Categories: ଫୁରସତ

ଗଞ୍ଜା ପାଇଁ ଏମିତି କରୁଛି ପେଣ୍ଠି, ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଟୁଇଟରରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ ଗଞ୍ଜାକୁ ଭାଡ଼ିରେ ବନ୍ଦ କରି ଜଣେ ବ୍ୟକ୍ତି ଚାଲିଯାଉଥିବା ବେଳେ ଆଉ ଏକ ପେଣ୍ଠି କୁକୁଡ଼ା ଆସି ଭାଡ଼ି ଖୋଲି ଦେଉଛି। ପରେ ଉଭୟ ଏକ ସ୍ଥାନରେ ବସୁଛନ୍ତି। ଭଡିଓକୁ ତାନଂଶୁ ଓ୍ବାଇଜିଇଏନ୍‌ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରାଯାଇଛି। ଭିଡିଓଟି ଭାଇରାଲ ହେଉଛି।

Share