଥିବା ଦେଖିବାକୁ ମିଳିଛି।

ଏହି ଶିବିରକୁ ପରିଚାଳନା କରୁଥିବା ଭିଏସ୍‌ ବନ୍ଦିତା ମିଶ୍ରଙ୍କୁ ପଚରାଯିବାରୁ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ମତାମତ ଦେବା ପାଇଁ ନିର୍ଦ୍ଦେଶ ନାହିଁ ବୋଲି କହିବା ସହ ସିମନବାଡ଼ି ଅଞ୍ଚଳରେ କେତେ ସଂଖ୍ୟାରେ ଗାଈ, ବଳଦ ଆଦି ରହିଛନ୍ତି ତାର ସୂଚନା ତାଙ୍କ ନିକଟରେ ନ ଥିବା କହିଥିଲେ।

ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାଣୀଧନ ଚିକିତ୍ସକ ଡାକ୍ତର ଜଗନ୍ନାଥ ଘଡ଼େଇ, ସିମନବାଡ଼ି ପ୍ରାଣୀଧନ ସହାୟକ ସ୍ବୟଂପ୍ରଜ୍ଞା ଦଳାଇ, ଭ୍ରମରବାଡ଼ି ଧୀରେନ ଦଳବେହେରା, ପ୍ରାଣୀମିତ୍ର ମିତାଞ୍ଜଳି ନାୟକ, ଶର୍ମିଲା ଦିଗାଲ ପ୍ରମୁଖ ଉପସ୍ଥିତ ଥିଲେ। ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ସିମନବାଡ଼ିକୁ ମିଶାଇ ୪ଟି ଶିବିର ଅନୁଷ୍ଠିତ ହୋଇସାରିଛି। ବ୍ଲକ ଅଞ୍ଚଳର ତିଲୋରି ପଞ୍ଚାୟତ ସମେତ ଭ୍ରମରବାଡ଼ି,ଦନେକବାଡି, ସାଙ୍ଗିନିବାଡ଼ିରେ ଏହି ଶିବିର ହୋଇସାରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ପୂର୍ବରୁ କନ୍ଧମାଳ ଗସ୍ତରେ ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଆସିଥିବା ବେଳେ ଜିଲାରେ କିଭଳି ପ୍ରାଣୀଧନର ବିକାଶ ପାଇଁ ଜିଲାର ସମସ୍ତ ବ୍ଲକ ପ୍ରାଣୀଧନ ଚିକିତ୍ସା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ ମଧ୍ୟ ପ୍ରାଣୀଧନର ବିକାଶ ସହ ଜିଲାରେ ଅଧିକା କୁକୁଡ଼ା, ଛେଳି ପାଳନ ସହ ଗୋ-ସମ୍ପଦର ସୁରକ୍ଷା ପାଇଁ ପଦକ୍ଷେପ ନେଉଛନ୍ତି। କିନ୍ତୁ ଗାଁ, ପଞ୍ଚାୟତସ୍ତରରେ ତାହା ସଠିକ୍‌ ଚାଷୀମାନେ ଫାଇଦା ନେଇପାରୁ ନ ଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri