ରାସ୍ତାରେ ଜଳିଗଲା ଲୁହାପଥର ବୋଝେଇ ଟ୍ରକ୍‌

ବଡ଼ବିଲ,୮ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଭଦ୍ରାସାହି-ଗୁଆଲି ୫୨୦ ନମ୍ବର ଜାତୀୟ ରାଜପଥର ବାରବାଙ୍କଠାରେ ଏକ ଲୁହାପଥର ବୋଝେଇ ଟ୍ରକରେ ନିଆଁ ଲାଗି ଜଳିଯାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଶନିବାର ଅପରାହ୍ନରେ ଗୁଆଲି ଆଡୁ ଭଦ୍ରାସାହି ଆଡ଼କୁ ଆସୁଥିବା ଓ ୩୯୧୮ ନମ୍ବର ବିଶିଷ୍ଟ ଲୁହାପଥର ବୋଝେଇ ଟ୍ରକରେ ହଠାତ୍‌ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ତେବେ ନିଆଁ ଲାଗିଯିବାରୁ ଟ୍ରକରୁ ଚାଳକ ଓହ୍ଲାଇ ପଡ଼ିବାରୁ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।